Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
October 2019
M T W T F S S
     
 123456
78910111213
14151617181920
21222324252627
28293031  

ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିଲା: ରେଭେନ୍‌ସାରୁ ହଜିଗଲାଣି ଓଡିଆ ବିଭାଗ

Date : November 2nd, 2010
Share : | More

କଟକ: ରେଭେନ୍‌ସା ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିବା ପରେ ଭାଷା ଓ ସାହିତ୍ୟର ସୁରକ୍ଷା ସହିତ ଛାତ୍ରଛାତ୍ରୀଙ୍କ ଉଚ୍ଚତର ଶିକ୍ଷା ପାଇଁ ଗବେଷଣା ସୁଯୋଗ ମିଳିବ ବୋଲି ସରକାର ଆଶା ପୋଷଣ କରିଥିଲେ୤ କିନ୍ତୁ ପ୍ରଶାସନିକ ଅପରିଣାମ ଦର୍ଶିତା ତଥା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଆନ୍ତରିକତାର ଅଭାବ ଯୋଗୁଁ ବର୍ତ୍ତମାନ ବିଶ୍ବବିଦ୍ୟାଳୟରୁ ଓଡିଆ ବିଭାଗ ନିଜର ସତ୍ତା ହରାଇବାକୁ ବସିଲାଣି୤ ଏବେ ସ୍ନାତକ ବିଭାଗରେ ସଂଖ୍ୟାଧିକ ସିଟ୍‌ଖାଲି ପଡୁଥିବାବେଳେ ସ୍ନାତକୋତ୍ତର ବିଭାଗ ଅବସ୍ଥା ଦିନକୁ ଦିନ ରେଭେନ୍‌ସାରେ ନିଜର ପରିଚୟ ହଜାଇବାକୁ ବସିଲାଣି୤ ଦୀର୍ଘଦିନ ଧରି ରିଡର ସମେତ ଏକାଧିକ ପଦବୀ ଖାଲି ପଡିଥିଲେ ମଧ୍ୟ ତାହା ପୂରଣ ହେଉନାହିଁ୤ ଯାହାଫଳରେ ଏହି ବିଭାଗରେ ଶିକ୍ଷାଦାନ ପାଇଁ କୌଣସି ସ୍ବତନ୍ତ୍ର କୋଠରୀ ନାହିଁ୤ ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ଶିକ୍ଷାଗ୍ରହଣ କରୁଛନ୍ତି୤

ଦୀର୍ଘବର୍ଷ ଧରି ଆର୍ତ୍ତବଲ୍ଲଭ ପାଠଚକ୍ର ଅନୁଷ୍ଠିତ ହେଉଥିବାବେଳେ ବିଶ୍ବବିଦ୍ୟାଳୟ ହେବା ପରେ ତାହାକୁ ବନ୍ଦ କରି ଦିଆଯାଇଛି୤ ଏଥିସହିତ ସେମିନାର ପାଠାଗାରରେ ପାଠ୍ୟପୁସ୍ତକ ଅଭାବ ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ପାଇଁ ଏବେ ପାଠ ପଢା ଏକ ପ୍ରକାର ଅସମ୍ଭବ ହୋଇପଡିଛି୤ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଶିକ୍ଷାର ମାନ ବୃଦ୍ଧି ପାଇଁ ଏକାଧିକ ପଦକ୍ଷେପ ଗ୍ରହଣ କରୁଥିବା ପ୍ରଚାର କରୁଥିବାବେଳେ ମାତୃଭାଷା ଭଳି ବିଷୟର ଉନ୍ନତି ପାଇଁ ସାମନ୍ୟତମ ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ବହୁ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି୤ ତୁରନ୍ତ ବିଭାଗରେ ଅଧ୍ୟାପକ ପଦ ପୂରଣ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ନମିଳିଲେ ଛାତ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି୤

ବର୍ତ୍ତମାନ ଓଡିଆ ସ୍ନାତକୋତ୍ତର ବିଭାଗରେ ୬୪ଟି ସିଟ୍‌ ରହିଛି୤ ୬୪ଟି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଦେବାପାଇଁ ମାତ୍ର ୩ଜଣ ଅଧ୍ୟାପକ ନିୟୋଜିତ ଅଛନ୍ତି୤ ଏକାଧିକ ପଦ ଖାଲି ପଡିଥିଲେ ହେଁ, ତାହା ପୂରଣ ପାଇଁ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ଗେଷ୍ଟ ଫାକଲ୍‌ଟିଙ୍କ ଦ୍ବାରା ଶିକ୍ଷାଦାନ ଜାରି ରଖିଛନ୍ତି୤ ପୂର୍ବରୁ ପ୍ରତି କ୍ଲାସର ଅବଧି ୪୫ ମିନିଟ୍‌ଥିବାବେଳେ ତାହା ଏବେ ୧ ଘଣ୍ଟାକୁ ବୃଦ୍ଧି କରାଯାଇଛି୤ ଏହା ସତ୍ତ୍ବେ ଶିକ୍ଷାଦାନର ମାନ କ୍ରମାଗତ ଭାବେ ହ୍ରାସ ପାଉଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି୤ ଓଡିଆ ବିଭାଗ ଥିଲେ ମଧ୍ୟ ସ୍ବତନ୍ତ୍ର କୋଠରୀ ନାହିଁ୤ ସେହିପରି ପୂର୍ବରୁ ଅନୁଷ୍ଠିତ ହେଉଥିବା ଆର୍ତ୍ତବଲ୍ଲଭ ପାଠଚକ୍ରରେ ରାଜ୍ୟର ବହୁ ପ୍ରତିଷ୍ଠିତ ସାହିତ୍ୟିକଙ୍କୁ ଆମନ୍ତ୍ରଣ କରାଯାଉଥିଲା୤ କିନ୍ତୁ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇବା ପରେ ତାହାକୁ କୌଣସି କାରଣ ନଥାଇ ବନ୍ଦ କରି ଦିଆଯାଇଛି୤ ବିଭାଗ ପକ୍ଷରୁ ହେଉଥିବା ପ୍ରବନ୍ଧ, କବିତା, ବକ୍ତୃତା, ଗଳ୍ପ ପ୍ରତିଯୋଗିତାମାନ ବନ୍ଦ ହୋଇଯାଇଛି୤ ସେହିପରି ନିୟମିତ ସେମିନାର ହେବା ସହିତ ପାଠାଗାରକୁ ପ୍ରତିବର୍ଷ ନୂଆ ପୁସ୍ତକ କିଣା ହୋଇ ଛାତ୍ରଛାତ୍ରୀଙ୍କୁ ଦିଆଯାଇ ଆସୁଥିଲା୤ କିନ୍ତୁ ପାଠାଗାରକୁ ଏବେ ବହି ଆସୁନି କି ଛାତ୍ରଛାତ୍ରୀଙ୍କୁ ବହି ମିଳୁନି୤

ସେହିପରି ବିଭାଗ ପକ୍ଷରୁ ପ୍ରତିବର୍ଷ ସାହିତ୍ୟ ପତ୍ର, ୱାଲ ପତ୍ରିକା ଓ ମଲ୍ଲିକା ପତ୍ରିକା ପ୍ରକାଶ ପାଉଥିଲା ଯାହାକି ବର୍ତ୍ତମାନ ବନ୍ଦ ରହିଛି୤ ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଉଛି, ପୂର୍ବରୁ ମହାବିଦ୍ୟାଳୟର ସ୍ମରଣିକା ରେଭେନ୍‌ସାଭିଆନର ମୁଖ୍ୟ ସମ୍ପାଦକ ଭାବେ ଓଡିଆ ବିଭାଗର ପ୍ରଫେସର ରହୁଥିବାବେଳେ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇବା ପରେ ତାହାକୁ ବନ୍ଦ କରି ଦିଆଯାଇଛି୤ ବର୍ତ୍ତମାନ କୁଳପତି ଏହି ସ୍ମରଣିକାର ମୁଖ୍ୟ ସମ୍ପାଦକ କାର୍ଯ୍ୟ ନିର୍ବାହ କରୁଛନ୍ତି୤ କିନ୍ତୁ ଥରେ ମାତ୍ର ଏହି ପତ୍ରିକା ପ୍ରକାଶ ପାଇଥିଲା, ଯେଉଁଥିରେ ଏକାଧିକ ତ୍ରୁଟି ପରିଲିକ୍ଷିତ ହେବାରୁ ତାହାକୁ ବନ୍ଦ କରିଦିଆଯାଇଛି୤ ତେବେ ବିଶ୍ବବିଦ୍ୟାଳୟ ପକ୍ଷରୁ କମ୍ୟୁନିଟି ରେଡିଓ ପ୍ରତିଷ୍ଠା କରାଯାଇଥିଲେ ମଧ୍ୟ କୌଣସି ଜଣେ ହେଲେ ଓଡିଆ ଛାତ୍ରଛାତ୍ରୀଙ୍କୁ ଏହାର ଘୋଷକ ଭାବେ ସୁଯୋଗ ଦିଆଯାଇନାହିଁ୤ ଯଦିଓ ଏହି ବିଭାଗର ଛାତ୍ରଛାତ୍ରୀମାନେ ନିଜ ପ୍ରତିଭା ଦ୍ବାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ସଞ୍ଚାଳନ କରି ବହୁ ପୁରସ୍କାର ହାସଲ କରିଛନ୍ତି୤ କଣ ପାଇଁ ଓଡିଆ ବିଭାଗକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ହତାଦାର କରୁଛନ୍ତି ସେନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବିଧିବଦ୍ଧ ଅନୁସନ୍ଧାନ ହେଲେ ବହୁ ରହସ୍ୟର ପର୍ଦାଫାସ ହୋଇ ପାରିବ ବୋଲି ଛାତ୍ରଛାତ୍ରୀ ମହଲରେ ମତପ୍ରକାଶ ପାଇଛି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg