Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ:ସମସ୍ୟା ସମାଧାନ ଦିଗରେ ସରକାର ଉଦାସୀନ

Date : November 10th, 2010
Share : | More

ଭୁବନେଶ୍ବର: ରାଜ୍ୟ ସରକାର ଜମି, ଜଳ ଓ ଜଙ୍ଗଲ ବିକାଶର ସ୍ଲୋଗାନ ଦେଉଥିବା ବେଳେ ବାସ୍ତବ କ୍ଷେତ୍ରରେ କୃଷି ଓ କୃଷକର ଅବସ୍ଥା ଆଜି ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି୤ ରାଜ୍ୟରେ କୃଷକ ଆତ୍ମହତ୍ୟା ଘଟଣା ଦିନକୁ ଦିନ ବୃଦ୍ଧି ପାଇଚାଲିଛି୤ ଲେଡ଼ାପୋକ କିମ୍ବା ଅନାବୃଷ୍ଟି ବା ବନ୍ୟା ଓ ବାତ୍ୟା ଯୋଗୁଁ ଫସଲ ହାନିର ଭାର ସହ୍ୟ କରିନପାରି ଚାଷୀ ଆତ୍ମହତ୍ୟା କରୁନାହାଁନ୍ତି୤ ପରନ୍ତୁ ରାଜ୍ୟ ସରକାରଙ୍କ ଅପାରଗତା ତଥା କ୍ରମବର୍ଦ୍ଧିଷ୍ଣୁ ଚାଷୀଙ୍କ ସମସ୍ୟା ପ୍ରତି ସରକାରଙ୍କ ଉଦାସୀନତା ଚାଷୀଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହେଉଛି୤

ରାଜ୍ୟରେ ଚାଷୀ ଆତ୍ମହତ୍ୟା ସଂଖ୍ୟା ୧୨୫ରେ ପହଞ୍ଚିଲା

ଫଳତଃ ୨୦୦୯ ଅକ୍ଟୋବରରୁ ଏ ପର୍ଯ୍ୟନ୍ତ ୧୨୪ ଜଣ ଚାଷୀ ଆତ୍ମହତ୍ୟା କରିଥିବାବେଳେ ଗତ ଶନିବାର ସମ୍ବଲପୁରର ଚାଷୀ ଜନାର୍ଦ୍ଦନ ବାରିକଙ୍କ ଆତ୍ମହତ୍ୟା ପରେ ଏହି ସଂଖ୍ୟା ୧୨୫ରେ ପହଞ୍ଚିଛି୤ ଋଣ ଗ୍ରସ୍ତ ଓ ଫସଲ ଉଜୁଡ଼ିବା କାରଣରୁ ୪୬ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଚଳିତ ବର୍ଷ ଜୁଲାଇ ମାସରେ ରାଜ୍ୟ ସରକାର ସ୍ବୀକାର କରିଛନ୍ତି୤ ଚାଷୀ ଆତ୍ମହତ୍ୟାକୁ ନେଇ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ୧୯.୧୧.୨୦୦୯ରେ କୃଷି କମିଶନ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ୤ ରାଜ୍ୟରେ ଚାଷୀ ଆତ୍ମହତ୍ୟାର କାରଣ ଖୋଜି ବାହାର କରିବା ପରେ ଏହାର ନିରାକରଣ ପାଇଁ ବାଟ ଫିଟାଇବା ଉଦ୍ଦେଶ୍ୟରେ ଗଠନ ହେଲା କୃଷି କମିଶନ୤ ଏହି ପରିପ୍ରେକ୍ଷୀରେ କୃଷି କମିଶନ ତାଙ୍କର ମଧ୍ୟବର୍ତ୍ତିକାଳୀନ ରିପୋର୍ଟ ଗତ ୬ ତାରିଖରେ ପ୍ରଦାନ କରିଛନ୍ତି୤ କିନ୍ତୁ ଏହି ରିପୋର୍ଟରେ ଚାଷୀ ଆତ୍ମହତ୍ୟାର କାରଣ ଓ ସମାଧାନ ସମ୍ପର୍କରେ କୌଣସି ପ୍ରସଙ୍ଗ ଉଲ୍ଲେଖ ନାହିଁ୤

ଚାଷୀ ଆତ୍ମହତ୍ୟା ରୋକିବା ପାଇଁ ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାକୁ ପାଳନ କରିବାରେ ବିଫଳ ହୋଇଛନ୍ତି୤ ବିଧାନସଭା ଭିତରେ ଚାଷୀ ଆତ୍ମହତ୍ୟାକୁ ନେଇ ବିରୋଧୀ ଦଳର ହଟ୍ଟଗୋଳ, ବାହାରେ ଶୋଭାଯାତ୍ରା, କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଚାଷୀ ଆତ୍ମହତ୍ୟାକୁ ଅସ୍ବୀକାର, କୃଷିଋଣ ବଣ୍ଟନ ନେଇ ରାଜସ୍ବ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଓ କୃଷି ମନ୍ତ୍ରୀଙ୍କ ମଧ୍ୟରେ ବିବାଦ, ଅନାବୃଷ୍ଟି ଯୋଗୁଁ ରାଜ୍ୟର ୪୧ଟି ବ୍ଲକରେ ୫୦ ପ୍ରତିଶତରୁ ଅଧିକ ଧାନ ଫସଲ ନଷ୍ଟ ହେବାର ସ୍ବୀକୃତି, ଏସବୁ ଘଟଣାକୁ ତର୍ଜମା କଲେ ସରକାର ଚାଷୀ ଆତ୍ମହତ୍ୟା ପ୍ରତି କୌଣସି ପ୍ରକାର ସମ୍ବେଦନଶୀଳ ଥିବା ଭଳି ମନେ ହେଉନାହିଁ୤ ସରକାରୀ ଘୋଷଣା,କେବଳ ଘୋଷଣା ଭିତରେ ହିଁ ରହିଯାଇଛି୤ ଏ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ମଧ୍ୟ ଦାଏର ହୋଇଛି୤ କୃଷି କମିଶନ ନାଁ ରେ କେବଳ ସରକାରୀ ଅର୍ଥ ଶ୍ରାଦ୍ଧ ହେବାରେ ଲାଗିଛି୤ ଏଭଳି ପରିସ୍ଥିତିରେ ରାଜ୍ୟରେ ଚାଷୀ ଆତ୍ମହତ୍ୟା ଦିନକୁ ଦିନ ବଢ଼ିବା ସ୍ବାଭାବିକ,ଯାହାକୁ ନେଇ ସାରା ରାଜ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg