ରାଷ୍ଟ୍ରାୟତ୍ତ ଉଦ୍ୟୋୟ ଆର୍ଇସିପିଡିସିଏଲ୍ ପକ୍ଷରୁ ବିପିୟୁଟିର ୧୧ଜଣ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ
ରାଉରକେଲା: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ସ୍ଥାପନା ହେବାର ୧୧ବର୍ଷ ପରେ ଏହା ଅଧିନସ୍ଥ ବିଭିନ୍ନ ସରକାରୀ ମହାବିଦ୍ୟାଳୟର ୧୧ଜଣ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆର୍ଇସିପିଡିଏସ୍ଏଲ୍ ପକ୍ଷରୁ ମେଧାବୃତ୍ତି ପ୍ରଦାନ କରାଯାଇଛି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଧିନସ୍ଥ ଗ୍ରାମୀଣ ବିଦ୍ୟୁତ ଶକ୍ତି ଯୋଗାଣ ନିଗମ (ଆର୍ଇସି)ର ସଂସ୍ଥା ଆର୍ଇସିପିଡିଏସ୍ଏଲ୍ର କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ ଅନ୍ତର୍ଗତ ଯୋଜନା ମୁତାବକ ସମଗ୍ର ଦେଶର ବିଭିନ୍ନ ସରକାରୀ ବୈଷୟିକ ଅନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ୧୨୫ଟି ମେଧାବୃତ୍ତି ଚଳିତ ୨୦୧୩-୧୪ ଶିକ୍ଷାବର୍ଷ ପାଇଁ ପ୍ରଦାନ କରାଯାଉଛି ଏହି କ୍ରମରେ ବିପିୟୁଟି ଅଧିନସ୍ଥ କେଉଁଝର ସ୍ଥିତ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟର ୬ଜଣ ଛାତ୍ର, ଭୁବନେଶ୍ବର ସ୍ଥିତ ସିଇଟି ମହାବିଦ୍ୟାଳୟର ୩ଜଣ ଛାତ୍ରୀ ଓ ବୁର୍ଲାସ୍ଥିତ ଯାନ୍ତ୍ରିକ ମହାବିଦ୍ୟାଳୟ ଓ କଳାହାଣ୍ଡି ସ୍ଥିତ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟର ଜଣେ ଲେଖାଏ ଯୋଗ୍ୟ ବିବେଚିତ ଛାତ୍ରଙ୍କୁ ୨୪ହଜାର ଟଙ୍କା ଲେଖାଏ ମେଧାବୃତ୍ତି ପ୍ରଦାନ କରାଯାଇଛି
ଏଥିପାଇଁ ସ୍ଥାନୀୟ ବିପିୟୁଟି ମୁଖ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବିପିୟୁଟି କୁଳପତି ଓଡ଼ିଶାର ମୋଟ ୧୧ଜଣ ଛାତ୍ରଛାତ୍ରୀମାନଙ୍କୁ ମେଧାବୃତ୍ତି ଅର୍ଥ ପ୍ରଦାନ କରି ସମସ୍ତେ ଜଣେ ଜଣେ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ ଏହି ଅବସରରେ ବିପିୟୁଟିର ବରିଷ୍ଠ ଅଧିକାରୀମାନଙ୍କ ସମେତ ଆର୍ଇସିପିଡିଏସ୍ଏଲ୍ର ଦୁଇ ଅଧିକାରୀ ଉପସ୍ଥିତ ଥିଲେ