Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ଶିଳ୍ପାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ମିଳିତ ସହଯୋଗ ଉପରେ ବିପିୟୁଟି ପକ୍ଷରୁ ସ୍ୱତନ୍ତ୍ର କର୍ମଶାଳା

Date : June 26th, 2015
Share : | More

ରାଉରକେଲା: ରାଜ୍ୟର ଏକମାତ୍ର ବୈଷୟିକ ବିଶ୍ୱବିଦ୍ୟାଳୟଭାବେ ପ୍ରତିଷ୍ଠିତ ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି) ପକ୍ଷରୁ ଶିଳ୍ପସଂସ୍ଥା ସହିତ ଶିକ୍ଷାନୁଷ୍ଠାନର ମିଳିତ ସହଯୋଗ ଉପରେ ଏକ ଦିନିକିଆ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ହୋଟେଲ ମେ-ଫେୟାର୍‌ଠାରେ ଆୟୋଜିତ ଏହି କର୍ମଶାଳାକୁ ଭିଡ଼ିଓ କନ୍‌ଫେରେନ୍‌ସିଂ ସହାୟତାରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ଉଦ୍‌ଘାଟନ କରି ବିପିୟୁଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଳ୍ପ ସଂସ୍ଥା ଓ ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରେ ସହଭାଗିତା ବୃଦ୍ଧି ପାଇବ ବୋଲି ଆଶାବ୍ୟକ୍ତ କରିଥିଲେ। ବିଶେଷ କରି ସାମ୍ପ୍ରତିକ ସମୟରେ ଶିଳ୍ପସଂସ୍ଥାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବୈଷୟିକ ଶିକ୍ଷାନୁଷ୍ଠାନମାନେ ସେମାନଙ୍କର ପାଠ୍ୟକ୍ରମ ପ୍ରଚଳନ କରିବା, ଶିଳ୍ପ ଗବେଷଣା ଓ ଅନୁସନ୍ଧାନ ଉନ୍ନୟନ କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜି ବିନିଯୋଗ ପାଇଁ ପଦକ୍ଷେପ ଗ୍ରହଣ କରିବା, ବୈଷୟିକ ଶିକ୍ଷା ଗ୍ରହଣ ଓ ସମାପ୍ତ ପରେ ଶିଳ୍ପାନୁଷ୍ଠାନର ଆବଶ୍ୟକତା ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ ଆଦି ଉପରେ ଶିଳ୍ପ ସଂସ୍ଥା ଓ ଶିକ୍ଷାନୁଷ୍ଠାନମାନେ ଉତ୍ତମ ସମନ୍ୱୟ ଓ ସହଭାଗିତା ରକ୍ଷା କରିବା ଉପରେ ଶ୍ରୀ ପତି ଗୁରୁତ୍ୱାରୋପ କରିଥିଲେ। ବିପିୟୁଟି ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ନୂତନ ପଦକ୍ଷେପକୁ ଅଧିକ କ୍ରିୟାଶୀଳ କରିବା ସହିତ ଏହା ଉପରେ ଆହୁରି ଅଧିକ କ୍ରିୟାନ୍ୱୟନ ପାଇଁ ବ୍ୟବସ୍ଥା ବାବଦରେ ରାଜ୍ୟ ସରକାର ସମସ୍ତ ସହଯୋଗ ଓ ସାହାଯ୍ୟ ଯୋଗାଇଦେବେ ବୋଲି ଶ୍ରୀ ପତି ଏହି ଅବସରରେ ସୂଚନା ଦେଇଥିଲେ।

କର୍ମଶାଳାର ଉଦ୍‌ଘାଟନୀ ଅବସରରେ ରିଲାୟନ୍‌ସ କମ୍ପାନୀ ଖୁଚୁରା ବ୍ୟାପାର ବିଭାଗର (ମାନବ ସମ୍ବଳ) ସଭାପତି ବିଜୟ ସାହୁ ଯୋଗଦେଇ, ସମ୍ପ୍ରତି ସମଗ୍ର ବିଶ୍ୱରେ ବଦଳୁଥିବା ମାନବ ସମ୍ବଳ ବିକାଶ ବ୍ୟବସ୍ଥା ଏବଂ ଦ୍ରୁତ ଗତିରେ ବଦଳୁଥିବା ପ୍ରଯୁକ୍ତି ବିଦ୍ୟାର ପ୍ରଭାବରେ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକର ପାଠ୍ୟକ୍ରମ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏହା ହୋଇପାରିଲେ ନୂତନ ବୈଷୟିକ ଶିକ୍ଷା ଡିଗ୍ରୀଧାରୀ ଛାତ୍ରଛାତ୍ରୀମାନେ ସମୟ ସହିତ ତାଳ ଦେଇ ଚାଲିବା ସହିତ ବିଶ୍ୱାୟନ ପ୍ରକ୍ରିୟାରେ ତାଳ ଦେଇ ପାରିବେ ବୋଲି ସେ କହିଥିଲେ। ଏକ ପରିସଂଖ୍ୟାନ ମୁତାବକ ଆସନ୍ତା କିଛିବର୍ଷ ମଧ୍ୟରେ ଆମଦେଶରେ ୨୦ରୁ ୩୦ ବର୍ଷ ବୟସର ଯୁବକମାନଙ୍କ ସଂଖ୍ୟା ସମଗ୍ର ବିଶ୍ୱରେ ଏକ ପ୍ରମୁଖ ସ୍ଥାନ ହାସଲ କରିବ। ତେଣୁ ଏହି ଶ୍ରେଣୀର ଯୁବକମାନଙ୍କୁ ଉପଯୁକ୍ତ ଶିକ୍ଷା ବିଶେଷ କରି ବୈଷୟିକ ଶିକ୍ଷାରେ ପାରଙ୍ଗମ କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ଉଦ୍ୟମ ହେବା ଆବଶ୍ୟକ ବୋଲି ସେ କହିଥିଲେ। ସେହିପରି ଆମଦେଶର ମାନବ ସମ୍ବଳ ଦ୍ୱାରା ଉପାର୍ଜିତ ବୈଦଶିକ ମୁଦ୍ରାର ଏକ ସିଂହଭାଗ କେରଳ ରାଜ୍ୟ ମାଧ୍ୟମରେ ଆୟ ହେଉଥିଲାବେଳେ, ଏହାକୁ ଉଦାହରଣ ଭାବେ ନେଇ ଆମରାଜ୍ୟ ପକ୍ଷରୁ ରାଜ୍ୟରେ ଉପଲବ୍ଧ ଉତ୍କୃଷ୍ଟ ମାନବ ସମ୍ବଳକୁ ସଠିକ ଉପଯୋଗ କରିବା ନିମନ୍ତେ ନୀତିନିର୍ଦ୍ଧାରଣ କରିବା ପାଇଁ ଉଭୟ ଘରୋଇ-ସରକାରୀ ସହଭାଗିତା ଉପରେ ଶ୍ରୀ ସାହୁ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବାବଦରେ ବିପିୟୁଟିର କୁଳପତି ପ୍ରଫେସର୍‌ ଶ୍ୟାମସୁନ୍ଦର ପଟ୍ଟନାୟକ ସୂଚନା ଦେଇ ସାମ୍ପ୍ରତିକ ସ୍ଥିତିରେ ସରକାରୀ-ଘରୋଇ-ଶିଳ୍ପସଂସ୍ଥାର ମିଳିତ ସହଯୋଗିତା ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ବଲପୁର ସ୍ଥିତ ସିଲିକନ୍‌ ପ୍ରଯୁକ୍ତୁ ପ୍ରତିଷ୍ଠାନର(ଏସ୍‌ଆଇଟି) ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଅବସରରେ ଅନ୍ୟାମାନଙ୍କ ମଧ୍ୟରେ ଆରଏସ୍‌ପିର ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ମଞ୍ଜୁଷ କାନ୍ତି ଦାସ,ଏସ୍ଆଇଟି ପରିଚାଳନା ସମିତିର ଅଧ୍ୟକ୍ଷ ନିତାଇ ଗୌର ଧଳ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଦିନିକିଆ କର୍ମଶାଳାରେ ମୋଟ ୪ଟି ବୈଷୟିକ ସମ୍ପାନ ମାଧ୍ୟମରେ ଗବେଷଣା ଓ ଅନୁସନ୍ଧାନ ଉନ୍ନୟନ, ଦକ୍ଷତା ଉନ୍ନୟନ, ଶିଳ୍ପ ସଂସ୍ଥା ଓ ଶିକ୍ଷାନୁଷ୍ଠାନ ସହଭାଗିତା ଆଦି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ବିଭିନ୍ନ ଶିଳ୍ପ ସଂସ୍ଥା ସମେତ ଏକାଧିକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ବରିଷ୍ଠ ଅଧିକାରୀମାନେ ଭାଗନେଇ ଆଲୋଚନା କରିଥିଲେ।

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg