Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
January 2020
M T W T F S S
     
 12345
6789101112
13141516171819
20212223242526
2728293031  

ପ୍ରଦୂଷଣ ଯୋଗୁଁ ନଷ୍ଟ ହେବାରେ ଲାଗିଛି ଶ୍ରୀମନ୍ଦିରର ଆଧ୍ୟାତ୍ମିକ ପରିବେଶ

Date : November 4th, 2010
Share : | More

ପୁରୀ: ବିଶ୍ବ ପ୍ରସିଦ୍ଧ ତଥା ଐତିହ୍ୟ ସମ୍ପନ୍ନ ଶ୍ରୀମନ୍ଦିର ପରିସରରେ ପରିବେଶ ସୁରକ୍ଷା ଦିଗ ପ୍ରତି ଯଥାବିଧି ପଦକ୍ଷେପ ନିଆଯାଉନାହିଁ୤ ଏଥିନେଇ ଭକ୍ତମାନଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ଦେଖାଦେବା ସହ ଶ୍ରୀମନ୍ଦିର ପରିସରରେ ପରିମଳ ସମସ୍ୟା ଏବେ ସେମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି୤ ଦୈନିକ ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଦର୍ଶନାର୍ଥୀ ଆସୁଥିବା ଶ୍ରୀମନ୍ଦିରର ଆଧ୍ୟାତ୍ମିକ ପବିତ୍ରତା ପ୍ରଦୂଷଣ ଯୋଗୁଁ ନଷ୍ଟ ହେବାରେ ଲାଗିଛି ବୋଲି ଭକ୍ତମାନେ ମତବ୍ୟକ୍ତ କରୁଛନ୍ତି୤ ଶ୍ରୀମନ୍ଦିର ପରିସରରେ ପରିସ୍ରା କରିବା, ପାନଛେପ ପକାଇ ବିଭିନ୍ନ ସ୍ଥାନକୁ ବିକୃତ କରିବା, ଶ୍ରୀମନ୍ଦିର ମଧ୍ୟରେ ଯେ କୌଣସି ସ୍ଥାନରେ ବସି ମହାପ୍ରସାଦ ସେବନ କରି ସମ୍ପୃକ୍ତ ସ୍ଥାନ ଗୁଡିକୁ ଅପରିସ୍କାର କରିବା, ଆନନ୍ଦ ବଜାର ବ୍ୟତୀତ ଅନ୍ୟ ସ୍ଥାନକୁ ମହାପ୍ରସାଦ ବିକ୍ରୟ କରିବା ସ୍ଥାନ ରୂପେ ବ୍ୟବହାର କରାଯିବା ଆଦି ଘଟଣା ଶ୍ରୀମନ୍ଦିର ପରିସରରେ ପରିମଳ ସମସ୍ୟା ସୃଷ୍ଟି କରିବାର ପ୍ରମୁଖ କାରଣ ପାଲଟିଛି୤ ଏହା ଶ୍ରୀମନ୍ଦିର ପରିସରର ସୌନ୍ଦର୍ଯ୍ୟହାନିର ପ୍ରମୁଖ କାରଣ ହୋଇଥିବା ବେଳେ ବଡଦେଉଳ ପରିସର ମଧ୍ୟରେ ପରିମଳ ଓ ବିଶୃଙ୍ଖଳିତ ପରିବେଶ ସୃଷ୍ଟି ହେଉଥିବା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି୤ ଏ ସବୁର ଦୂରୀକରଣ ନିମନ୍ତେ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ବିନୋଦଚନ୍ଦ୍ର ପାଢୀ ଏକ ପତ୍ର ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି୤

ଶ୍ରୀମନ୍ଦିରର ରୋଷଶାଳା ବିଶ୍ବର ସବୁଠାରୁ ବୃହତ୍ତମ ଅନ୍ନ ମହାପ୍ରସାଦ ଯୋଗାଣ ସ୍ଥଳୀ ଓ ଆନନ୍ଦ ବଜାର ଏହି ମହାପ୍ରସାଦ ବ୍ୟବସାୟର ମୁଖ୍ୟସ୍ଥଳୀ୤ ତେବେ ଆନନ୍ଦ ବଜାର ମଧ୍ୟରେ ପରିମଳ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ଜରୁରି ପଦକ୍ଷେପ ନିଆଯିବା ଉଚିତ୤ ସେଠାରେ ଖାଇ ସାରିବା ପରେ ବର୍ଜ୍ୟପତ୍ର, ବଳକା ମହାପ୍ରସାଦ ଓ କୁଢ କୁଢ ଭଙ୍ଗା କୁଡୁଆ ଜମା ହୋଇ ପଡ଼ି ରହିବା ଫଳରେ ପରିବେଶ ପ୍ରଦୂଷିତ ହେବା ସହ ମେଘନାଦ ପ୍ରାଚୀର ପାର୍ଶ୍ବ ନାଳ (ଶ୍ରୀମନ୍ଦିର ଭିତର ପରିସର)ରେ ପରିସ୍ରା ତ୍ୟାଗ ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି୤ କେବଳ ସେତିକି ନୁହେଁ, ରୋଷଶାଳା ନିକଟସ୍ଥ ଗଙ୍ଗା-ଯମୁନା ଦୁଇଟିର ଚତୁଃପାର୍ଶ୍ବ ଅଞ୍ଚଳ ମଧ୍ୟ ପ୍ରଦୂଷିତ ହେଉଛି ବୋଲି ଶ୍ରୀ ପାଢୀ କ୍ଷୋଭ ପ୍ରକାଶ ପୂର୍ବକ ଉକ୍ତ ପତ୍ରରେ ଉଲ୍ଲେଖ କରିଛନ୍ତି୤

ଶ୍ରୀମନ୍ଦିର ପରିସରକୁ ଦୈନିକ ଅଗଣିତ ଭକ୍ତ ପ୍ରବେଶ କରୁଥିବାରୁ ଅଧିକାଂଶ ଭକ୍ତ ଶ୍ରୀମନ୍ଦିର ପରିସରରେ ଘଣ୍ଟା ଘଣ୍ଟା ଧରି ସମୟ କାଟାଇଥାନ୍ତି୤ ସାଧାରଣ ଭକ୍ତମାନଙ୍କୁ ବାଦ ଦେଇ ଶ୍ରୀମନ୍ଦିର ପରିସର ମଧ୍ୟରେ ରୋଷଶାଳା, ଧୂଳିଆ ଗୁମାସ୍ତା, ଶୁଖିଲା ଓ ଅନ୍ନବ୍ୟଞ୍ଜନ ମହାପ୍ରସାଦ, ବିକ୍ରୟ, ମୁଖମନ୍ଦିର ଓ ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର, ଶ୍ରୀମନ୍ଦିର, ଓଡିଶା ପୋଲିସ ସ୍କ୍ବାଡ, ଯାତ୍ରୀ ସହାୟକ ନିଯୋଗ, ଦୀପ ବିକାଳି, ମାଳଫୁଲ ଗୁନ୍ଥାଳି ଓ ବିକାଳି,ପାଣିଆ,କାର୍ଯ୍ୟାଳୟ କର୍ମଚାରୀ ଓ ଅନ୍ୟାନ୍ୟ ସେବା ପ୍ରଦାନ ନିମନ୍ତେ ଦୈନିକ ଅନ୍ୟୁନ ୨୫୦୦ ବ୍ୟକ୍ତି ପ୍ରାୟ ଶ୍ରୀମନ୍ଦିର ଦ୍ବାର ଫିଟାଠାରୁ ପହୁଡ ପର୍ଯ୍ୟନ୍ତ କାର୍ଯ୍ୟ କରିଥାନ୍ତି୤ ଏମାନେ ଅନ୍ୟୁନ ୭/୮ ଘଣ୍ଟା ପାଇଁ ଲଗାତାର ଭାବେ ପାଳି ଅନୁସାରେ ଶ୍ରୀମନ୍ଦିର ପରିସରର ମଧ୍ୟରେ ରହିଥାନ୍ତି୤

ସାଧାରଣ ଯାତ୍ରୀ ହୁଅନ୍ତୁ କିମ୍ବା ଭକ୍ତ ଏବଂ ସେବାୟତ ହୁଅନ୍ତୁ ବା କର୍ମଚାରୀ କେହି ବି, ଶ୍ରୀମନ୍ଦିର ପରିସରରେ ପରିସ୍ରା ତ୍ୟାଗ କରିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ୤ ମହାପ୍ରଭୁଙ୍କ ପରିସରକୁ ଏଭଳି ଭାବରେ ପ୍ରଦୂଷିତ କରାଯାଇ ଦେବାଳୟର ପବିତ୍ରତାକୁ ନଷ୍ଟ କରିବା ଉଚିତ ନୁହେଁ୤ ତେବେ ଶ୍ରୀମନ୍ଦିର ବାହାର ପାର୍ଶ୍ବରେ ପରିସ୍ରାଗାର, ଶୌଚାଳୟମାନ ସ୍ଥାପନ କରାଯାଇ ସମସ୍ତଙ୍କୁ ସେଠାକୁ ଯିବା ପାଇଁ ବ୍ୟବସ୍ଥା କରାଯିବା ଉଚିତ୤ ପରମ୍ପରା ଓ ସଂସ୍କୃତି ନାଁରେ ପ୍ରଶାସନର ଏଭଳି ପଦକ୍ଷେପକୁ ବିରୋଧ ନକରି ସହଯୋଗ କରିବାକୁ ଶ୍ରୀ ପାଢୀ ଅନୁରୋଧ କରିଛନ୍ତି୤ ଏଥି ସହିତ ଶ୍ରୀମନ୍ଦିର ଆନନ୍ଦ ବଜାରକୁ ବାଦ ଦେଇ ଅନ୍ୟ କୌଣସି ସ୍ଥାନରେ ମାହାପ୍ରସାଦ ବିକ୍ରୟ ବା ସେବନ କରାଯିବାକୁ ସେ ନାପସନ୍ଦ କରିଛନ୍ତି୤ ମହାପ୍ରଭୁଙ୍କର ବିଜେସ୍ଥଳୀ ତଥା ଏକ ପୁରାତନ ଐତିହ୍ୟପୂର୍ଣ୍ଣ ବିଶ୍ବବିଖ୍ୟାତ ଦେବାଳୟର ପବିତ୍ରତାକୁ ବଜାୟ ରଖିବା ଲାଗି ସେ ଅନୁରୋଧ କରିଛନ୍ତି|

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg