Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ଶ୍ରମ ଆଇନ ତା ବାଟରେ:ଶ୍ରମିକ ଶୋଷଣର ଅନ୍ତ ନାହିଁ

Date : November 10th, 2010
Share : | More

କଟକ: ରାଜ୍ୟର ବିଭିନ୍ନ ଶିଳ୍ପାନୁଷ୍ଠାନରେ କାର୍ଯ୍ୟରତ ଶ୍ରମିକଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ କଡ଼ା ଆଇନ ପ୍ରଣୟନ କରାଯାଇଛି୤ କିନ୍ତୁ ଶ୍ରମ ବିଭାଗ ଏହି ଆଇନକୁ ସଠିକ ଭାବେ ପାଳନ କରୁନଥିବାରୁ ଘରୋଇ ଶିଳ୍ପ ସଂସ୍ଥା ଗୁଡ଼ିକ ଏହାର ସୁଯୋଗ ନେଇ କାର୍ଯ୍ୟରତ ଶ୍ରମିକମାନଙ୍କୁ ଶୋଷଣ କରି ଚାଲିଛନ୍ତି୤ ନିର୍ଦ୍ଧାରିତ ୮ ଘଣ୍ଟା ବଦଳରେ ଘରୋଇ ଶିଳ୍ପାନୁଷ୍ଠାନଗୁଡିକ ଶ୍ରମିକମାନଙ୍କୁ ୧୨ରୁ ୧୬ ଘଣ୍ଟା ପର୍ଯ୍ୟନ୍ତ କାମରେ ନିୟୋଜିତ କରୁଥିବା ଅଭିଯୋଗ ହେଉଛି୤ କଟକର ଜଗତପୁର ଶିଳ୍ପାଞ୍ଚଳକୁ ଏହାର ପ୍ରକୃଷ୍ଟ ଉଦାହରଣ ଭାବେ ନିଆଯାଇପାରେ୤ ଏଠାରେ କାର୍ଯ୍ୟରତ ଶହ ଶହ ଶ୍ରମିକ ସର୍ବନିମ୍ନ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଥିବା ନେଇ ଏବେ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି୤ କେତେକ ଶ୍ରମିକ ଏ ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲେ ମଧ୍ୟ ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଉନଥିବା ବହୁ ଶ୍ରମିକ ଅଭିଯୋଗ କରିଛନ୍ତି୤

୧୯୮୦ ମସିହାରେ ମାତ୍ର କେତୋଟି ହାତଗଣତି କ୍ଷୁଦ୍ର ତଥା ମଧ୍ୟମ ଧରଣର ଶିଳ୍ପ ପ୍ରତିଷ୍ଠାନକୁ ନେଇ ଜଗତପୁର ଶିଳ୍ପାଞ୍ଚଳ ଗଢ଼ି ଉଠିଥିଲା୤ ତେବେ କଞ୍ଚାମାଲ ଓ ଗମନାଗମନର ସୁବିଧା ଯୋଗୁଁ ଏଠାରେ ଗୋଟିଏ ପରେ ଗୋଟିଏ ନୂଆ କଳ କାରଖାନା ଗଢ଼ି ଉଠିଲା୤ ଫଳରେ ବର୍ତ୍ତମାନ ଜଗତପୁର ଶିଳ୍ପାଞ୍ଚଳରେ ୪୦୦ରୁ ଊର୍ଦ୍ଧ୍ବ ଛୋଟବଡ଼ ଶିଳ୍ପ କାରଖାନା ରହିଛି୤ ସେଥିରୁ ପ୍ରାୟ ୩୦୦ କାର୍ଯ୍ୟକ୍ଷମ ଥିବାବେଳେ ୧୦୦ଟି ଶିଳ୍ପ ସଂସ୍ଥା ବନ୍ଦ ହୋଇ ପଡ଼ିଛି୤ ଏହିସବୁ କାରଖାନାରେ ବର୍ତ୍ତମାନ ୫ ହଜାରରୁ ଊର୍ଦ୍ଧ୍ବ କୁଶଳୀ ଓ ଅଣକୁଶଳୀ ଶ୍ରମିକ କାର୍ଯ୍ୟ କରୁଛନ୍ତି୤ କିନ୍ତୁ ରାଜ୍ୟର ଅନ୍ୟାନ୍ୟ ଶିଳ୍ପାଞ୍ଚଳ ଭଳି ଏହି ଶିଳ୍ପାଞ୍ଚଳର ଶ୍ରମିକମାନେ ସର୍ବଦା ଅବହେଳିତ୤ ବିଶେଷକରି ସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରି ଶ୍ରମିକଙ୍କୁ ପ୍ରଦାନ କରାଯାଉନଥିବା ଶ୍ରମିକଙ୍କ ପକ୍ଷରୁ ଅଭିଯୋଗ ହେଉଛି୤ ଅଣକୁଶଳୀ ୯୦ ଟଙ୍କା, ଅର୍ଦ୍ଧକୁଶଳୀ ୧୦୩ ଟଙ୍କା, କୁଶଳୀ ୧୧୬ ଟଙ୍କା ଓ ଉଚ୍ଚ କୁଶଳୀ ଶ୍ରମିକଙ୍କ ପାଇଁ ଦୈନିକ ମଜୁରି ୧୨୯ ଟଙ୍କା ରହିଥିବା ବେଳେ ଶ୍ରମିକଙ୍କୁ ଏହାଠାରୁ ଖୁବ୍ କମ୍‌ ମଜୁରି ଦିଆଯାଉଛି ବୋଲି କେତେକ ଶ୍ରମିକ ଅଭିଯୋଗ କରିଛନ୍ତି୤ କେବଳ ଉପଯୁକ୍ତ ମଜୁରି ନୁହେଁ, ଗୋଟିଏ ଗୋଟିଏ ଶିଳ୍ପ କାରଖାନାରେ ଜଣେ ଜଣେ ଶ୍ରମିକ ଦୀର୍ଘ ୧୫ ବର୍ଷ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ଚାକିରିରେ ସ୍ଥାୟୀ ନିଯୁକ୍ତି ଦିଆଯାଉନାହିଁ କି ସେମାନଙ୍କ ଭବିଷ୍ୟ ନିଧି ପାଣ୍ଠିରେ ଟଙ୍କା ଜମା ହେଉନାହିଁ୤

ଶିଳ୍ପ ଆଇନ ଅନୁଯାୟୀ ୭ ଜଣରୁ ଊର୍ଦ୍ଧ୍ବ ଶ୍ରମିକ କାର୍ଯ୍ୟ କରୁଥିବା ଶିଳ୍ପ ସଂସ୍ଥାରେ ଶ୍ରମିକଙ୍କୁ ବୀମା ଚିକିତ୍ସା ସୁବିଧା ଉପଲବ୍ଧ କରିବା ବାଧ୍ୟତାମୂଳକ ଥିବାବେଳେ, ଏହି ଆଇନକୁ ଅଧିକାଂଶ ଶିଳ୍ପସଂସ୍ଥା ମାନୁନାହାନ୍ତି୤ ଏପରିକି ଶିଳ୍ପାଞ୍ଚଳ ଶ୍ରମିକଙ୍କ ପାଇଁ ଇଏସଆଇସି ତରଫରୁ ଜଗତପୁରଠାରେ ଚିକିତ୍ସାଳୟ ପ୍ରତିଷ୍ଠା ହୋଇଥିଲେ ହେଁ ଆବଶ୍ୟକ ସଂଖ୍ୟକ ଡାକ୍ତର, ସେବିକା ଓ କର୍ମଚାରୀ ଅଭାବରୁ ତାହା ପ୍ରହସନରେ ପରିଣତ ହୋଇଛି୤ ଯାହାଫଳରେ ଆହତ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ସମ୍ଭବପର ହୋଇପାରୁନାହିଁ୤ ଏହା ବ୍ୟତୀତ ଜଗତପୁର ଶିଳ୍ପାଞ୍ଚଳ ପାଇଁ ଉଦ୍ଦିଷ୍ଟ ଇଏସଆଇସି ଆଞ୍ଚଳିକ କାର୍ଯ୍ୟାଳୟ ଜଗତପୁର ବଦଳରେ କଟକର କଲ୍ୟାଣୀନଗରରେ କାର୍ଯ୍ୟ କରୁଛି୤ ଏହା ଫଳରେ ଶ୍ରମିକମାନେ ସେମାନଙ୍କର ସାମାନ୍ୟ କାମ ପାଇଁ ଗୋଟିଏ ଦିନର ମଜୁରି ହରାଇ ସେଠାକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି୤

ସୂଚନାଯୋଗ୍ୟ ଯେ ଜଗତପୁର ଶିଳ୍ପାଞ୍ଚଳର ଶ୍ରମିକଙ୍କ ସୁବିଧା ପାଇଁ ଇଏସଆଇସି ପକ୍ଷରୁ ଜଗତପୁର ଗୋଲେଇ ଛକ ନିକଟରେ ଜମି ଅଧିଗ୍ରହଣ କରାଯାଇ ପାଚେରୀ ବୁଲାଯାଇଥିଲେ ମଧ୍ୟ ସେଠାରେ ଏ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ୤ କେଉଁ ଉଦ୍ଦେଶ୍ୟରେ ଏହି ସ୍ଥାନରେ ଚିକିତ୍ସାଳୟ ଓ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲାଯାଉନାହିଁ ସେଥିନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି୤ ଏ ସଂପର୍କରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ରାଜ୍ୟ ଶ୍ରମ ବିଭାଗ ସଚିବ, ଇଏସଆଇସି ଯୁଗ୍ମ ନିର୍ଦ୍ଦେଶକ ଓ କଟକ ଜିଲ୍ଲା ଶ୍ରମ ବିଭାଗ ଅଧିକାରୀଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରୁନଥିବାରୁ ଏହାକୁ ନେଇ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି୤ ସରକାର ଶ୍ରମିକଙ୍କ କଲ୍ୟାଣ ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା ଆରମ୍ଭ କରୁଥିବାବେଳେ ଉଚ୍ଚ ଅଧିକାରୀଙ୍କ ଆନ୍ତରିକତାରେ ଅଭାବ ଯୋଗୁଁ ବିଭିନ୍ନ କାରଖାନାରେ କାର୍ଯ୍ୟରତ ଶ୍ରମିକମାନେ ଉଚିତ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଥିବା ସାଧାରଣରେ ଆଲୋଚନା ହେଉଛି୤

Recently Published :
 

2 Responses

  1. Prashant Sahoo says:

    This is the news for our honorable and most dedicated labor minister shri shri Pushpendra Singhdeo.

  2. mihir says:

    just wait one day we all are waiting for Mr Bishnu Mohanty’s result.After that we show minister Pushpendra Singhdeo’s life telecast..

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg