Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ପ୍ରାଥମିକ ବିଦ୍ୟାଳୟରୁ ଉନ୍ନୀତ ୫୬୦ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନିଷ୍ପତ୍ତି

Date : November 10th, 2010
Share : | More

ରାଜ୍ୟର ବିଭିନ୍ନ ପଞ୍ଚାୟତରେ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଉନ୍ନତିକରଣ କରାଯାଇ ଉଚ୍ଚ ବିଦ୍ୟାଳୟରେ ପରିଣତ କରାଯାଇଛି| ସେଗୁଡିକ ମଧ୍ୟରୁ ୫୬୦ଟି ବିଦ୍ୟାଳୟରେ ଶିକ୍ଷକ, କିରାଣୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଷ୍ପତ୍ତି ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି| ଏହା ବ୍ୟତୀତ ରାଜ୍ୟରେ ଥିବା ସିଟି ଓ ବି.ଇଡି କଲେଜରେ ଖାଲିଥିବା ଶିକ୍ଷକ ଓ ଆବଶ୍ୟକ ପଡୁଥିବା ଶିକ୍ଷକ ପଦବୀ ପୂରଣ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି| ଏ ସଂପର୍କରେ ସୂଚନା ଦେଇ ଗଣଶିକ୍ଷା ମନ୍ତ୍ରୀ ପ୍ରତାପ ଜେନା କହିଲେ ଯେ, ରାଜ୍ୟରେ ଯେଉଁ ପଞ୍ଚାୟତରେ ହାଇସ୍କୁଲ ନଥିଲା ସରକାର ସେହି ପଞ୍ଚାୟତରେ ହାଇସ୍କୁଲ ଖୋଲିବା ପାଇଁ ସ୍ଥିର କରିଥିଲେ୤ ତଦନୁଯାୟୀ ୧୦୮୭ଟି ହାଇସ୍କୁଲ ଖୋଲିବାପାଇଁ ସ୍ଥିର କରାଯାଇଥିଲା| ମାତ୍ର ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ନଥିବାରୁ ବର୍ତ୍ତମାନ ୫୬୦ଟି ହାଇସ୍କୁଲ ଖୋଲିବା ପାଇଁ ସ୍ଥିର କରାଯାଇଛି|

ନିୟମାନୁଯାୟୀ ଅଣଅନୁସୂଚିତ ବିଦ୍ୟାଳୟରେ ୧୨୦ରୁ ଅଧିକ ପିଲା ଥିଲେ ୮ଜଣ ଶିକ୍ଷକ, ଜଣେ କିରାଣୀ ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଦିଆଯିବ| ସେହିପରି ଅନୁସୂଚିତ ବିଦ୍ୟାଳୟରେ ୭୫ଜଣ ପିଲାଥିଲେ ଉପରୋକ୍ତ ବ୍ୟବସ୍ଥା କରାଯିବ| ସେହିଭଳି ଅଣ ଅନୁସୂଚିତ ବିଦ୍ୟାଳୟରେ ୬୦ରୁ ଅଧିକ ଓ ୧୨୦ରୁ କମ୍ ପିଲା ଥିଲେ ୬ ଜଣ ଶିକ୍ଷକ, ଜଣେ କିରାଣୀ ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଦିଆଯିବ| ଅନୁସୂଚିତ ବିଦ୍ୟାଳୟରେ ଏହି ସଂଖ୍ୟକ କର୍ମଚାରୀ ନିମନ୍ତେ ୩୫ରୁ ଅଧିକ, ୭୫ରୁ କମ୍ ପିଲା ରହିବା ଦରକାର| ୬୦ରୁ କମ୍ ପିଲା ଥିବା ଅଣ ଅନୁସୂଚିତ ବିଦ୍ୟାଳରେ ୫ଜଣ ଶିକ୍ଷକ ଦିଆଯିବ| ଅନୁସୂଚିତ ବିଦ୍ୟାଳୟରେ ୩୫ ଜଣ ଛାତ୍ରଛାତ୍ରୀଙ୍କ ଲାଗି ଏହି ବ୍ୟବସ୍ଥା ରହିବ | ବର୍ତ୍ତମାନ ୫୬୦ ହାଇସ୍କୁଲ ଲାଗି ୪୫୧୪ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ| ଗଣଶିକ୍ଷା ବିଭାଗର ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି| ୫୬୦ଟି ସ୍କୁଲରେ ଶିକ୍ଷକଙ୍କ ସମେତ କିରାଣୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତ ହେବେ| ଜିଲ୍ଲାସ୍ତରରେ ଏହା କରାଯିବ | ଏଥିଲାଗି ଜିଲ୍ଲାପାଳଙ୍କୁ ପତ୍ର ଲେଖା ସରିଛି | ଇତିମଧ୍ୟରେ ୨୨୬୭ଜଣଙ୍କ ନିଯୁକ୍ତି ଲାଗି ବିଜ୍ଞାପନ ପ୍ରକାଶ ପାଇ ସାରିଲାଣି| ଏହାଛଡା ରାଜ୍ୟରେ ଥିବା ସିଟି ଓ ବି.ଇଡି କଲେଜରେ ଖାଲି ଥିବା ୧୦୧ ଜଣ ଶିକ୍ଷକ ପଦବୀ ପୂରଣ ସହ ଆଉ ଆଉ ୧୧୫ଟି ନୂତନ ପଦବୀ ସୃଷ୍ଟି ଲାଗି ନିଷ୍ପତ୍ତି ନିଆଯାଇଛି|

Recently Published :
 

1 Response

  1. Prashant Sahoo says:

    Good and glad to hear this news. Now, will the Higher Education departments and the Govt, carry the similar drive for Universities and Colleges where the lecturer and professor posts are lying vacant since ages ?

    Few examples are of well known institutions such as Ravenshaw , Rajendra College of Balangir etc.

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg