Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ଭାଷା ହେଉଛି ଏକ ଜାତିର ପରିଚୟ – ସାଂସଦ ବୈଷ୍ଣବ ପରିଡ଼ା

Date : August 22nd, 2015
Share : | More

*‘ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଓ ଅସ୍ମିତା ଚର୍ଚ୍ଚା’ ଶୀର୍ଷକ ୨ଦିନିଆ ଜାତୀୟ ପାଠଚକ୍ର ଉଦ୍‌ଘାଟିତ *
ରାଉରକେଲା: ସ୍ଥାନୀୟ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଏକ ୨ ଦିନିଆ ଜାତୀୟ ପାଠଚକ୍ର ଆଜି ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ‘ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଓ ଅସ୍ମିତା ଚର୍ଚ୍ଚା’ ଶୀର୍ଷକ ପାଠଚକ୍ରକୁ ମୁଖ୍ୟ ଅତିଥି ଭାବେ ଉଦ୍‌ଘାଟନ କରି ରାଜ୍ୟସଭା ସାଂସଦ ତଥା ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ମୁଖ୍ୟ ଆବାହକ ବୈଷ୍ଣବ ପରିଡ଼ା, ଭାଷା ହେଉଛି ଏକ ଜାତିର ପରିଚୟ ଏବଂ ଭାଷା ତା’ର ବ୍ୟବହାରିକ ପରିଚୟକୁ ନେଇ ବଞ୍ଚେ ବୋଲି କହିଛନ୍ତି। ୧୯୬୦ ଦଶକରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଧିନରେ ଇସ୍ପାତ କାରଖାନା ସ୍ଥାପନା ପରେ ପରେ ରାଉରକେଲାର କଳା ଓ ସଂସ୍କୃତି ସହିତ ଏଠାକାର ଓଡ଼ିଆମାନେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ସର୍ବଦା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ବିଶେଷ କରି ୬୦ ଓ ୭୦ ଦଶକରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ହୋଇଥିବା ଆନ୍ଦୋଳନରେ ରାଉରକେଲା ପଶ୍ଚିମ ଓଡ଼ିଶାର ନେତୃତ୍ୱ ନେଇଥିଲା। ଏହି ସହର ଏକ ବିବିଧବର୍ଣ୍ଣା ଭାଷା ଓ ସଂସ୍କୃତିର ସହର ହୋଇଥିଲେ ସୁଦ୍ଧା ଓଡ଼ିଆ ଭାଷା ପାଇଁ ଏହି ସହରର ଏକାଧିକ ଅନୁଷ୍ଠାନମାନଙ୍କର କାର୍ଯ୍ୟ ପ୍ରଶଂସନୀୟ ବୋଲି ଶ୍ରୀ ପରିଡ଼ା କହିଥିଲେ। ନିକଟରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିଲେ ମଧ୍ୟ ଆମମାନଙ୍କ ମଧ୍ୟରେ ଏହି ଭାଷାପ୍ରତି ଆବଶ୍ୟକ ଅସ୍ମିତା ବୋଧ ଅଦ୍ୟାବଧି ସୃଷ୍ଟି ହୋଇପାରିନାହିଁ। ତେଣୁ ଆଜିର ନୂତନ ପିଢ଼ି ବିଶେଷ କରି ଛାତ୍ର ଓ ଛାତ୍ରୀମାନେ ଓଡ଼ିଆ ଭାଷାକୁ ନେଇ ଗର୍ବ କରିବା ସହିତ ଏହାର ଗୌରବମୟ ସଂସ୍କୃତି ଓ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଶ୍ରୀ ପରିଡ଼ା ଆହ୍ୱାନ ଦେଇଥିଲେ। ଏହାସହିତ ବିଗତ ଦିନମାନଙ୍କରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଏବଂ ଏହାର ଐତିହାସିକ ତଥ୍ୟ ଉପରେ ଅଧିକରୁ ଅଧିକ ଗବେଷଣା କରିବା ପାଇଁ ସେ ଆହ୍ୱାନ ଦେଇଥିଲେ। ଯେତେପର୍ଯ୍ୟନ୍ତ ଓଡ଼ିଆ ଭାଷା ଜୀବବନଜୀବିକାର ଭାଷା ନ ହୋଇପାରିଛି ସେତେପର୍ଯ୍ୟନ୍ତ ଏହି ଭାଷାର ପ୍ରଚାର ପ୍ରସାର ପରିବ୍ୟାପ୍ତ ହେବା ସମ୍ଭବ ନୁହେଁ । ତେଣୁ ଏହି ଭାଷାକୁ ପ୍ରଶାସନିକ ବ୍ୟବହାର ସମେତ ସମସ୍ତ ପ୍ରକାରର କାର୍ଯ୍ୟରେ ବ୍ୟବହାର ପାଇଁ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ କାର୍ଯ୍ୟ କରିବା ପାଇଁ ଶ୍ରୀ ପରିଡ଼ା ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମ ଆୟୋଜନ କମିଟିର ଆବାହିକା ତଥା ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଡ. ଜ୍ୟୋତିର୍ମୟୀ ଜେନା ପାଠଚକ୍ର ଆୟୋଜନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ କହିବା ସହିତ ଓଡ଼ିଆ ଭାଷାର ବର୍ତ୍ତମାନ, ଅତୀତ ଓ ଭବିଷ୍ୟତ ବିଷୟରେ ଆଲୋଚନା କରିଥିଲେ। ବିଶ୍ୱଭାରତୀ ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟ, ଓଡ଼ିଆ ବିଭାଗର ପ୍ରାଧ୍ୟାପିକା ଡ. ସବିତା ପ୍ରଧାନ ପାଠଚକ୍ର ଶୀର୍ଷକ ବିଷୟ ଉପରେ ଭିତ୍ତିନିବନ୍ଧ ପାଠ କରି ଓଡ଼ିଆ ଭାଷାର ପ୍ରାଚୀନତା ଓ ଅସ୍ମିତା ବାବଦରେ ବିଶେଷ ଆଲୋଚନା କରିଥିଲେ। ଏହି ଅବସରରେ ପାଠଚକ୍ର ଆଲୋଚନା ଶୀର୍ଷକ ଉପରେ ବିଭିନ୍ନ ଲେଖା ସମ୍ବଳିତ ଏକ ସ୍ମରଣିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ରାଉରକେଲା ସରକାରୀ ସ୍ୱୟଂଶାଶିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ପ୍ରତିଭା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ଅଧ୍ୟାପକ ରଞ୍ଜନ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ଓଡ଼ିଆ ବିଭାଗ ଅଧ୍ୟାପକ ଦେବେନ୍ଦ୍ର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ୨୨ ଓ ୨୩ ତାରିଖ ଦୁଇଦିନ ଧରି ଚାଲିବାକୁ ଥିବା ଏହି ପାଠଚକ୍ର କାର୍ଯ୍ୟକ୍ରମର ମୋଟ ୬ଟି ସମ୍ପାନରେ ଓଡ଼ିଆ ଭାଷାର ବିଭିନ୍ନ ଦିଗ ଉପରେ ଅନେକ ଭାଷା ବିଶେଷଜ୍ଞ ଓ ସାହିତ୍ୟିକମାନେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg