Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
December 2019
M T W T F S S
     
 1
2345678
9101112131415
16171819202122
23242526272829
3031  

ଆସନ୍ତା ୧୭ ତାରିଖରେ ବିପିୟୁଟିର ୭ମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ : ୮ଜଣ ଏମ୍‌ଟେକ୍‌ ଛାତ୍ରଛାତ୍ରୀଙ୍କ ସମେତ ୫୧ଜଣଙ୍କୁ ମିଳିବ ସ୍ୱର୍ଣ୍ଣପଦକ

Date : April 7th, 2016
Share : | More

ରାଉରକେଲାରେ ଥିବା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ୭ମ ସମାବର୍ତ୍ତନ ଉତ୍ସବ ଆସନ୍ତା ୧୭ ତାରିଖରେ ବିଶ୍ୱବିଦ୍ୟାଳୟ ମୁଖ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ଏ ନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିପିୟୁଟି କୁଳପତି ପ୍ରଫେସର୍‌ ଶ୍ୟାମସୁନ୍ଦର ପଟ୍ଟନାୟକ ସୂଚନା ଦେଇ ଏହି ଉତ୍ସବରେ ୮ଜଣ ଏମ୍‌ଟେକ୍‌ ଛାତ୍ରଛାତ୍ରୀଙ୍କ ସମେତ ମୋଟ ୫୧ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ ବୋଲି କହିଥିଲେ। ଏହା ସହିତ ୨୦୧୬ ମାର୍ଚ୍ଚ ଶେଷ ସୁଦ୍ଧା ବିପିୟୁଟି ଅଧିନରେ ଥିବା ବିଭିନ୍ନ ମହାବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ମୋଟ ୬୪,୯୨୬ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରାଯିବ। ୨୦୧୩-୨୦୧୪, ୨୦୧୪-୨୦୧୫ ଓ ୨୦୧୫-୨୦୧୬ ଶିକ୍ଷାବର୍ଷ ପାଇଁ ଅନୁଷ୍ଠିତ ହେବାକୁ ଥିବା ଏହି ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥିଭାବେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ପ୍ରଫେସର୍‌ ବେଦପ୍ରକାଶ ଯୋଗଦେବାକୁ ଥିଲାବେଲେ ସଭାର ଅଧ୍ୟକ୍ଷତା କରିବେ ବିପିୟୁଟିର କୁଳାଧିପତି ତଥା ଓଡ଼ିଶାର ରାଜ୍ୟପାଳ ଡ. ଏସ୍‌.ସି.ଜମିର୍‌। ୨୦୦୨ ମସିହାରେ ରାଉରକେଲାଠାରେ ବିପିୟୁଟି ପ୍ରତିଷ୍ଠା ହେବା ପରେ ଅନୁଷ୍ଠିତ ୬ଟି ସମାବର୍ତ୍ତନ ଉତ୍ସବ ବିପିୟୁଟି ପରିସରରେ ନହୋଇ ଅନ୍ୟସ୍ଥାନରେ ହୋଇଥିଲା । ଆସନ୍ତା ୧୭ ତାରିଖରେ ହେବାକୁ ଥିବା ସମାବର୍ତ୍ତନ ଉତ୍ସବ ପ୍ରଥମଥର ପାଇଁ ବିପିୟୁଟି ପରିସରରେ ଅନୁଷ୍ଠିତ ହେବ।

ଆଜିର ସମ୍ବାଦିକ ସମ୍ମିଳନୀରେ କୁଳପତି ପ୍ରଫେସର୍‌ ପଟ୍ଟନାୟକ ବିପିୟୁଟି ପକ୍ଷରୁ ବିଗତ ବର୍ଷକ ମଧ୍ୟରେ ନିଆଯାଇଥିବା ବିଭିନ୍ନ ନୂତନ ପଦକ୍ଷେପ ଉପରେ ସୂଚନା ଦେଇଥିଲେ। ଏହି ସୂଚନା ମୁତାବକ ବିପିୟୁଟି ପକ୍ଷରୁ ହେଉଥିବା ବିଭିନ୍ନ ପରୀକ୍ଷା ଓ ଖାତାଦେଖାରେ ସ୍ୱଚ୍ଛତା ଅଣାଯିବା ସହ ଇ-ପରୀକ୍ଷା ଓ ଡିଗିଟାଲ୍‌ ପରୀକ୍ଷା ଖାତା ଦେଖା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି ବିଭିନ୍ନ ପରୀକ୍ଷାଗୁଡ଼ିକୁ ଯଥାସମୟ ମଧ୍ୟରେ ଶେଷ କରିବା ସହିତ ପରୀକ୍ଷାଫଳ ଶୀଘ୍ର ପ୍ରକାଶନ କରାଯାଉଛି। ଅନ୍ୟପକ୍ଷରେ ବିପିୟୁଟି ଅଧିନରେ ଅଧ୍ୟୟନରତ ବିଭିନ୍ନ ପାଠ୍ୟକ୍ରମର ଛାତ୍ରଛାତ୍ରୀମାନଙ୍କ ପାଇଁ ଥିବା ପାଠ୍ୟକ୍ରମରେ ବ୍ୟାପକ ପରିବର୍ତ୍ତନ କରାଯିବା ସହ ଛାତ୍ରଛାତ୍ରୀମାନେ ଯେପରି ପରିବର୍ତ୍ତିତ ସମୟର ଆବଶ୍ୟକତା ସହିତ ତାଳଦେଇ ପାରିବେ ସେ ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଥିଲେ। ବିପିୟୁଟି ରାଉରକେଲା ମୁଖ୍ୟାଳୟରେ ଥିବା ବିଭିନ୍ନ ଭିତ୍ତିଭୂମିରେ ଏହା ମଧ୍ୟରେ ଆଖିଦୃଶିଆ ପରିବର୍ତ୍ତନ ସହିତ ଏକ ଆକର୍ଷଣୀୟ ତୋରଣ ମାଧ୍ୟମରେ ପ୍ରବେଶ ପଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପ୍ରବେଶ ପଥକୁ ଆସନ୍ତା ୧୭ ତାରିଖ ଦିନ ରାଜ୍ୟପାଳ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଇତିମଧ୍ୟରେ ବିପିୟୁଟି ଅଧିନରେ ପଞ୍ଜିକୃତ ହେଉଥିବା ପିଏଚ୍‌ଡି ଛାତ୍ରଛାତ୍ରୀମାନଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ଅବିବୃଦ୍ଧି ଘଟିଛି ଏବଂ ଆସନ୍ତା ଶିକ୍ଷା ବର୍ଷ ପାଇଁ ଏଥି ନିମନ୍ତେ ମୋଟ ୫୪୮ଟି ଆବେଦନ ପତ୍ର ମିଳିଛି। ବିପିୟୁଟି ଅଧିନରେ ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ କଲ୍ୟାଣ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇ ଗତ ଏକବର୍ଷ ମଧ୍ୟରେ ପ୍ରାୟ ୯୦ଲକ୍ଷଟଙ୍କା ପ୍ରଦାନ କରାଯାଇଛି। ଏହା ସ୍ସହିତ ପିଏଚ୍‌ଷି ଛାତ୍ରଛାତ୍ରୀମାନଙ୍କ ପାଇଁ ମେଧାବୃତ୍ତିର ବ୍ୟବସ୍ଥା କରାଯାଉଛି। ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ଅଧିକରୁ ଅଧିକ ସହଭାଗିତା ସହିତ ବିପିୟୁଟି ଅଧିନରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଅଧିକରୁ ଅଧିକ ପ୍ରତିଯୋଗିତାମୂଳକ କରିବା ପାଇଁ କେତେକ ବୃହତ୍ତ ଶିଳ୍ପାନୁଷ୍ଠାନ ସହିତ ବୁଝାମଣାପତ୍ର ସ୍ୱାକ୍ଷର ହେବା କାର୍ଯ୍ୟ ଜାରି ରହିଛି। ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ବୈଷୟିକ ଜ୍ଞାନସହିତ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହୋଇ କାର୍ଯ୍ୟକରିବାର ସୁଯୋଗ ପାଇପାରିବେ ବୋଲି ପ୍ରଫେସର୍‌ ପଟ୍ଟନାୟକ କହିଥିଲେ। ଆଜିର ସାମ୍ବାଦିକ ସମ୍ମୀଳନୀରେ ବିପିୟୁଟି କୁଳସଚିବ ମହମ୍ମଦ ଆଲ୍‌ତାଫ୍‌ ଖାନ୍‌ଙ୍କ ସମେତ ପରିକ୍ଷା ବିଭାଗର ନିର୍ଦ୍ଦେଶକ ପ୍ରଫେସର୍‌ ମାୟାଧର ଶତପଥି ପ୍ରମୁଖ ଉପସ୍ଥିତ ଥିଲେ।

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg