Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
 
At 2:31 pm IST

Current Tempature
Partly Cloudy, 43 C

Forecast:
Sun - Clear. High: 42 Low: 26
Mon - Sunny. High: 44 Low: 27

Full Forecast at Yahoo! Weather
ARCHIVE
May 2012
M T W T F S S
« Apr    
 123456
78910111213
14151617181920
21222324252627
28293031  

ବିପିୟୁଟି ଅବ୍ୟବସ୍ଥା ସୁଧୁରିବ କେବେ ? କୁଳପତିଙ୍କ ପ୍ରତିଶ୍ରୁତି ପାଣିର ଗାର

Date : February 9th, 2012
Share : | More

ରାଉରକେଲା: ଗତ ଅକ୍ଟୋବର ୨୧ ତାରିଖ ଦିନ ବିପିୟୁଟିର ତୃତୀୟ ସ୍ଥାପନା ଦିବସ (ପ୍ରକୃତରେ ୨୦୦୩ରେ ସ୍ଥାପିତ) ଅବସରରେ ବିପିୟୁଟି କ୍ରିୟାନୁଷ୍ଠାନ କମିଟିର ସଦସ୍ୟଙ୍କ ଦ୍ବାରା କୁଳପତିଙ୍କୁ ଘେରାଉ କରାଯାଇଥିଲା୤ bput_buildingପରେ ବିପିୟୁଟିର ସାମ୍ପ୍ରତିକ ସ୍ଥିତି ଏବଂ ବିଭିନ୍ନ ସମସ୍ୟା ଓ ସମାଧାନ ବାବଦରେ ଅକ୍ଟୋବର ୨୩ ତାରିଖ ଦିନ ଅପରାହ୍ନରେ ଆୟୋଜିତ ଏକ ବୈଠକରେ କୁଳପତି ପ୍ରଫେସର୍ ଜିତେନ୍ଦ୍ରିୟ କୁମାର ଶତପଥୀ କ୍ରିୟାନୁଷ୍ଠାନ କମିଟିର ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ୤ ଏହି ଆଲୋଚନା ସମୟରେ ରାଜ୍ୟ ବିଧାନସଭାରେ ପାରିତ ବିଧେୟକ ଏବଂ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ମୁତାବକ ରାଉରକେଲାରେ ହିଁ ବିପିୟୁଟିର ମୁଖ୍ୟାଳୟ କାର୍ଯ୍ୟକ୍ଷମ ହେବ ବୋଲି ସେ ଦୃଢୋକ୍ତି କରିବା ସହ ଛେଣ୍ଡ ସ୍ଥିତ ମୁଖ୍ୟାଳୟରେ କୋଠାବାଡ଼ି ନିର୍ମାଣ କାର୍ଯ୍ୟର ବନ୍ଦ ଏବଂ ଏହି ସମସ୍ୟାର ସମାଧାନ ଉପରେ ମଧ୍ୟ କୁଳପତି ତଥ୍ୟ ପ୍ରଦାନ କରିଥିଲେ୤

bputଏହା ବ୍ୟତୀତ ଛାତ୍ରଛାତ୍ରୀମାନଙ୍କ ଡିଗ୍ରୀ ପ୍ରମାଣପତ୍ର ଠିକ୍ ସମୟରେ ପ୍ରଦାନ ସହିତ ପ୍ରମାଣପତ୍ରରେ ହେଉଥିବା ଜାଲିଆତି ରୋକିବା ପାଇଁ ଦୃଢ ପଦଷେପ ନିଆଯାଇଛି୤ ବିଶେଷ କରି ପ୍ରମାଣପତ୍ରର ନିରାପତ୍ତା ପାଇଁ ୧୪ଟି ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କୁଳପତି ସୂଚନା ଦେଇଥିଲେ୤ ସେହିପରି ଭୁବନେଶ୍ବରରୁ ବିପିୟୁଟିର ଅଧିକାଂଶ କାର୍ଯ୍ୟ ହେଉଥିବା ପ୍ରଶ୍ନର ଉତ୍ତର ଦେଇ କୁଳପତି କହିଥିଲେ ଯେ, ବିପିୟୁଟିରେ କାର୍ଯ୍ୟରତ ବିଭିନ୍ନ ଅଧିକାରୀମାନେ ଅସ୍ଥାୟୀ ଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି ଏବଂ ନୂତନ ଓ ସ୍ଥାୟୀ ନିଯୁକ୍ତି ପରେ ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ସୂଚନା ଦେବା ସହ ଏ ବାବଦରେ ଖୁବ୍‌ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଥିଲେ୤

bput_2ଏହି ଆଲୋଚନାକୁ ଇତିମଧ୍ୟରେ ୪ ମାସ ବିତିଯାଇଥିଲେ ସୁଦ୍ଧା ବିପିୟୁଟି କୋଠାବାଡ଼ି ନିର୍ମାଣ ବାବଦରେ ବିଶେଷ ଅଗ୍ରଗତି ହୋଇନାହିଁ୤ ଅପର ପକ୍ଷରେ କୁଳପତିଙ୍କ ପ୍ରତିଶ୍ରୁତି ମୁତାବକ ବିପିୟୁଟି ମୁଖ୍ୟାଳୟର ବାକିଥିବା କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ଚଳିତ ବର୍ଷ ଜୁନ୍‌ମାସ ଶେଷ ସୁଦ୍ଧା ଅତି କମ୍‌ରେ ପ୍ରଶାସନିକ ଭବନର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରି ବିପିୟୁଟିକୁ ହସ୍ତାନ୍ତର କରାଯିବ ବୋଲି ସ୍ଥାନୀୟ ଇଡ଼୍‌କୋ (କୋଠାବାଡ଼ି ନିର୍ମାଣ ଦାୟିତ୍ବ ନେଇଥିବା ସଂସ୍ଥା) ମୁଖ୍ୟ ଅଶୋକ ମିଶ୍ର ସୂଚନା ଦେଇଛନ୍ତି୤ ସେହିପରି ଗତବର୍ଷ ସେପ୍ଟେମ୍ବର ମାସରେ ବିପିୟୁଟି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଉରକେଲା ଛେଣ୍ଡ ସ୍ଥିତ ବିପିୟୁଟି ପରିସରରେ ହୋଇଥିବା ଜବରଦଖଲ ଉଚ୍ଛେଦ ନେଇ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଅବଗତ କରାଯିବା ସହ ରାଜ୍ୟ ଶିଳ୍ପମନ୍ତ୍ରୀଙ୍କ ରାଉରକେଲା ଗସ୍ତ ସମୟରେ ଏ ବାବଦରେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା୤ ଏ ସବୁ ସତ୍ତ୍ବେ ମଧ୍ୟ ଅଦ୍ୟାବଧି ବିପିୟୁଟି ପରିସରରେ ଜବର ଦଖଲ ରହିଥିବା ସହ ବିଭିନ୍ନ ସ୍ଥାନରେ ପୂର୍ବରୁ ନିର୍ମିତ ପ୍ରାଚୀର ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି୤

bput_3ସେହିପରି ଅକ୍ଟୋବର ୨୦୦୯ ମସିହାରେ ବିପିୟୁଟିର ଶେଷ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଥିଲାବେଳେ ଅଦ୍ୟାବଧି ଆଉ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇନାହିଁ୤ ଏହା ଫଳରେ ୨୦୦୯-୨୦୧୦ ଓ ୨୦୧୦-୨୦୧୧ ଶିକ୍ଷା ବର୍ଷରେ ବିଭିନ୍ନ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହଜାର ହଜାର ବିଦ୍ୟାର୍ଥୀ ସେମାନଙ୍କର ଡିଗ୍ରୀ ପ୍ରମାଣପତ୍ର ପାଇ ନପାରି ବାରଦୁଆର ଶୁଣ୍ଢିପିଣ୍ଡା ହେଉଥିବା ସାର ହେଉଛି୤ ଏଥିପାଇଁ କେତେକ ବିଦ୍ୟାର୍ଥୀ କୌଣସି ଚାକିରୀରେ ଯୋଗଦେବା ସମ୍ଭବ ହେଉନାହିଁ୤ ଏ ବାବଦରେ ବିଶ୍ବବିଦ୍ୟାଳୟର କୁଳସଚିବ ପି.କେ.ଶତପଥୀଙ୍କ ସହିତ ଯୋଗାଯୋଗ କରାଯାଇଥିଲା୤ ପ୍ରଫେସର୍‌ ଶତପଥୀଙ୍କ ସୂଚନା ମୁତାବକ କେତେକ ଅନିବାର୍ଯ୍ୟ କାରଣବଶତଃ ଡିଗ୍ରୀ ପ୍ରମାଣପତ୍ର ଦେବା ସମ୍ଭବ ହୋଇ ନଥିଲାବେଳେ ସମାବର୍ତ୍ତନ ଉତ୍ସବ ମଧ୍ୟ ହୋଇନାହିଁ୤ ଏହାର ମୁଖ୍ୟ କାରଣ ଭାବେ ଡିଗ୍ରୀ ପ୍ରମାଣପତ୍ର ପାଇଁ ନିଆଯାଇଥିବା ଏକାଧିକ ନିରାପତ୍ତା ବ୍ୟବସ୍ଥା ବୋଲି ସେ କହିଥିଲେ୤ ତେଣୁ ଏ ସମସ୍ୟା ଦୂର କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି ଏବଂ ଚଳିତ ମାସ ଶେଷ ସୁଦ୍ଧା ବାକିଥିବା ସମସ୍ତ ଡିଗ୍ରୀ ପ୍ରମାଣପତ୍ର ସମ୍ପୃକ୍ତ ମହାବିଦ୍ୟାଳୟଗୁଡ଼ିକୁ ହସ୍ତାନ୍ତର କରାଯିବ ବୋଲି ପ୍ରଫେସର୍‌ ଶତପଥୀ ସୂଚନା ଦେଇଥିଲେ୤ ଏହା ବ୍ୟତୀତ ରାଜ୍ୟରେ ସମ୍ପ୍ରତି ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାରୁ ଆସନ୍ତା ମାର୍ଚ୍ଚ ମାସରେ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବାର ଯୋଜନା ରହିଛି ବୋଲି ସେ ସୂଚନା ଦେଇଥିଲେ୤

ସେହିପରି ୨୦୧୦ ମସିହା ଫେବ୍ରୁଆରୀ ମାସରେ ବର୍ତ୍ତମାନର କୁଳପତି ଯୋଗଦେବା ପରଠାରୁ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇ ନଥିବା ସହିତ ତାଙ୍କ ଦ୍ବାରା ନିଆଯାଇଥିବା କେତେକ ନୂତନ ବ୍ୟବସ୍ଥା ନେଇ ଅଧିକ ବିବାଦ ସୃଷ୍ଟି ହୋଇଛି୤ ଏହି କ୍ରମରେ ଖାତାଦେଖା ବ୍ୟବସ୍ଥାକୁ ଉଦାହରଣ ଭାବେ ନିଆଯାଇପାରେ୤ ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ କୁଳପତିଙ୍କ ପୂର୍ବରୁ ପରୀକ୍ଷା ଖାତା ଦେଖା ସମୟରେ ଶିକ୍ଷକମାନେ ଖାତାଦେଖା ସହିତ ପ୍ରତ୍ୟେକ ଖାତାରେ ବିଦ୍ୟାର୍ଥୀ ପାଇଥିବା ନମ୍ବର ଲେଖି ଦେଉଥିଲେ୤ ଏହା ଫଳରେ ଚୁଡ଼ାନ୍ତ ଫଳାଫଳ ବାହାରିବାରେ ସମସ୍ୟା ହେଉ ନଥିଲା୤ ଅନ୍ୟ ପକ୍ଷରେ କିଛିମାସ ପୂର୍ବେ ପୂର୍ବ ବ୍ୟବସ୍ଥାରେ ପରିବର୍ତ୍ତନ କରି ସମସ୍ତ ପରୀକ୍ଷା ଖାତାର ସ୍କାନିଂ ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବା ଫଳରେ ଅଧିକ ସମସ୍ୟା ସୃଷ୍ଟି ହୋଇଛି୤ ବିପିୟୁଟି ପକ୍ଷରୁ ଏହି ନୂତନ ବ୍ୟବସ୍ଥା ଲାଗୁ ହେବା ପରେ ପରୀକ୍ଷା ଖାତା ଦେଖାରେ ଅଧିକ ସ୍ବଚ୍ଛତା ରହିବ ବୋଲି କୁହାଯାଉଥିଲେ ମଧ୍ୟ ପ୍ରକୃତ ପକ୍ଷେ ଏହାଦ୍ବାରା ସମସ୍ୟା ସୃଷ୍ଟି ହେଉଛି ବୋଲି ଜଣାପଡ଼ିଛି୤ କାରଣ ଏହି ବ୍ୟବସ୍ଥା ଫଳରେ ପରୀକ୍ଷା ଫଳ ବାହାର କରିବାରେ ଅହେତୁକ ବିଳମ୍ବ ହେଉଥିଲାବେଳେ ଅନେକ ପରୀକ୍ଷା ଖାତା ହଜିଯାଉଛି ବୋଲି ଅଭିଯୋଗ ହେଉଛି୤ ଏହାଦ୍ବାରା ମାସମାସ ଧରି ଅନେକ ବିଦ୍ୟାର୍ଥୀଙ୍କର ଫଳାଫଳ ପ୍ରକାଶ ପାଇବା ସମ୍ଭବ ହେଉନାହିଁ ବୋଲି ସୂଚନା ମିଳିଛି୤ ଏ ବାବଦରେ ବିପିୟୁଟିର ପରୀକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ସହ ଯୋଗାଯୋଗ କରିବା ଚେଷ୍ଟା ସଫଳ ହୋଇନାହିଁ୤

ସେହିପରି ବିପିୟୁଟି କ୍ରିୟାନୁଷ୍ଠାନ କମିଟିକୁ କୁଳପତି ଦେଇଥିବା ପ୍ରତିଶ୍ରୁତି ମୁତାବକ ବିଶ୍ବବିଦ୍ୟାଳୟର ବିଭିନ୍ନ କାର୍ଯ୍ୟ ପାଇଁ ସ୍ଥାୟୀ ନିଯୁକ୍ତି ନେଇ ଅଦ୍ୟାବଧି ବିଜ୍ଞାପନ ପ୍ରକାଶ ପାଇନାହିଁ୤ ଗୋଟିଏ ପଟେ ଆବଶ୍ୟକ ଭିତ୍ତିଭୂମି ନଥିଲାବେଳେ ଅନ୍ୟ ପଟେ କର୍ମଚାରୀଙ୍କ ଅଭାବ ସମସ୍ୟା ଯୋଗୁଁ ନାହିଁ ନାହିଁରେ ଚାଲିଛି ବିଶ୍ବବିଦ୍ୟାଳୟ୤ ଏ ବାବଦରେ ବିଭିନ୍ନ ସମୟରେ କୁଳପତି ଦେଉଥିବା ପ୍ରତିଶ୍ରୁତି କେବଳ ପାଣିରେ ଗାର ହେବା ସାର ହୋଇଛି୤ ସବୁଠାରୁ ବଡ଼ କଥା ହେଉଛି କୁଳପତିଙ୍କ ଅପାରଗତା ହେଉ ବା ପାରିବାପଣିଆର ଅଭାବ ଯୋଗୁଁ ବର୍ତ୍ତମାନ ଅସ୍ଥାୟୀ ଭାବେ କାର୍ଯ୍ୟକରୁଥିବା ବିଶ୍ବବିଦ୍ୟାଳୟର ଅଧିକାଂଶ କର୍ମଚାରୀ ଭୁବନେଶ୍ବର କ୍ୟାମ୍ପ୍‌ କାର୍ଯ୍ୟାଳୟରେ ରହୁଛନ୍ତି ଏବଂ ରାଉରକେଲା ମୁଖ୍ୟାଳୟକୁ ଆସିବା ନିମନ୍ତେ ରାଜି ନାହାଁନ୍ତି୤ ଅଦ୍ୟାବଧି କେବଳ ହାତଗଣତି କେଇଜଣ କର୍ମଚାରୀଙ୍କ ସମେତ କୁଳପତି ଓ ବିତ୍ତ ଅଧିକାରୀ ରାଉରକେଲା କାର୍ଯ୍ୟାଳୟରେ ରହୁଥିଲାବେଳେ ସେମାନଙ୍କ ଅଧସ୍ଥନ କର୍ମଚାରୀମାନେ ଭୁବନେଶ୍ବର କାର୍ଯ୍ୟାଳୟରୁ କାର୍ଯ୍ୟ କରୁଛନ୍ତି୤

ଏଭଳି ସ୍ଥିତିରେ ରାଜ୍ୟର ଏକ ଅନନ୍ୟ ତଥା ସ୍ବତନ୍ତ୍ର ବୈଷୟିକ ବିଶ୍ବବିଦ୍ୟାଳୟ ଭାବେ ୨୦୦୩ ମସିହାରୁ ଆରମ୍ଭ ହୋଇଥିବା ବିପିୟୁଟିର ରାଉରକେଲା ମୁଖ୍ୟାଳୟ କେବେଠାରୁ କାର୍ଯ୍ୟକ୍ଷମ ହେବ ସେ ବାବଦରେ କାହାରି ପାଖରେ କିଛି ସଠିକ ତଥ୍ୟ ନାହିଁ୤ ସେହିପରି ବିଶ୍ବବିଦ୍ୟାଳୟର ମୁଖ୍ୟାଳୟ ରାଉରକେଲାରେ ଥିଲେ ମଧ୍ୟ ଏହା କେବଳ ନାମକୁ ମାତ୍ର ରହିଛି ଏବଂ ବିଶ୍ବବିଦ୍ୟାଳୟର ଅଧିକାଂଶ କାର୍ଯ୍ୟ ବସ୍ତୁତଃ ଭୁବନେଶ୍ବରରୁ ପରିଚାଳିତ ହେଉଛି୤ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏତେସବୁ ସତ୍ତ୍ବେ ମଧ୍ୟ ଶାସକ ଦଳ ସମେତ ଅନ୍ୟ ରାଜନୈତିକ ଦଳର ସଦସ୍ୟମାନେ ଏ ବାବଦରେ ସମୟ ସମୟରେ କେବଳ ବିକ୍ଷୋଭ ପ୍ରଦର୍ଶନ କରିବା ବ୍ୟତୀତ ଅନ୍ୟ କିଛି କରିନାହାଁନ୍ତି୤ ତେଣୁ ରାଉରକେଲା ଏବଂ ପଶ୍ଚିମଓଡ଼ିଶା ବାସୀଙ୍କ ଭାବାବେଗ ସହିତ ଜଡ଼ିତ ତଥା ରାଜ୍ୟର ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ନିଜ ପିତା ଓ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାମ ଅନୁସାରେ ନାମିତ ଏହି ବିଶ୍ବବିଦ୍ୟାଳୟର ଭବିଷ୍ୟତ ନେଇ ବିଭିନ୍ନ ଆଲୋଚନା ହେଉଛି୤

 

18 Responses

  1. situn says:

    pyari mohapatra is there

    nothing will happenn here in rourkela without agitation

    we were doing agitation,thats why some things were happening but from 2 years its construction is stop

    bjd hatao rourkela banchao

  2. situn says:

    bput neba ta..nein jaya…some us based professor will be happy

    instead of shouting for bput and esic

    this should be the target

    http://images.outlookindia.com/Uploads/outlookindia/2012/20120206/page_36_20120206.jpg

  3. situn says:

    people should try to make rourkela a capital city

  4. Dillip says:

    Railway Budget

    Next month 14th

    One month left do as much agitation as u can for Rourkela Division

  5. Dillip says:

    Centrally funded IIIT has not been finalized yet. However the most vouched venue is Berhampur.

    Please try to have it in Rourkela. Private agencies please take the lead

  6. pila says:

    taza news

    naveen patnaik has a dream to be the pm of india

    hahahahahahahahahahahahahahahahahahahahahahahahahahahaha

    i cant stop laughing after reading those types of news n websites

  7. mihir says:

    If it will happen then
    Only one and two state will development and other state will neglect like Odisha.

  8. pila says:

    @ mihir bhai not one and 2 state its one and 2 place

    that is bbsr,khurda,ctc,puri

    naven patnaik has no knowledge abut the outer world

    he cant think beyond these place

    if he will be the pm then out of 12 esic medical college of india,he will establish all 12 esic mch in bbsr-ctc-puri area….hahahaha…..

  9. pila says:

    naveen patnaik is behaving as if odissa is a seaparate country

    these types of people are very dangerious for national integrity

    ppl should elect a new govt in odissa as soon as possible

  10. pila says:

    rourkelacity should make a news related to cm of bbsr

    . How cheap & opportunistic these politicians are.

    it’s not a surprise that the leaders like naveen patnaik are strongly opposing the center’s anti terror initiative. Why????????

  11. Dev says:

    Well from the above comments pls stop fighting with bbsr u ppl shd be united. Recently stpi was opened in rkl. Bbsr n rkl has many common problem no international airport no multiplex infact the railway station of bbsr is too small. Center is neglecting the state. As far as hospital stilll a guy living in bbsr has to go to ctc scb. Esci hospital has not yet started in bbsr.

    • admin says:

      @Dev – I don’t know who misguided you with the information that STPI was opened recently at RKL ? The STPI was opened back in 2001-2002 in RKL for just sake of name and take political mileage. There is hardly any STPI quality kind of software company at RKL. It is more than 10 years of STPI RKL. The result is in front of us and I don’t want to elaborate on that. So it was just an eye-washing effort for RKL by the State Govt.

      It is wrong to say “Center is neglecting State”. In fact due to narrowness and short-sighted visions , our politicians have no idea what they should do with the funds allocated for Odisha by central govt. unless is meant for the capital. For example, funds allocated for KBK is unutilised and 60% fund going back to the center. Same is for other districts as well. It is our incompentent and incapable polticians, policies and failure in execution have neglected our own people , districts and state. Lets come out of this blind believe “Center is neglecting state”. Lets stop politics and accept the facts/mistakes and fix it or improve it. At the same time blame game also won’t work either blaming the State or Center.

      Regarding ESIC, the case is in Odisha High Court and we are waiting for the hearing.

  12. Dev says:

    Sorry 4 the wrng timeline. But frankly speaking as far as software is concerned all the it project in odisha r going slow or are on hold even in bbsr. Major it companies had major losses in last few years. Rourkela certainly needs more. But frankly speaking the things have improved in kbk region jharsuguda area anugul area sambalpur and sundergarh has seen a lot of urbanization….it may not be the best but things has improved i guess another major thing is there any beter altrnative to the current gov?

  13. Dev says:

    Kansbal area has improved a lot i think rourkela will be a corporation soon. What is the pop of rourkela in 2011?

  14. alok says:

    Hello Dev,

    Welcome to rourkelacity.com.Its nice to see more and more people are visting the site and atleast going through the page just to see where our city stands.Well i appreciate what all you wrote till now,however we are not fighting with BBSR.We have concerns with the state govt to be honest.We dont mind where BBSR stands today or 10 years down the line.But where do other cities like RKL stand thats our focus.Developing a certain place by neglecting other is not called an all round development which our honorable CM keeps saying for the past 8 years.For example funds of KBK are being diverted to erect fly over at rajmahal square at BBSR.Even i dont believe but somehow there my be something fishy which is nowadays named as scam.ESIC hospital was never supposed to be at BBSR ..it was suppose to be according to the but not according to the people like you and me.Hospitals meant for poor should be made at a place where poor reside.This we kept on reminding the state govt since 3 years but govt never pay any heed to our request.Finally we have to knock the doors of the high court.There are so many things to discuss but time is less.You should go through this site regularly and know about the facts.We dont mind BBSR developing but if you are spending 100 on BBSR spend atleast 50 on RKL.Thats what we mean to say !

  15. Dev says:

    Esic is a central goverment project??? So is it not that center has to decide the project location?? By the way as far as a personal point of view esic should be in rourkela as aiims is coming up in bbsr. I heard hitech is also coming up in rourkela?? Mcl is seting up an hospital in kbk, i went through the news papers clips in the net and found that many saying geting land in rkl is bit though?? Y dnt u start a page in facebook 4 this cause may be it myt help. Ya i hail frm bbsr alok rajmahal fly over is being constructed from ages now work is too too slow. Hope that bbsr wud some day become like hyd and rkl like vizag.

  16. alok says:

    Dev,
    The center has already made clear on its stand.Its upto the state govt regarding the hospital location.A RTI was filed long time back.a copy of that can be found on this site.So as per the RTI the center has made clear that the state govt will decide for the location.On the other hand the state govt gave a lame excuse that if the center dont have issues we can shift ESIC project to RKL.Now as usual the blame game started.Forget the ESIC the BPUT got a satellite office at BBSR with all major functionaries ..I guess we can have the same for utkal univ.Cant we?And yes we are fast becoming another Bengal where just Kolkata gets the major chunk.

Leave a Reply

What Readers Say ?
  • A welcome step.But what to do with the pilferage of water by encroachers and slum dwellers.
    Bijay | More
  • A welcome step by RDA and Municipality but as rightly stated in the report where do the concerned authorities do ...
    Bijay | More
  • In my view demolition of mandirs and temples are not a big problem. But why administration and local public representatives ...
    Biswajit | More
  • This is a very important step taken by RDA and Rourkela administration. It is definitely appreciated. In the name of ...
    Prashant K Sahoo | More
  • illegal basty uuched aga darkar mandir ta bada samasya nuhein
    situn | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg