Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
June 2019
M T W T F S S
     
 12
3456789
10111213141516
17181920212223
24252627282930

୬୧ତମ ରାଜ୍ୟ କବାଡ଼ି ଚମ୍ପିଆନ୍‌ସିପ୍‌ ସମ୍ପନ୍ନ

Date : November 11th, 2013
Share : | More

*ପୁରୁଷ ବିଭାଗରେ କଟକ ଓ ମହିଳା ବିଭାଗରେ ପୁରୀ ଜିଲ୍ଲା ବିଜୟୀ *
ରାଉରକେଲା: ସ୍ଥାନୀୟ ସେକ୍ଟର-୨୦ ଷ୍ଟାଡ଼ିୟମ୍‌ଠାରେ ଥିବା କବାଡ଼ି କମ୍ପ୍ଲେକ୍ସ୍‌ରେ ଚାଲିଥିବା ୬୧ତମ ରାଜ୍ୟ କବାଡ଼ି ଚାମ୍ପିଆନ୍‌ସିପ୍‌ ସମ୍ପନ୍ନ ହୋଇଛି୤ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ଫାଇନାଲ୍‌ର ଏକ ରୋମାଞ୍ଚକର ଖେଳର ପୁରୁଷ ବିଭାଗରେ କଟକ ୨୫-୧୩ ପଏଣ୍ଟ୍‌ରେ ସମ୍ବଲପୁରକୁ ହରାଇ ବିଜୟୀ ହୋଇଛି୤ ସେହିପରି ମହିଳା ବିଭାଗର ଏକତରଫା ଖେଳରେ ପୁରୀ ଜିଲ୍ଲା ଦଳ ୨୧-୪ରେ ଯାଜପୁରକୁ ହରାଇ କରି ଚାମ୍ପିଆନ୍‌ ହୋଇଛି୤ ପୁରୁଷ ବିଭାଗରେ କଟକ ଦଳର ଶେଖ୍‌ସୁଦ୍ଦିନ ଶ୍ରେଷ୍ଠ ଖେଳାଳି, ଅନୀଲ ପ୍ରଧାନ (ସମ୍ବଲପୁର)ର ଶ୍ରେଷ୍ଠ ରାଇଡ଼ର, ସତ୍ୟପ୍ରକାଶ ଦାଶ(କଟକ) ଶ୍ରେଷ୍ଠ କ୍ୟାଚର୍‌ ବିବେଚିତ ହୋଇଥିବାବେଳେ ମହିଳା ବିଭାଗରେ ମଧୁସ୍ମିତା ସାହୁ(ପୁରୀ) ଶ୍ରେଷ୍ଠ ଖେଳାଳି, ମନସ୍ବିନୀ ସ୍ବାଇଁ ଶ୍ରେଷ୍ଠ ରାଇଡ଼ର ଓ ଏସ୍‌. ସ୍ବାଇଁ(ପୁରୀ) ଶ୍ରେଷ୍ଠ କ୍ୟାଚର୍‌ ବିବେଚିତ ହୋଇଛନ୍ତି୤

ପୂର୍ବରୁ ଅନୁଷ୍ଠିତ ପୁରୁଷ ବିଭାଗର ପ୍ରଥମ ସେମିଫାଇନାଲ୍‌ରେ କଟକ ଦଳ ୨୫-୧୦ରେ ଯାଜପୁରକୁ ଓ ସମ୍ବଲପୁର ଦଳ ୨୨-୭ରେ ସିଆର୍‌ଆର୍‌ଆଇକୁ ପରାସ୍ତ କରି ଫାଇନାଲ୍‌କୁ ଉନ୍ନୀତ ହୋଇଥିଲା୤ ସେହିପରି ମହିଳା ବର୍ଗର ସେମିଫାଇନାଲ ମ୍ୟାଚ୍‌ରେ ଯାଜପୁର ଦଳ ୨୬-୭ରେ କଟକକୁ ଓ ପୁରୀ ଦଳ ୧୭-୬ରେ ଖୋର୍ଦ୍ଧାକୁ ପରାସ୍ତ କରି ଫାଇନାଲ୍‌କୁ ପ୍ରବେଶ କରିଥିଲେ୤ ଓଡ଼ିଶା କବାଡ଼ି ମହାସଂଘର ରେଫରୀ ବୋର୍ଡ଼ ଅଧ୍ୟକ୍ଷ ପି.ସି.ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଖେଳାଯାଇଥିବା ମ୍ୟାଚ୍‌ଗୁଡ଼ିକୁ ଶୈଳେଶ ମିଶ୍ର, ପ୍ରକାଶ ନାୟକ, ଅନାଦି ସାହୁ, ସସ୍ମିତା ଦାଶ, ନୀତା ମହାନ୍ତି, କେ.କେ. ପରିଡ଼ା, ରାଜେଶ ସେଠ୍‌, ପ୍ରମୋଦ ସାହୁ, ଉମାପତି ତ୍ରିପାଠୀ ଓ ରାମଚନ୍ଦ୍ର ବେହେରା ପ୍ରମୁଖ ପରିଚାଳନା କରିଥିଲେ୤ ଏହି ପ୍ରତିଯୋଗିତାରେ ଉନ୍ନତ ଖେଳ ପ୍ରଦର୍ଶନ କରିଥିବା ଉଭୟ ବର୍ଗର ଶ୍ରେଷ୍ଠ ୧୨ଜଣ ଲେଖା ଖେଳାଳିଙ୍କୁ ନେଇ ଓଡ଼ିଶା ଦଳ ଚୟନ କରାଯାଇଛି୤ ଏହି ଦଳ ଆସନ୍ତା ୧୩ ତାରିଖରେ କୋଲ୍‌କାତାଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ କବାଡ଼ି ଚାମ୍ପିଆନ୍‌ସିପ୍‌ରେ ଅଂଶଗ୍ରହଣ କରିବ୤

ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥିଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ସୁବ୍ରତ ତରାଇ, ସମ୍ମାନିତ ଅତିଥିଭାବେ ଓଡ଼ିଶା କବାଡ଼ି ମହାସଂଘର ସମ୍ପାଦକ ଅଜୟ କୁମାର ବେହେରା, ଅଲିମ୍ପିଆନ୍‌ ହକି ଖେଳାଳି ମାଇକେଲ୍‌ କିଣ୍ଡୋ ଓ ଆୟୋଜକ ଅନୁଷ୍ଠାନର ସମ୍ପାଦକ ଆର୍‌.ଏନ.ମିଶ୍ର ପ୍ରମୁଖ ଯୋଗଦେଇଥିଲେ୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg