Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ଦୁର୍ଗମ ଅଞ୍ଚଳରେ ଥିବା ଗାଁ ଗୁଡିକୁ ନୂଆ ଉପାୟରେ ଆଲୋକିତ କରାଯିବ

Date : November 12th, 2010
Share : | More

୨୦୧୨ ମସିହା ସୁଦ୍ଧା ରାଜୀବଗାନ୍ଧୀ ଗ୍ରାମ୍ୟ ବିଦ୍ୟୁତକରଣ ଯୋଜନାରେ ରାଜ୍ୟର ସମସ୍ତ ଗ୍ରାମକୁ ବିଦ୍ୟୁତ ଯୋଗାଇଦେବାକୁ ଲକ୍ଷ୍ୟ ରହିଛି୤ ତେବେ ରାଜ୍ୟର ଏମିତି କେତେକ ଅଞ୍ଚଳ ରହିଛି ଯେଉଁଠି ଗ୍ରୀଡ୍‌ ସଂଯୋଗ ପହଁଞ୍ଚିବାର ଆଦୌ ସମ୍ଭାବନା ନାହିଁ୤ ତେଣୁ ଏହିସବୁ ଦୁର୍ଗମ ଅଞ୍ଚଳରେ ଥିବା ଗାଁ ଓ ପଡା ଗୁଡିକର ବିଦ୍ୟୁତକରଣ କରିବା ପାଇଁ ଓରେଡା ଓ ୟୁଏନଡିପିର ମିଳିତ ସହଯୋଗରେ ନୂଆ ଯୋଜନା ପ୍ରସ୍ତୁତ ହେଉଛି୤ ଏହି ନୂଆ ଯୋଜନାରେ ଦୁର୍ଗମ ଅଞ୍ଚଳର ଗ୍ରାମ ଗୁଡିକୁ ଡିଜେଲ, ବାୟୋଗ୍ୟାସ ଓ ସୌରଶକ୍ତିର ଉପଯୋଗ କରି ବିଦ୍ୟୁତ ଶକ୍ତି ଯୋଗାଇ ଦିଆଯିବ୤ ଗ୍ରୀଡ ସଂଯୋଗ ପହଁଞ୍ଚି ପାରିନଥିବା ଅଞ୍ଚଳରେ ବିଦ୍ୟୁତ ସମସ୍ୟା ଦୂର କରିବାପାଇଁ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହି ଯୋଜନାକୁ ରୂପାୟନ କରାଯିବ୤ ଏହି କାର୍ଯ୍ୟରେ ବିଭିନ୍ନ ଘରୋଇ ସଂସ୍ଥା, ଏନ.ଜିଓ କିମ୍ବା ସରକାରୀ ଏଜେନ୍ସୀର ସହାୟତା ନିଆଯିବ ଏବଂ ତାହାକୁ ବାଣିଜ୍ୟିକ ଭିତ୍ତିରେ କାର୍ଯ୍ୟକାରୀ କରାଯିବ୤ ବ୍ୟବସାୟ ଦୃଷ୍ଟିରୁ ତାହାକୁ ଲାଭଦାୟକ କରିବାପାଇଁ ସରକାରୀ ସବ୍‌ସିଡି ଦେବାର ବ୍ୟବସ୍ଥା ରହିବ୤ ତେବେ ଯୋଜନା ବିଫଳ ହେଲେ ସବ୍‌ସିଡି ରାଶି ଋଣରାଶିରେ ରୂପାନ୍ତରିତ ହେବ ବୋଲି ଶକ୍ତି ବିଭାଗ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି୤ ଏହି ଯୋଜନାରେ ସାମିଲ ହେବା ପାଇଁ ଗାଁ ଗୁଡିକୁ ଚିହ୍ନଟ କରାଯିବା ନେଇ ଏକ ଗାଇଡ ଲାଇନ ପ୍ରସ୍ତୁତ କରାଯିବ୤ ଯୋଜନା ଲାଗି କେନ୍ଦ୍ର ସରକାର ୯୦ ପ୍ରତିଶତ ଅର୍ଥ ଦେବାବେଳେ ଅବଶିଷ୍ଟ ଅର୍ଥ ଯୋଜନା ପ୍ରଣୟନ କରୁଥିବା ସଂସ୍ଥା ନିଜସ୍ବସୂତ୍ରରୁ ବରାଦ କରିବେ୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg