Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
October 2019
M T W T F S S
     
 123456
78910111213
14151617181920
21222324252627
28293031  

ସମସ୍ୟାରେ ଉବୁଟୁବୁ ବଡ଼ ମେଡ଼ିକାଲର ଆଶୁ ଚିକିତ୍ସା ବିଭାଗ

Date : November 4th, 2010
Share : | More

କଟକ: ରାଜ୍ୟର ଜନସାଧାରଣଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ ଥିବା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଅଣଦେଖା ମନୋଭାବ ଯୋଗୁଁ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେବାକୁ ବସିଲାଣି୤ ଗ୍ରାମାଞ୍ଚଳର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ହେଉ କିମ୍ବା ଛୋଟ ସହରର ସରକାରୀ ଡାକ୍ତରଖାନା, ସବୁଠି ଡାକ୍ତରଙ୍କ ମରୁଡି ତଥା ଯନ୍ତ୍ରପାତି ଓ ଆନୁଷଙ୍ଗିକ ସୁବିଧା ସୁଯୋଗର ଅଭାବ ଅଳ୍ପ ବହୁତ ସବୁ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଲାଗି ରହିଛି୤ କିନ୍ତୁ କଟକସ୍ଥିତ ରାଜ୍ୟର ସର୍ବ ପୁରାତନ ସରକାରୀ ଚିକିତ୍ସାଳୟ, ବଡ଼ମେଡ଼ିକାଲର ଅଭାବ ଅସୁବିଧା ବଖାଣିଲେ ସରୁନାହିଁ୤ ରାଜ୍ୟର ସର୍ବବୃହତ ଡାକ୍ତରଖାନା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ଆଶୁଚିକିତ୍ସା ବିଭାଗରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ, ଡାକ୍ତର ଓ ଆନୁଷଙ୍ଗିକ ସୁବିଧା ସୁଯୋଗ ଅଭାବରୁ ରୋଗୀଙ୍କୁ ଉନ୍ନତ ମାନର ଚିକିତ୍ସା ସୁବିଧା ମିଳି ପାରୁନାହିଁ୤ ଏପରିକି ଦୀର୍ଘଦିନ ଧରି ଏଠାରେ ଗୁରୁତର ଆହତ ରୋଗୀଙ୍କ ପାଇଁ ଆଇସିୟୁ ସେବା ଉପଲବ୍ଧ ନଥିବାରୁ ବହୁ ରୋଗୀ ଘରୋଇ ଚିକିତ୍ସା କେନ୍ଦ୍ରକୁ ମୁହାଁଉଛନ୍ତି୤

ରୋଗୀ ନର୍ସିଂହୋମ ମୁହାଁ

ଘରୋଇ ନର୍ସିଂହୋମ ଗୁଡ଼ିକ ଏହାର ସୁବିଧା ନେଇ ଲୋକଙ୍କଠାରୁ ଅର୍ଥ ଶୋଷିବାରେ ଲାଗିପଡିଛନ୍ତି୤ ମେଡ଼ିକାଲର ଆଶୁ ଚିକିତ୍ସା କେନ୍ଦ୍ର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଭାଗ ହୋଇଥିବାରୁ ଏଠାରେ ଅତ୍ୟାଧୁନିକ ଚିକିତ୍ସା ଯୋଗାଇ ଦେବାଲାଗି ବାରମ୍ବାର ଦାବି ହୋଇ ଆସୁଥିଲା୤ ପ୍ରାଥମିକ ଅବସ୍ଥାରେ ବଡ଼ ମେଡ଼ିକାଲକୁ ଆସୁଥିବା ରୋଗୀଙ୍କ ଆଶୁଚିକିତ୍ସାକୁ ଦୃଷ୍ଟିରେ ରଖି ମେଡ଼ିକାଲ କର୍ତ୍ତୃପକ୍ଷ ଏହାକୁ ମଙ୍ଗଳାବାଗ ଫାଟକ ସମ୍ମୁଖରେ ସ୍ଥାପନ କରିଥିଲେ୤ ତେବେ ଏଠାରେ ଆମ୍ବୁଲାନ୍ସ ଏବଂ ରୋଗୀଙ୍କୁ ଆଣୁଥିବା ଯାନ ବାହାନ ଗୁଡିକୁ ରଖିବାରେ ଅସୁବିଧା ଓ ରୋଗୀଙ୍କୁ ଆଇସିୟୁ ଚିକିତ୍ସା ଯୋଗାଇ ଦେବା ସମ୍ଭବ ନ ହେବାରୁ କର୍ତ୍ତୁପକ୍ଷ ଏହାକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନେଇଥିଲେ୤ କିନ୍ତୁ ବିଭିନ୍ନ ବିଭାଗକୁ ରୋଗୀ ନେବା ଆଣିବା ସୁବିଧାକୁ ଦୃଷ୍ଟିରେ ରଖି ଏହା ଡାକ୍ତରଖାନାର ଠିକ ମଧ୍ୟଭାଗରେ ରଖାଯିବା ବଦଳରେ କେତେକ ନ୍ୟସ୍ତସ୍ବାର୍ଥ ବ୍ୟକ୍ତିଙ୍କ ହୀନ ଚକ୍ରାନ୍ତ ଯୋଗୁଁ ଏହାକୁ ରାଣୀହାଟ ପଟକୁ ସ୍ଥାନାନ୍ତର କରାଯାଇଥିଲା୤ ସେହିପରି ଏହି କେନ୍ଦ୍ରକୁ ଲାଗି ସରକାରୀ କର୍ମଚାରୀଙ୍କ ବାସଗୃହ ରହିଥିବାରୁ ଅନେକ ସମୟରେ ନିଆଁଧୂଆଁରେ ଆଶୁଚିକିତ୍ସା ବିଭାଗର ରୋଗୀ ଡହଳବିକଳ ହେଉଛନ୍ତି୤ ଏ ସମ୍ପର୍କରେ ମେଡ଼ିକାଲ ଅଧୀକ୍ଷକଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି୤

ଉକ୍ତ ବିଭାଗରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଉନଥିବାରୁ ବର୍ତ୍ତମାନ ଶଯ୍ୟା ଅଭାବ ସାଙ୍ଗକୁ ଗୁରୁତର ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ବ୍ୟାପକ ଅବ୍ୟବସ୍ଥା ଦେଖା ଦେଇଛି୤ଏପରିକି ଏଠାରେ ଭେଣ୍ଟିଲେଟରଟିଏ ମଧ୍ୟ ନଥିବାରୁ ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ସେବା ପ୍ରଦାନ ଅସମ୍ଭବ ହୋଇପଡିଛି୤ କେବଳ ଆଇସିୟୁ କିମ୍ବା ଭେଣ୍ଟିଲଲେଟର ନୁହେଁ, ବର୍ତ୍ତମାନ ଏହା ଏକାଧିକ ସମସ୍ୟା ଘେର ଦେଇ ଗତି କରୁଛି୤ ଆବଶ୍ୟକ ସଂଖ୍ୟକ ଡାକ୍ତର, ସେବିକା ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଅଭାବ ଯୋଗୁଁ ରୋଗୀ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି୤ ସବୁଠାରୁ ଅଶ୍ଚର୍ଯ୍ୟର କଥା ହେଉଛି ବର୍ହି ବିଭାଗ ସହିତ ବିଭିନ୍ନ ସୁପରସ୍ପେଶିଆଲ ବିଭାଗକୁ ଆସୁଥିବା ରୋଗୀଙ୍କ ନାମ ପଞ୍ଜିକରଣ କମ୍ପ୍ୟୁଟର ମାଧ୍ୟମରେ ହେଉଥିବାବେଳେ ତାହା ଏଠାରେ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ୤ ଖାତାରେ ନାମ ପଞ୍ଜିକରଣ ହେଉଥିବାରୁ ଅନେକ ସମୟରେ ସେଥିରେ ତ୍ରୁଟି ଦେଖା ଦେଉଛି୤ ଆଶୁଚିକିତ୍ସା ବିଭାଗ ୨୪ ଘଣ୍ଟା ଖୋଲା ରହୁଥିଲେ ମଧ୍ୟ ରାତିରେ କାର୍ଯ୍ୟରତ ଡାକ୍ତର ଓ ସେବିକାଙ୍କ ବିଶ୍ରାମ ପାଇଁ କୌଣସି ସ୍ବତନ୍ତ୍ର କୋଠରୀ ନାହିଁ୤ ଯାହାଫଳରେ ଡାକ୍ତରମାନେ ରାତିରେ କାର୍ଯ୍ୟ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି୤ ଆଶୁଚିକିତ୍ସା ବିଭାଗର ସନ୍ନିକଟରେ ଡାକ୍ତରଖାନାର କେତେକ କର୍ମଚାରୀଙ୍କୁ ବାସଗୃହ ଯୋଗାଇ ଦିଆଯାଇଥିବା ଯୋଗୁଁ ଅନେକ ସମସ୍ୟା ସୃଷ୍ଟି ହେଉଛି୤ ସେହିପରି ଆଶୁଚିକିତ୍ସା ବିଭାଗ ଆରମ୍ଭ ହେବାର ଦୁଇବର୍ଷ ବିତିବାକୁ ବସିଥିଲେ ମଧ୍ୟ ଏହାର ଶଯ୍ୟା ବୃଦ୍ଧି ପାଇଁ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି୤ ଯାହାଫଳରେ ଅନେକ ସମୟରେ ଗୁରୁତର ରୋଗୀଙ୍କୁ ବାରଣ୍ଡାରେ ପଡ଼ି ଚିକିତ୍ସିତ ହେଉଥିବା ଦେଖିବାକୁ ମିଳୁଛି୤ ବଡ଼ ମେଡ଼ିକାଲର ଆଶୁ ଚିକିତ୍ସା ବିଭାଗ ଲୋକଙ୍କ ନିମନ୍ତେ ସବୁଠାରୁ ଦରକାରୀ ବିଭାଗ ହୋଇଥିବାରୁ ଏହାର ସମସ୍ୟା ତୁରନ୍ତ ସମାଧାନ କରି ଜନସାଧାରଣଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଦାବୀ ହେଉଛି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg