Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
December 2021
M T W T F S S
     
 12345
6789101112
13141516171819
20212223242526
2728293031  

ଦିନକୁ ଦିନ ଦୂର୍ବଳ ହେଉଛି ବ୍ରାହ୍ମଣୀ ସେତୁ : ଦୁର୍ଘଟଣା ହାର ବୃଦ୍ଧି

Date : September 4th, 2012
Share : | More

* ଦ୍ବିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ତୁରନ୍ତ ପଦକ୍ଷେପ ନିମନ୍ତେ ଦାବି *
ରାଉରକେଲା: ଓଡ଼ିଶାର ଏକ ପ୍ରମୁଖ ଶିଳ୍ପ ନଗରୀ ଭାବେ ୬୦ ଦଶକରୁ ରାଉରକେଲା ସହରର ଏକ ସ୍ବତନ୍ତ୍ର ପରିଚୟ ରହିଛି୤ ଠିକ୍‌ ସେହିପରି ଏହି ସହରର ନିକଟରେ ଅବସ୍ଥିତ ବେଦବ୍ୟାସ ସଙ୍ଗମରୁ ସୃଷ୍ଟି ବ୍ରାହ୍ମଣୀ ନଦୀ ହେଉଛି ରାଜ୍ୟର ଦ୍ବିତୀୟ ବୃହତ୍ତମ ନଦୀ୤ ଏହି ନଦୀର ଠିକ୍‌ ଆରମ୍ଭରେ ହିଁ ୧୯୬୦ ମସିହାରେ ନିର୍ମିତ ହୋଇଥିଲା ବ୍ରାହ୍ମଣୀ ସେତୁ୤ ସେତେବେଳର ୨୩ ନମ୍ବର ଜାତୀୟ ରାଜପଥ ଉପରେ ନିର୍ମିତ ଏହି ସେତୁ ଦ୍ବାରା ରାଉରକେଲା ସହିତ ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମା ଓ ପଡ଼ୋଶୀ ସେତେବେଳର ବିହାର ରାଜ୍ୟ ସହିତ ସଡ଼କ ପଥରେ ଗମନାଗମନ ବ୍ୟବସ୍ଥା ସୁଗମ ହୋଇଥିଲା, ଯାହା ଏବେ ମଧ୍ୟ ଜାରି ରହିଛି୤ କିନ୍ତୁ ଦୀର୍ଘ ୫୨ ବର୍ଷ ତଳେ ନିର୍ମିତ ଏହି ସେତୁର ଅବସ୍ଥା ଦିନକୁ ଦିନ ଖରାପ ହେଉଥିଲାବେଳେ ଏହାର ବିକଳ୍ପ ବ୍ୟବସ୍ଥା ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ୤ ଏହା ଫଳରେ କୌଣସି ଦିନ ଯଦି ଏହି ସେତୁ ଭାଙ୍ଗି ଯାଏ ତେବେ ରାଉରକେଲା ସହିତ ଅନ୍ୟାନ୍ୟ ସ୍ଥାନର ଗମନାଗମନ ସମ୍ପୂର୍ଣ୍ଣ ଭାବେ ବିଛିନ୍ନ ହେବାର ଆଶଙ୍କା ରହିଛି୤ ସାଧାରଣତଃ ଗୋଟିଏ ସେତୁର ଆୟୁଷ ୫୦ ବର୍ଷ ବୋଲି ଆକଳନ କରାଯାଇଥାଏ୤ ସେହି ଭାବରେ ଦେଖିଲେ ରାଉରକେଲାକୁ ସଂଯୋଗ କରୁଥିବା ବ୍ରାହ୍ମଣୀ ସେତୁର ଆୟୁଷ ଶେଷ ହୋଇଛି ବୋଲି କୁହାଯାଇପାରେ୤ ଏହା ସତ୍ତ୍ବେ ମଧ୍ୟ ଅଦ୍ୟାବଧି ଦ୍ବିତୀୟ ସେତୁ ନିର୍ମାଣ ପାଇଁ କୌଣସି ପଦକ୍ଷେପ ବା ଏଥିପାଇଁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇପାରିନାହିଁ୤

ଏହି ଦ୍ବିତୀୟ ସେତୁ ନିର୍ମାଣ ପାଇଁ ବିଭିନ୍ନ ରାଜନୈତିକ ଦଳ ସମେତ ଅନ୍ୟାନ୍ୟ ସଙ୍ଗଠନ ପକ୍ଷରୁ ବାରମ୍ବାର ବିକ୍ଷୋଭ, ଆନ୍ଦୋଳନ ମଧ୍ୟ ହୋଇଛି, କିନ୍ତୁ ପ୍ରତିକାର କିଛି ନାହିଁ୤ ନିକଟରେ ରାଉରକେଲା ବୁଦ୍ଧିବାଦୀ ଫୋରମ୍‌ ପକ୍ଷରୁ ହୋଇଥିବା ଏକ ଆଲୋଚନା ବୈଠକରେ ବ୍ରାହ୍ମଣୀ ନଦୀରେ ଦ୍ବିତୀୟ ସେତୁ ନିର୍ମାଣ ପ୍ରସଙ୍ଗ ନେଇ ଆଲୋଚନା କରାଯାଇଥିଲା୤ ଏଥିରେ ସହରର ବହୁ ବିଶିଷ୍ଟ ବୁଦ୍ଧିଜୀବୀ, ଜନ ପ୍ରତିନିଧି ଯୋଗ ଦେଇ ଦାବି ଶୀଘ୍ର ପୂରଣ ଦିଗରେ ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯିବା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା୤ ଶାସକ ଦଳ ସମେତ କଂଗ୍ରେସ, ଭାଜପା, ସିପିଆଇଏମ୍‌ ଭଳି ରାଜନୈତିକ ଦଳମାନେ ମଧ୍ୟ ଏହି ସେତୁ ନିର୍ମାଣ ବାବଦରେ ସକାରାତ୍ମକ ମନୋଭାବ ପୋଷଣ କରିଛନ୍ତି୤

୧୯୪୮ ମସିହାରେ ଜାନୁଆରୀ ପହିଲାରେ ସ୍ବତନ୍ତ୍ର ଜିଲ୍ଲା ଭାବେ ସୁନ୍ଦରଗଡ଼ ଜିଲ୍ଲା ଗଠନ ହୋଇଥିଲା୤ ଏହାର କିଛି ବର୍ଷ ପୂର୍ବରୁ ଜିଲ୍ଲାର କେତେକ ସ୍ଥାନରେ ଛୋଟ ବଡ଼ ଶିଳ୍ପ ସଂସ୍ଥା ସ୍ଥାପିତ ହୋଇଥିଲେ ମଧ୍ୟ ୫୦ ଦଶକର ଶେଷ ଭାଗରେ ରାଉରକେଲାଠାରେ ଇସ୍ପାତ କାରଖାନା ସ୍ଥାପନା ପରେ ଏହି ଜିଲ୍ଲାରେ ଶିଳ୍ପ ବିକାଶର ଅଭିବୃଦ୍ଧି ଆରମ୍ଭ ହୋଇଥିଲା୤ ପରବର୍ତ୍ତୀ ସମୟରେ ବିଶେଷ କରି ୯୦ ଦଶକର ଶେଷ ଭାଗ ଏବଂ ପରବର୍ତ୍ତୀ ବର୍ଷଗୁଡ଼ିକରେ ରାଉରକେଲା ଏବଂ ଆଖପାଖ ଅଞ୍ଚଳରେ ଏକାଧିକ ସ୍ପଞ୍ଜ ଲୁହା କାରଖାନା ସହିତ ଅନ୍ୟାନ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସ୍ଥାପନା ହେଲା୤ ଏହା ଫଳରେ ଜିଲ୍ଲାର ଥିବା ବଣେଇ ଉପଖଣ୍ଡ ଅଧୀନସ୍ଥ ଏକାଧିକ ଲୁହାପଥର ଓ ଅନ୍ୟାନ୍ୟ ଖଣିରୁ ବ୍ୟାପକ ପରିମାଣରେ କଞ୍ଚାମାଲ ରାଉରକେଲା ଦେଇ ଯାଇଥିବା ଜାତୀୟ ରାଜପଥ ମାଧ୍ୟମରେ ପରିବହନ ହେଲା୤ ଏହାର ଫଳ ସ୍ବରୂପ ବ୍ରାହ୍ମଣୀ ସେତୁ ଉପରେ ଚାପ ବେଶ୍‌ ବୃଦ୍ଧି ପାଇଲା୤ ଫଳରେ ଗତ ୨/୩ ବର୍ଷ ମଧ୍ୟରେ ଏହି ସେତୁ ଅଧିକ ଦୂର୍ବଳ ହେବା ସହ ଅନେକ ସମୟରେ ଏହାର ମରାମତି ହୋଇଛି୤ ବାରମ୍ବାର ମରାମତି ସହିତ ହଜାର ହଜାର ସଂଖ୍ୟାରେ ଭାରିଯାନ ଚଲାଚଳ ଯୋଗୁଁ ଦିନକୁ ଦିନ ଏହି ସେତୁ ଉପରେ ଚାପ ବୃଦ୍ଧି ପାଉଛି୤

ଅନ୍ୟପକ୍ଷରେ ନିକଟରେ ରାଉରକେଲା ଦେଇ ଯାଇଥିବା ଜାତୀୟ ରାଜପଥ ସମେତ ଏହି ରାଜପଥର ବେଦବ୍ୟାସ ଛକ ନିକଟରୁ ସମ୍ବଲପୁର ଯାଇଥିବା ୧୦ ନମ୍ବର ରାଜ୍ୟ ରାଜପଥର ସମ୍ପ୍ରସାରଣ ନେଇ ପ୍ରକ୍ରିୟା ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି୤ ଏହା ମଧ୍ୟରୁ ରାଜାମୁଣ୍ଡା ଠାରୁ ବୀରମିତ୍ରପୁର ଯାଇଥିବା ଜାତୀୟ ରାଜପଥର ସମ୍ପ୍ରସାରଣ ପାଇଁ ଟେଣ୍ଡର ଆହ୍ବାନ ସରିଛି ଏବଂ ସମ୍ଭବତଃ ଚଳିତ ବର୍ଷ ଶେଷ ସୁଦ୍ଧା ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ୤ ଏହି ସମ୍ପ୍ରସାରଣ ସମୟରେ ଦ୍ବିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ହେବାର ବ୍ୟବସ୍ଥା ମଧ୍ୟ ରହିଛି୤ କିନ୍ତୁ ସରକାରୀ ନିୟମ ମୁତାବକ ରାସ୍ତା ସମ୍ପ୍ରସାରଣ ସହିତ ସେତୁ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ରାଜ୍ୟ ସରକାରଙ୍କ ମାଧ୍ୟମରେ ହେବ୤ ଏହା ବ୍ୟତୀୟ ବର୍ତ୍ତମାନ ଯେଉଁ ସ୍ଥାନରେ ବ୍ରାହ୍ମଣୀ ସେତୁ ରହିଛି ତାର ଡାହାଣ ବା ବାମ ପାର୍ଶ୍ବରେ ଆଉ ଏକ ସେତୁ ନିର୍ମାଣ କରିବା ବ୍ୟବହାରିକ ଦୃଷ୍ଟିରୁ ସହଜ ନୁହେଁ୤ ଏହା ବ୍ୟତୀତ ସମଗ୍ର ଦେଶରେ କୌଣସି ଉନ୍ନୟନ କାର୍ଯ୍ୟପାଇଁ ଜମି ଅଧିଗ୍ରହଣ ପାଇଁ ଉପୁଜୁଥିବା ସମସ୍ୟା ଦୃଷ୍ଟିରୁ ଏହି ରାସ୍ତା ସମ୍ପ୍ରସାରଣ ତଥା ସେତୁ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ବ୍ୟବସ୍ଥା ଏତେ ସହଜ ନୁହେଁ୤

ଅପରପକ୍ଷରେ ସୁନ୍ଦରଗଡ଼ ଜିଲ୍ଲା ଏକ ମାଓପ୍ରବଣ ଜିଲ୍ଲା ହୋଇଥିବାରୁ ଏବଂ ଜିଲ୍ଲାର ଏକ ପ୍ରମୁଖ ସହର ଭାବେ ପରିଗଣିତ ହେଉଥିବାରୁ ସୁନ୍ଦରଗଡ଼ ସହିତ ରାଉରକେଲାର ଯୋଗାଯୋଗ ପ୍ରଶାସନିକ ଦୃଷ୍ଟିରୁ ବେଶ୍‌ ଗୁରୁତ୍ବପୂର୍ଣ୍ଣ୤ ସେହିଭଳି ରାଉରକେଲା ସହର ଉପକଣ୍ଠରେ ଥିବା ଝିରିପାଣିଠାରେ ନିର୍ମାଣାଧୀନ ଥିବା କୋଏଲ ସେତୁର କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ସ୍ବାଭାବିକ ଭାବେ ରାଉରକେଲା ଦେଇ ଯାଇଥିବା ଜାତୀୟ ରାଜପଥରେ ଗମନାଗମନ ବ୍ୟବସ୍ଥା ବୃଦ୍ଧି ପାଇବା ସହିତ ଯାନବାହାନ ଚଳାଚଲ ବୃଦ୍ଧି ପାଇବ୤ ସେହିପରି ସମ୍ପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ ରାଉରକେଲା ଦେଇ ଯାଇଥିବା କୋଏଲ ନଦୀ କୂଳେ କୂଳେ ଆଡ଼ିବନ୍ଧ ବା ରିଂ ରୋଡ଼୍ ନିର୍ମାଣ ପାଇଁ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ ହୋଇଛି୤ ଏହି ରିଂ ରୋଡ୍‌ ନିର୍ମାଣ ପରେ ବ୍ରାହ୍ମଣୀ ସେତୁ ଦେଇ ଗମନାଗମନ ମଧ୍ୟ ବୃଦ୍ଧି ପାଇବ୤

ଏଭଳି ସ୍ଥିତିରେ ଯେତେ ଶୀଘ୍ର ଦ୍ବିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ହେବ ସେତେ ଶୀଘ୍ର ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲା ପାଇଁ ମଙ୍ଗଳ ହେବ ବୋଲି ଆଲୋଚନା ହେଉଛି୤ ତେଣୁ ସୁନ୍ଦରଗଡ଼ ଜିଲ୍ଲାରେ ବିଶେଷ କରି ଶିଳ୍ପ ନଗରୀ ଭାବେ ପରିଚିତ ରାଉରକେଲା ସହର ସହିତ ଜିଲ୍ଲା ସଦର ମହକୁମା ଓ ପଡ଼ୋଶୀ ରାଜ୍ୟ ସହିତ ଗମନାଗମନ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଦ୍ବିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ବାବଦରେ ପଦକ୍ଷେପ ନେବା ନିମନ୍ତେ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି୤

Recently Published :
 

1 Response

  1. A.K.Satapathy says:

    Four-laning work between Biramitrapur-Barkote section has been taken up by NHAI under DFBOT pattern. Possibly, there will be a second bridge over river Brahmani at Rourkela.

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg