ଜୁନିୟର୍ ବିଶ୍ବକପ୍ ହକିରେ ଓଡ଼ିଆ ଖେଳାଳିଙ୍କ ସଫଳତା
ରାଉରକେଲା: ଅଗଷ୍ଟ ମାସ ୪ ତାରିଖରେ ଜର୍ମାନୀର ମୋଞ୍ଚେଗ୍ଲାଣ୍ଡ୍ବାକ୍ଠାରେ ସମ୍ପନ୍ନ ହୋଇଥିବା କନିଷ୍ଠ ମହିଳା ହକି ବିଶ୍ବକପ୍ରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ସେମି ଫାଇନାଲ୍ରେ ପ୍ରବେଶ କରିବା ସହିତ ତୃତୀୟ ସ୍ଥାନ ହାସଲ କରି ଇତିହାସ ରଚନା କରିଛି ଏହା ଫଳରେ ଭାରତୀୟ ମହିଳା ଦଳ ପ୍ରଥମ ଥର ପାଇଁ ବିଶ୍ବକପ୍ ହକି ପ୍ରତିଯୋଗିତାରେ କାଂସ୍ୟ(ବ୍ରୋଞ୍ଜ୍) ପଦକ ହାସଲ କରିଛି ତେଣୁ ଦଳର ସମସ୍ତ ଖେଳାଳିଙ୍କୁ ହକି ଇଣ୍ଡିଆ ପକ୍ଷ୍ୟରୁ ୧ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି ଏହି ଦଳରେ ଥିବା ୪ଜଣ ଓଡ଼ିଶାର ଖେଳାଳିମାନେ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ସେମାନଙ୍କ ମଧ୍ୟରୁ ଦୀପ୍ ଗ୍ରେସ୍ ଏକ୍କା ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସର ହୋଇଥିଲାବେଳେ ଅନ୍ୟ ତିନିଜଣ ଯଥା: ଅନୁପା ବାର୍ଲା, ନମିତା ଟପ୍ପୋ ଓ ଲିଲିମା ମିଞ୍ଜ୍ ରାଉରକେଲାସ୍ଥିତ ପାନପୋଷ କ୍ରୀଡ଼ା ଛାତ୍ରାବାସର ଖେଳାଳି ଅଟନ୍ତି ଏହି ୪ଜଣ ଓଡ଼ିଆ ଖେଳାଳିଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଗତ ଜଣାଇବା ସହିତ ଏହି ୪ଜଣ ଖେଳାଳିଙ୍କୁ ୧ଲକ୍ଷ ୨୫ ହଜାର ଟଙ୍କା ଲେଖାଏ ଆର୍ଥିକ ପୁରସ୍କାର ଦେବା ନିମନ୍ତେ ଆଜି ଘୋଷଣା କରିଛନ୍ତି
ସୂଚନାଯୋଗ୍ୟ ଯେ, ଉପରୋକ୍ତ ୪ଜଣଯାକ ଓଡ଼ିଆ ଖେଳାଳି ଗତ ୨ବର୍ଷ ହେଲା ଭାରତୀୟ ଦଳକୁ ପ୍ରତିନିଧିତ୍ବ କରୁଥିଲାବେଳେ ପ୍ରଥମ ଥର ପାଇଁ ଜୁନିୟର୍ ମହିଳା ବିଶ୍ବକପ୍ ଦଳରେ ଦେଶକୁ ପ୍ରତିନିଧିତ୍ବ କରିଛନ୍ତି ଏହା ପୂର୍ବରୁ ଏହି ଖେଳାଳିମାନେ ସିନିୟର୍ ଜାତୀୟ ଦଳରେ ଖେଳିବା ସହିତ ଜୁନିୟର୍ ଦଳରେ ମଧ୍ୟ ଖେଳିଛନ୍ତି ସେହିପରି ଏହି ଖେଳାଳିମାନେ ବିଭିନ୍ନ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ଦଳକୁ ପ୍ରତିନିଧିତ୍ବ କରିବା ସହିତ କିଛିମାସ ତଳେ ଭୋପାଳରେ ହୋଇଥିବା ପାଇକା କ୍ରୀଡ଼ାର ହକି ପ୍ରତିଯୋଗିତାର ଫାଇନାଲ୍ରେ ଖେଳି ଉନ୍ନତମାନର ପ୍ରଦର୍ଶନ କରିଥିଲେ