Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ସମୁଦ୍ରକୂଳରେ ସୌଖିନ ବ୍ୟବସାୟ କରୁଥବା ବ୍ୟବସାୟୀଙ୍କ ଜୀବିକା ସଙ୍କଟରେ

Date : November 12th, 2010
Share : | More

ଜଙ୍ଗଲ ଓ ପରିବେଶ ଆଇନ ଆଳରେ ଓଡ଼ିଶାରେ ଶିଳ୍ପାୟନକୁ କେବଳ କେନ୍ଦ୍ର ବିରୋଧ କରୁନାହିଁ ପରନ୍ତୁ ସାମୁଦ୍ରିକ ଜୀବଜନ୍ତୁଙ୍କ ସୁରକ୍ଷା ଆଳରେ ଏବେ ବିଭିନ୍ନ ବ୍ୟବସାୟ କରି ଆତ୍ମନିର୍ଭରଶୀଳ ଓ ସ୍ବରୋଜଗାରକ୍ଷମ ହେବାପାଇଁ ସଂଗ୍ରାମ ଚଳାଇଥିବା ବେକାରମାନଙ୍କ ତଣ୍ଟିରେ ଗୋଡ ପକାଇବା ପାଇଁ ଉଦ୍ୟମ କରିଛି୤ ପୁରୀ, କୋଣାର୍କଭଳି ସମୁଦ୍ର ଉପକୂଳରେ ପ୍ରଚୁର ପରିମାଣର ଶଙ୍ଖ, ଗେଣ୍ଡା, ଶାମୁକା ଓ ଅନ୍ୟାନ୍ୟ ସାମୁଦ୍ରିକ ଜୀବଙ୍କ ଖୋଳପାରେ ନିର୍ମିତ ସୌଖିନ ସାମଗ୍ରୀ ବିକ୍ରିବଟା ହୋଇଥାଏ୤ ଏଥିରେ ତିଆରି ଘରସଜାଇବାର ବିଭିନ୍ନ ଉପକରଣ, କଲମଷ୍ଟାଣ୍ଡ, ଦର୍ପଣଷ୍ଟାଣ୍ଡ, ସୌଖିନ ଅଳଙ୍କାର ଇତ୍ୟାଦି ପର୍ଯ୍ୟଟକମାନଙ୍କୁ ବେଶ୍ ଆକର୍ଷିତ କରିଥାଏ୤ ଏହି ସାମୁଦ୍ରକ ଜୀବମାନଙ୍କୁ କେହି ସମୁଦ୍ରରୁ ଧରିଆଣି ଉଦ୍ଦେଶ୍ୟ ସାଧନ ଲାଗି ହତ୍ୟା କରି ନଥାନ୍ତି୤ ସମୁଦ୍ରରୁ ମାଛମାରୁଥବା ମତ୍ସ୍ୟଜୀବୀଙ୍କ ଜାଲରେ ଏମାନେ ପଶିଯାଇଥାନ୍ତି୤ ବୃତ୍ତିଧାରୀମାନେ ଏହାକୁ ସମୁଦ୍ର ଉପକୂଳରୁ ସଂଗ୍ରହ କରିବାପରେ ଘରେ ବସି ବିଭିନ୍ନ ସୌଖିନ ସାମଗ୍ରୀ ତିଆରି କରିଥାନ୍ତି୤ ସେଥିର ବିଭିନ୍ନ ରଙ୍ଗ ଦେଇ ଆହୁରି ଆକର୍ଷଣୀୟ କରିଥାନ୍ତି୤ ସମୁଦ୍ର ଉପକୂଳରେ ବସବାସ କରି ଆସୁଥିବା କେତେକ ପରିବାର ଜୀବୀକା ଉପାର୍ଜନର ବିକଳ୍ପଭାବେ ଏହି ବ୍ୟବସାୟକୁ ଆଦରି ନେଇଛନ୍ତି୤ ତେବେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଏହା ଉପରେ ଅଙ୍କୁଶ ଲଗାଇଛି୤ ଅନ୍ୟ ରାଜ୍ୟପାଇଁ ନୁହେଁ କେବଳ ଓଡ଼ିଶା ପାଇଁ ଏହି କଟକଣା ଜାରି କରାଯାଇଛି୤ ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୩୨ର ସେକ୍ସନ ୩୯ ଧାରା ୨ ଅନୁଯାୟୀ ଶଙ୍ଖ, ଗେଣ୍ଡା ଓ ଶାମୁକାର ଖୋଳପାରେ ଜିନିଷ ତିଆରି କରି ବିକ୍ରି କରୁଥିବା ବ୍ୟବସାୟୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବ୤ ଏପରିକି ଏହି କାର୍ଯ୍ୟକରୁଥିବା ବ୍ୟକ୍ତିଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ୤ ଏହି ସାମୁଦ୍ରିକ ଜୀବଜନ୍ତୁଙ୍କ ସୁରକ୍ଷା ଲାଗି ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଅଧୀନ ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋର ଅତିରିକ୍ତ ନିର୍ଦ୍ଦେଶକ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗକୁ ଚିଠି ଲେଖିଛନ୍ତି୤ ସାମୁଦ୍ରିକ ଜୀବମାନଙ୍କ ଖୋଳପାରେ ଜିନିଷ ତିଆରି କରି ବିକ୍ରି କରାଯାଉଥିବାରୁ ପକୂଳର ଜୈବ ବିବିଧତା ନଷ୍ଟ ହେଉଛି ବୋଲି ଏହି ଚିଠିରେ ଦର୍ଶାଯାଇଛି୤ ଏହି ଦୁର୍ଲଭ ଜୀବଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି୤

ବ୍ୟୁରୋ ପକ୍ଷରୁ ଏକ ପ୍ରତିନିଧି ଦଳ ପୁରୀ ଓ କୋଣାର୍କର ସମୁଦ୍ର ଉପକୂଳ ପରିଦର୍ଶନ କରିବାକୁ ଆସିଥିବା ବେଳେ ସାମୁଦ୍ରିକ ଜୀବଙ୍କ ଖୋଳପାର ନିର୍ମିତ ସୌଖିନ ଦ୍ରବ୍ୟର କାରବାର ଦେଖି ଉଦ୍‌ବେଗ ପ୍ରକାଶ କରିଥିଲେ୤ ପ୍ରତିନିଧି ଦଳ ରିପୋର୍ଟ ଦେବାପରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ପକ୍ଷରୁ ଏପରି ଚିଠି ଲେଖାଯାଇଛି୤ ଏଠାରେ ସୂଚନାଯୋଗ୍ୟ ଦିଲ୍ଲୀରେ ଅନୁଷ୍ଠିତ ଏକ ପ୍ରଦର୍ଶନୀରେ ଓଡ଼ିଶାରୁ ଖୋଲାଯାଇଥିବା ଏକ ଶଙ୍ଖ ଶାମୁକା ସାମଗ୍ରୀ ଷ୍ଟଲକୁ ବନ୍ଦ କରିଦିଆଯାଇଥିବା ଘଟଣାକୁ ନେଇ ଓଡ଼ିଶା ବିଧାନସଭାରେ ଚର୍ଚ୍ଚା ହୋଇଥିଲା୤ ତେବେ ରାଜ୍ୟ ସରକାର ଏଦିଗରେ ସଂପୂର୍ଣ୍ଣ ଉଦାସୀନ ଥିବାରୁ ଏହି ବ୍ୟବସାୟ କରୁଥିବା ଶହ ଶହ ପରିବାରର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି୤

ରାଜ୍ୟରେ ଦିନକୁ ଦିନ ଶିକ୍ଷାର ମାନ ଅଧୋଗତି ହେବାକୁ ଯାଉଛି୤ ପ୍ରାଥମିକ ଶିକ୍ଷା ଓ ଉଚ୍ଚଶିକ୍ଷା ପ୍ରତି ସରକାରୀସ୍ତରରେ ଅବେହଳା ସୁସ୍ପଷ୍ଟ୤ ତେବେ ଏକଥା କହିବା ଅନାବଶ୍ୟକ ଯେ ଯେପର୍ଯ୍ୟନ୍ତ ଅଭିଭାବକମାନ ସଚେତନ ହୋଇନଥବେ ସେ ଯାଏଁ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆସିପାରିବ ନାହିଁ୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg