Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ଶିଳ୍ପାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ମିଳିତ ସହଯୋଗ ପାଇଁ ବିପିୟୁଟିର ପ୍ରସ୍ତୁତି

Date : June 24th, 2015
Share : | More

ରାଉରକେଲା: ରାଜ୍ୟର ଏକମାତ୍ର ବୈଷୟିକ ବିଶ୍ୱବିଦ୍ୟାଳୟଭାବେ ପ୍ରତିଷ୍ଠିତ ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି) ପକ୍ଷରୁ ଶିଳ୍ପସଂସ୍ଥା ସହିତ ଶିକ୍ଷାନୁଷ୍ଠାନର ମିଳିତ ସହଯୋଗ ପାଇଁ ଏକ ନୂତନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ବ୍ୟବସ୍ଥାର ପ୍ରଥମ ସୋପାନ ସ୍ୱରୂପ ଆସନ୍ତା ୨୬ ତାରିଖରେ ସ୍ଥାନୀୟ ହୋଟେଲ ମେ-ଫେୟାର୍‌ଠାରେ ଏକ ଦିନିକିଆ ସ୍ୱତନ୍ତ୍ର ସମ୍ମିଳନୀର ଆୟୋଜନ କରାଯାଇଛି। ବିପିୟୁଟି ଓ ସମ୍ବଲପୁର ସ୍ଥିତ ସିଲିକନ୍‌ ଯାନ୍ତ୍ରିକ ମହାବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ହେବାକୁଥିବା ଏହି ଦିନିକିଆ ବୈଠକରେ ରାଜ୍ୟ ତଥା ରାଜ୍ୟ ବାହାରର ଏକାଧିକ ପ୍ରମୁଖ ଶିଳ୍ପସଂସ୍ଥା ଓ ଶିକ୍ଷାନୁଷ୍ଠାନର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆଲୋଚନା କରିବେ ବୋଲି ବିପିୟୁଟି ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁଳପତି ପ୍ରଫେସର୍‌ ଶ୍ୟାମସୁନ୍ଦର ପଟ୍ଟନାୟକ ସୂଚନା ଦେଇଛନ୍ତି। ସମ୍ପ୍ରତି ବିପୁୟୁଟି ଅଧିନରେ ଥିବା ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟୟନରତ ପ୍ରାୟ ୬୦ହଜାର ଯାନ୍ତ୍ରିକ( ଇଞ୍ଜିନିୟରିଂ) ଶିକ୍ଷାର୍ଥୀ ନିଜର ପାଠ୍ୟକ୍ରମ ଶେଷ କଲାପରେ ନିଜ ନିଜର କର୍ମସଂସ୍ଥାନ ପାଇଁ ବିଶେଷ କିଛି ସୁବିଧା ପାଇପାରୁନାହାଁନ୍ତି। ଏହା ପଛରେ ଥିବା ମୁଖ୍ୟ କାରଣ ହେଉଛି, ଏବେ ଶିକ୍ଷାର୍ଥୀମାନେ ଯେଉଁ ପାଠ୍ୟକ୍ରମ ଅଧ୍ୟୟନ କରୁଛନ୍ତି, ସେଥିମଧ୍ୟରୁ ଅନେକ ପାଠ୍ୟକ୍ରମ ପୁରୁଣାକାଳିଆ ବା ବର୍ତ୍ତମାନର ଆବଶ୍ୟକତା ପୁରଣ କରିବା ପାଇଁ ସମକକ୍ଷ ନୁହେଁ। ସେହିପରି ଓଡ଼ିଶାରେ ଥିବା ଅନେକ ଶିଳ୍ପାନୁଷ୍ଠାନରେ ଆବଶ୍ୟକ ହେଉଥିବା ବୈଷୟିକ ଞାନ ସମ୍ପନ୍ନ କୁଶଳୀ କର୍ମଚାରୀମାନଙ୍କର ଆବଶ୍ୟକତା ପୁରଣ କରିବାରେ ବର୍ତ୍ତମାନର ଯାନ୍ତ୍ରିକ ପାଠ୍ୟକ୍ରମ (ବି.ଟେକ୍‌) ଆଶାନୁରୂପକ ନୁହେଁ। ଏଭଳି ସ୍ଥିତିରେ ବିପିୟୁଟି ଅଧିନରେ ଅଧ୍ୟୟନରତ ବିଭିନ୍ନ ବର୍ଗର ଶିକ୍ଷାର୍ଥୀମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶିଳ୍ପାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନମାନଙ୍କର ମିଳିତ ସହଯୋଗରେ କାର୍ଯ୍ୟ କରିବାର ଆବଶ୍ୟକତା ପାଇଁ ଉକ୍ତ ବୈଠକ ଆହ୍ୱାନ କରାଯାଇଛି।

ଏହି ବୈଠକର କାର୍ଯ୍ୟକାରୀତାକୁ ଦୃଷ୍ଟିରେ ରଖି ଏହିପରି ଆହୁରି ଅଧିକ ବୈଠକ ବା କର୍ମଶାଳା ଅନୁଷ୍ଠିତ ହେବ ବୋଲି କୁଳପତି ପ୍ରଫେସର୍‌ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେହିପରି ୨୦୧୫-୨୦୧୬ ଶିକ୍ଷାବର୍ଷ ଆରମ୍ଭରୁ ବିପିୟୁଟିର ବି.ଟେକ୍‌ ପାଠ୍ୟକ୍ରମର ପାଠ୍ୟଖସଡ଼ାରେ ବ୍ୟାପକ ପରିବର୍ତ୍ତନ ସହିତ ଶିକ୍ଷାର୍ଥୀମାନେ ଅଧିକରୁ ଅଧିକ ନିଯୁକ୍ତି ଓ ରୋଜଗାରଭିତ୍ତିକ ସୁଯୋଗ ପାଇବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ପ୍ରଫେସର୍‌ ପଟ୍ଟନାୟକ ସୂଚନା ଦେଇଥିଲେ। ଆସନ୍ତାଦିନରେ ଆହୁରି ଅନେକ ନୂତନ ବ୍ୟବସ୍ଥା ମାଧ୍ୟମରେ ବିପିୟୁଟିର ସମସ୍ତ ପାଠ୍ୟକ୍ରମକୁ ସମୟ ଉପଯୋଗୀ କରାଯିବା ସହିତ ବିଭିନ୍ନ ଶିଳ୍ପସଂସ୍ଥାରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମ ଓ ପାଠ୍ୟଖସଡ଼ା ଆରମ୍ଭ ହେବ ବୋଲି ଏହି ଅବସରରେ ସେ ସୂଚନା ଦେଇଥିଲେ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବିପିୟୁଟିର କୁଳସଚିବ ମହମ୍ମଦ ଆଲ୍‌ତାଫ୍‌ ଖାନ୍‌ଙ୍କ ସମେତ ସିଲିକନ୍‌ ଯାନ୍ତ୍ରିକ ମହାବିଦ୍ୟାଳୟର ଟ୍ରଷ୍ଟି ନିତାଇ ଗୌର ଧଳ ପ୍ରମୁଖ ଉପସ୍ଥିତ ଥିଲେ।

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg