ଆନ୍ତଃ ଜିଲ୍ଲା ବିଦ୍ୟାଳୟ ହକି ପ୍ରତିଯୋଗିତା ଅନୁଷ୍ଠିତ
Date : November 6th, 2013
ରାଉରକେଲା: ସ୍ଥାନୀୟ ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିସରରେ ଥିବା ଆଷ୍ଟ୍ରୋଟର୍ଫ୍ ପଡ଼ିଆରେ ଗତକାଲିଠାରୁ ଆରମ୍ଭ ହୋଇଥିବା ଆନ୍ତଃ ଜିଲ୍ଲା ବିଦ୍ୟାଳୟ ହକି ପ୍ରତିଯୋଗିତା ଆଜି ସମ୍ପନ୍ନ ହୋଇଛି ଏହି ପ୍ରତିଯୋଗିତାର ୪ଟି ବର୍ଗରେ ମୋଟ ୧୨ଟି ଦଳ ଭାଗ ନେଇଥିଲେ ଏଥିରେ ସମସ୍ତ ବର୍ଗରେ ସୁନ୍ଦରଗଡ଼ ଜିଲ୍ଲା ବିଜେତା ହୋଇଥିଲାବେଳେ ସମସ୍ତ ବର୍ଗରେ ସମ୍ବଲପୁର ଜିଲ୍ଲା ଉପବିଜେତା ହୋଇଛି ଆଜି ଅନୁଷ୍ଠିତ ଉଦ୍ଯାପନୀ ଅବସରରେ ବିଜେତା ଓ ଉପବିଜେତା ଦଳଗୁଡ଼ିକୁ ଅତିଥିମାନେ ପୁରସ୍କୃତ କରିଥିଲେ ଏହି ପ୍ରତିଯୋଗିତାରେ ଉନ୍ନତମାନର ଖେଳ ପ୍ରଦର୍ଶନ କରିଥିବା ଖେଳାଳୀମାନଙ୍କ ମଧ୍ୟରୁ ଚଳିତ ମାସରେ ହେବାକୁ ଥିବା ଜାତୀୟ ବିଦ୍ୟାଳୟ ସମୁହ ପ୍ରତିଯୋଗିତା ପାଇଁ ଖେଳାଳି ଚୟନ କରାଯାଇଛି