Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
June 2019
M T W T F S S
     
 12
3456789
10111213141516
17181920212223
24252627282930

ଶଙ୍ଖକ୍ଷେତ୍ରେ ସଙ୍କଟରେ ଶଙ୍ଖ ବ୍ୟବସାୟୀ : ବିପଣି ବନ୍ଦ ଆଶଙ୍କା

Date : September 23rd, 2011
Share : | More

ପୁରୀ : ଶଙ୍ଖଧ୍ବନୀ ମନ ଓ ପ୍ରାଣକୁ ଜାଗ୍ରତ କରେ୤ ଶଙ୍ଖକ୍ଷେତ୍ର ଶ୍ରୀକ୍ଷେତ୍ରରେ ସକାଳୁ ଶହ ଶହ ଶଙ୍ଖ ବିଭିନ୍ନ ମନ୍ଦିର, ମଠ, ଗୃହରେ ବାଜି ଉଠିଲେ ସହାରବାସୀ ଜାଗ୍ରତ ହୋଇଉଠନ୍ତି୤ ଶ୍ରୀକ୍ଷେତ୍ରର ବିଭିନ୍ନ ଦେବାଦେବୀଙ୍କ ଅବସ୍ଥାନର ଭୂଗୋଳ ଏକ ଶଙ୍ଖ ପରି୤ ଶଙ୍ଖନାଭି ମଣ୍ଡଳରେ ଶ୍ରୀମନ୍ଦିର ଅବସ୍ଥିତ୤ ଏଠାରେ ଶଙ୍ଖର ମହତ୍ତ୍ବ ଅଧିକ୤ ଟାଇଁ ଟାଇଁ ବାଜୁଥିବା ଶଙ୍ଖ ଏଠାରେ ବେଶ ଲୋକପ୍ରିୟ୤ ବିରଳ ପ୍ରଜାତିର ସାମୁଦ୍ରିକ ଜୀବର ସୁରକ୍ଷା ପ୍ରେମୀ, ପ୍ରାଣୀପ୍ରେମୀମାନେ ଶଙ୍ଖ ସଂଗ୍ରହରେ ଲଗାମ ଲଗାଇବା ଫଳରେ ଶଙ୍ଖ ଉତ୍ପାଦନ କମିବାରେ ଲାଗିଛି୤ ପୁରୀରେ ପ୍ରତିଦିନ ଶହେରୁ ଊର୍ଦ୍ଧ୍ବ ଶଙ୍ଖ ବିକ୍ରୀ ହେଉଥିବାବେଳେ ଏବେ ଭଲ ଶଙ୍ଖ ଆସୁନଥିବାରୁ ବ୍ୟବସାୟୀମାନେ ହତାଶ ହେଉଛନ୍ତି୤ ସେହିପରି ଦିଲ୍ଲୀରେ ଏକ ଜାତୀୟ ମେଳାରେ ଓଡ଼ିଶାର ଶଙ୍ଖ ବିକ୍ରୀ ଉପରେ ଅଙ୍କୁଶ ଲାଗିବାରୁ ବ୍ୟବସାୟୀମାନେ ହତାଶ ହୋଇଛନ୍ତି୤

ଶଙ୍ଖଧ୍ବନୀର ତରଙ୍ଗ ବିଭିନ୍ନ ରୋଗର ଜୀବାଣୁକୁ ନଷ୍ଟ କରିଦିଏ ବୋଲି ୧୯୨୮ ମସିହାରେ ବର୍ଲିନ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଏହି ମତ ଦେଇଥିଲେ୤ ଶଙ୍ଖଧ୍ବନୀ ଧାର୍ମିକ ଭାବନା ସୃଷ୍ଟି କରୁଥିବାରୁ ପୁରୀରେ ଶଙ୍ଖର ବିକ୍ରୀ ବଢ଼ି ଚାଲିଥିଲା୤ ମନୁଷ୍ୟ ଶରୀରରେ ପ୍ରତିଦିନ ଶଙ୍ଖଧ୍ବନୀ ବାଜିଲେ ଶରୀର ନିରୋଗ ରହେ୤ ଘରେ ପ୍ରତିଦିନ ଶଙ୍ଖ ବାଜିଲେ ବାସ୍ତୁଦୋଷ କଟିଥାଏ ଓ ଅସୁରଶକ୍ତି ଘରେ ପ୍ରବେଶ କରିପାରେ ନାହିଁ୤ ଶଙ୍ଖ ବଜାଇଲେ ହୃଦ୍‌ରୋଗ, ରକ୍ତଚାପ ନିୟନ୍ତ୍ରିତ ହେଉଥିବା କୁହାଯାଏ୤ ଶଙ୍ଖରୁ ନିର୍ଗତ ଓଁକାର ଧ୍ବନୀର ଶକ୍ତି ବହୁତ୤ ଅନେକ ବର୍ଷ ତଳେ ଜଣେ ସନ୍ୟାସୀ ଶ୍ରୀଜଗନ୍ନାଥଙ୍କୁ ଏକ ପାଞ୍ଚଜନ୍ୟ ଶଙ୍ଖ ସମର୍ପଣ କରିଥିଲେ, ଯାହାକୁ କାନରେ ଦେଲେ ଅହରହ ବେଦମନ୍ତ୍ର ଶୁଭେ ବୋଲି ସୂଚନା ମିଳିଛି୤ ଶଙ୍ଖରେ ଦେବତାମାନେ ପାଣି ପିଇଲେ ସନ୍ତୁଷ୍ଟ ହୁଅନ୍ତି୤ ଶଙ୍ଖର ବହୁ ମାହାତ୍ମ୍ୟ ଥିବାରୁ ପୁରୀରେ ଶଙ୍ଖ ବ୍ୟବସାୟୀଙ୍କ ବେପାର ଭଲ ଚାଲୁଥିଲା୤ ଏବେ ଆଇନ୍‌ କଟକଣା ଲାଗିବାରୁ ଶଙ୍ଖ ବିକ୍ରୀ କରିବାକୁ କେତେକ ଡରିଲେଣି୤

ଏହି ଶଙ୍ଖ କୈଳାସର ମାନସରୋବର, ମାଳଦ୍ବୀପ, ଲକ୍ଷାଦ୍ବୀପ, ଶ୍ରୀଲଙ୍କା ଓ ଭାରତରେ ମିଳିଥାଏ୤ ପୁରୀରେ ବ୍ୟବସାୟୀମାନେ ବିଭିନ୍ନ ପ୍ରକାର ଶଙ୍ଖ ବିକ୍ରୀ କରିଥାନ୍ତି୤ ସେମାନଙ୍କ ମଧ୍ୟରେ ଦକ୍ଷିଣାବୃତ୍ତ ଶଙ୍ଖ, ମଧ୍ୟାବୃତ୍ତ ଶଙ୍ଖ, ବାମାବୃତ୍ତ ଶଙ୍ଖ, ଲକ୍ଷ୍ମୀ ଶଙ୍ଖ, ଗଣେଷ ଶଙ୍ଖ, ଗୋମୁଖୀ ଶଙ୍ଖ, କାମଧେନୁ ଶଙ୍ଖ, ବିଷ୍ଣୁ ଶଙ୍ଖ, ଦେବଦତ୍ତ ଶଙ୍ଖ, ଚକ୍ର ଶଙ୍ଖ, ପୋଣ୍ଡୁ ଶଙ୍ଖ, ବୀଣା ଶଙ୍ଖ, ସୁଘୋଷ ଶଙ୍ଖ, ଗରୁଡ଼ ଶଙ୍ଖ, ମଣିପୁଷ୍ପକ ଶଙ୍ଖ, ରାକ୍ଷାସ ଶଙ୍ଖ, ଶନିଶଙ୍ଖ, ରାହୁ ଶଙ୍ଖ, କେତୁ ଶଙ୍ଖ, ଶେଷନାଗ ଶଙ୍ଖ, କଚ୍ଛପ ଶଙ୍ଖ ପ୍ରଭୃତି ବିକ୍ରୀ କରି ପରିବାର ପ୍ରତିପୋଷଣ କରିଥାନ୍ତି୤ ଏବେ ଜଙ୍ଗଲ ଓ ଜଙ୍ଗଲ ଜାତ ଆଇନ୍‌ର ଆଦବକାଇଦାରେ ଶଙ୍ଖ ବ୍ୟବସାୟୀମାନେ ଭୀତକ୍ରସ୍ତ୤ ସେହିଭଳି ଛୋଟ ପିଲାମାନେ କଥା କହିବା ସମୟରେ ସେତେବେଳେ ଅଣ୍ଟାରେ ଶଙ୍ଖ ବାନ୍ଧିବା ପ୍ରଚଳିତ ଥିଲା୤

ପୁରୀ ଆଖପାଖରେ ଥିବା ଷୋହଳ ଶାସନ ଓ ଛତିଶ କରବାଡ଼ରେ ଥିବା ବ୍ରାହ୍ମଣ ଶାସନରେ ପ୍ରତି ଘରେ ଶଙ୍ଖ ଦେଖିବାକୁ ମିଳୁଥିଲା ଏବେ ମଧ୍ୟ ଅଛି୤ ଶ୍ରୀଜଗନ୍ନାଥ ଶଙ୍ଖ ଅତି ପ୍ରିୟ ଥିବାରୁ ତାହାକୁ ସେ ହାତରେ ଧରିଥାନ୍ତି୤ ଶଙ୍ଖକ୍ଷେତ୍ରେ ଶଙ୍ଖର ମାହାତ୍ମ୍ୟ ଅନନ୍ୟ୤ ଶ୍ରୀମନ୍ଦିର ନିକଟ ବଡ଼ଦାଣ୍ଡରେ ଥିବା ଶଙ୍ଖ ବ୍ୟବସାୟୀମାନେ ଏବେ ଚିନ୍ତାଗ୍ରସ୍ତ୤ କେତେକ ଅନ୍ୟ ବେପାର କରିବାକୁ ମସୁଧା କଲେଣି୤ କେତେକ ସ୍ବୟଂ ସହାୟକ ଦଳ ଶଙ୍ଖମାଳି, ଶଙ୍ଖ ଝାଲେରି, ଶଙ୍ଖ ଚାବି ରିଙ୍ଗ ନିର୍ମାଣ କରୁଥିବାବେଳେ ବେପାର ନ ଚାଲିଲେ ସେମାନଙ୍କ ନିର୍ମାଣ କମିବାର ଆଶଙ୍କା ସୃଷ୍ଟି ହୋଇଛି୤

ପ୍ରତି ଗାଁରେ ଜଣେ ଶଙ୍ଖୁଆ ଥାଆନ୍ତି୤ ସେମାନେ ବିବାହ, ବ୍ରତ, ଘର ପ୍ରତିଷ୍ଠା, ଅଷ୍ଟପ୍ରହରି, ଦୋଳ ଉତ୍ସବ ଓ ଅନ୍ୟ ମାଙ୍ଗଳିକ କର୍ମରେ ଶଙ୍ଖ ବଜାଇଥାନ୍ତି୤ ଶଙ୍ଖ ନ ମିଳିଲେ ସେମାନଙ୍କ ଜୀବିକା ମଧ୍ୟ ବୁଡ଼ିବାର ଅଶଙ୍କା ସୃଷ୍ଟି ହେଲାଣି୤ ପୁରୀର ଶଙ୍ଖ ବ୍ୟବସାୟୀ ମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦୋକାନ ଗୃହ ଆବଣ୍ଟନ କରି ପାର କରିବା ପାଇଁ ସୁଯୋଗ ଦେବାକୁ ଦାବି ହେଲାଣି୤ ବଡ଼ଦାଣ୍ଡରୁ ଶଙ୍ଖପସରା ଉଠିଯିବା ଫଳରେ ଏବେ କେତେକ ଏବେ କେତେକ ବ୍ୟବସାୟୀ, ଉଠା ଦୋକାନୀ ହାତ ବାନ୍ଧି ବସୁଛନ୍ତି୤ ତେଣୁ ଏଥିପାଇଁ ରାଜ୍ୟ ସରାକାରୀ ଏକ ସ୍ବତନ୍ତ୍ର ଆଇନ ପ୍ରଚଳନ ପାଇଁ ଦାବି ହେଉଛି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg