ତୃତୀୟ ହକି ଇଣ୍ଡିଆ ସବ୍ଜୁନିଅର ଜାତୀୟ ହକି ଚମ୍ପିଅନସିପ୍ରେ ବିଜୟୀ ଓଡ଼ିଶା ଦଳକୁ ସମ୍ବର୍ଦ୍ଧନା
ରାଉରକେଲା: ଭୋପାଳଠାରେ ଚଳିତ ମାସ ଅନୁଷ୍ଠିତ ଜାତୀୟ ସବ୍ ଜୁନିୟର୍ ହକି ଚମ୍ପିଆନ୍ସିପ୍ରେ ଓଡ଼ିଶା ଦଳ ବିଜୟୀ ହୋଇ ଫେରିବା ପରେ ଖେଳାଳିମାନଙ୍କୁ ରାଉରକେଲାରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦିଆଯାଇଛି ଚଳିତ ମାସ ୨୧ ତାରିଖରୁ ୨୭ ତାରିଖ ମଧ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପ୍ରଥମ ବର୍ଗରେ ଥିବା ଓଡ଼ିଶା ଦଳ ଉନ୍ନତମାନର ପ୍ରଦର୍ଶନ କରି ଚମ୍ପିଆନ୍ ହୋଇଥିଲା ନିଜ ବର୍ଗରେ ଅନ୍ୟ ଦଳମାନଙ୍କୁ ହରାଇ ଓଡ଼ିଶା ସେମିଫାଇନାଲ୍କୁ ଉନ୍ନୀତ ହୋଇଥିଲା ପରେ ଦ୍ବିତୀୟ ବର୍ଗର ପଞ୍ଜାବ ଦଳ ସହିତ ସେମିଫାଇନାଲ ଖେଳି ଓଡ଼ିଶା ୪-୧ ଗୋଲ୍ରେ ବିଜୟୀ ହୋଇ ଫାଇନାଲ୍ରେ ପହଞ୍ଚିଥିଲା ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ଅନୁଷ୍ଠିତ ଏହି ଫାଇନାଲ୍ ଖେଳରେ ଓଡ଼ିଶା ୮-୦ ଗୋଲରେ ବିଜୟୀ ହୋଇଥିଲା ଓଡ଼ିଶା ଦଳର ଅଧିନାୟକ ଦିପ୍ସାନ ତିର୍କୀଙ୍କ ନେତୃତ୍ବରେ ଦଳ ଭଲ ପ୍ରଦର୍ଶନ କରିଥିଲା
ଗତକାଲି ସନ୍ଧ୍ୟାରେ ଓଡ଼ିଶା ଦଳ ରାଉରକେଲା ରେଳ ଷ୍ଟେସନରେ ପହଞ୍ଚିବା ପରେ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର ନାଥ ମିଶ୍ର, ହକି ଓଡ଼ିଶା ସମ୍ବଲପୁର ଜିଲ୍ଲା ସମ୍ପାଦକ ଲକ୍ଷ୍ମୀଧର ମହାନ୍ତି, ସ୍ଥାନୀୟ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଜୟ ଜେନା ପ୍ରମୁଖ ଖେଳାଳିମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ସୂଚନାଯୋଗ୍ୟ ଯେ, ଓଡ଼ିଶା ଦଳରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ଖେଳାଳି ରହିଥିଲାବେଳେ ସେମାନଙ୍କ ମଧ୍ୟରୁ ଅଧିକ ଖେଳାଳି ପାନପୋଷ କ୍ରୀଡ଼ା ଛାତ୍ରାବାସର ଅଟନ୍ତି ତେଣୁ ରାଉରକେଲାକୁ ଜାତୀୟ ସ୍ତରରେ ଗୌରବାନ୍ବିତ କରିଥିବା ଏହି ଖେଳାଳିମାନଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା