Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
May 2018
M T W T F S S
« Jul    
 123456
78910111213
14151617181920
21222324252627
28293031  

ରାଉରକେଲାରେ ଇଏସ୍‌ଆଇ ମେଡିକାଲ୍‌ କଲେଜ୍‌ ଓ ହସ୍ପିଟାଲ୍‌ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ତେଜିଲା

Date : March 21st, 2014
Share : | More

ରାଉରକେଲା: ୨୦୦୯ ମସିହାରୁ କେନ୍ଦ୍ର ସରକାରଙ୍କ କର୍ମଚାରୀ ବୀମା ନିଗମ(ଇଏସ୍‌ଆଇ) ପକ୍ଷରୁ ଓଡ଼ିଶାରେ ପ୍ରସ୍ତାବିତ ମେଡିକାଲ୍‌ କଲେଜ୍‌ ଓ ସୁପସ୍ପେଶିଆଲିଟି ହସ୍ପିଟାଲ୍‌କୁ ରାଉରକେଲାରେ ପ୍ରତିଷ୍ଠା ପାଇଁ ଆନ୍ଦୋଳନ, ବିକ୍ଷୋଭ ଓ ଦାବି ଆଦି ହୋଇଆସୁଛି୤ କିନ୍ତୁ ଗତ ମାସରେ ଏହି ଦାବିକୁ ଅଣଦେଖା କରି ଭୁବନେଶ୍ବରଠାରେ ଉକ୍ତ ଅନୁଷ୍ଠାନ ସ୍ଥାପନା ନିମନ୍ତେ ଶିଳାନ୍ୟାସ ବିରୋଧରେ ରାଉରକେଲା ଓ ଆଖପାଖ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି୤ ଏହାର ଫଳସ୍ବରୂପ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ କଳକାରଖାନାରେ କାର୍ଯ୍ୟରତ ବୀମାଭୁକ୍ତ ଶ୍ରମିକମାନଙ୍କର ପକ୍ଷରୁ ୩୦ ହଜାରରୁ ଊର୍ଦ୍ଧ୍ବ ଦସ୍ତଖତ ଏକତ୍ରିତ କରାଯାଇଛି୤ ରାଉରକେଲା ତଥା ଆଖପାଖ ଅଞ୍ଚଳରେ ଥିବା ସଂଖ୍ୟାଧିକ ବୀମାଭୁକ୍ତ ସଦସ୍ୟମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଇଏସ୍‌ଆଇ ମେଡିକାଲ୍‌ କଲେଜ୍‌ ଓ ହସ୍ପିଟାଲ୍‌କୁ ରାଉରକେଲାରେ ସ୍ଥାପନା କରିବା ପାଇଁ ତୁରନ୍ତ ସକାରାତ୍ମକ ପଦକ୍ଷେପ ଓ ବ୍ୟବସ୍ଥା ଦାବିରେ ଆଜି ବୀମାଭୁକ୍ତ ସଦସ୍ୟମାନେ ସ୍ଥାନୀୟ ମଡେଲ୍‌ ହସ୍ପିଟାଲ୍‌ ସମ୍ମୁଖରେ ଏକତ୍ରିତ ହୋଇଥିଲେ୤ ସେହିପରି ଉକ୍ତ ଦାବି ବାବଦରେ ଚଳିତ ମାସ ୩୦ ତାରିଖ ସୁଦ୍ଧା ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରା ନଗଲେ ସୁନ୍ଦରଗଡ଼ ଜିଲ୍ଲା ସମେତ ଆଖପାଖ ଅଞ୍ଚଳର ବୀମାଭୁକ୍ତ ସଦସ୍ୟମାନେ ଇଏସ୍‌ଆଇକୁ ସେମାନେ ଦେଉଥିବା ଓ ସେମାନଙ୍କ ମାଲିକମାନେ ଦେଉଥିବା ପ୍ରାପ୍ୟ ଆସନ୍ତା ଅପ୍ରେଲ୍‌ ୧ ତାରିଖରୁ ବନ୍ଦ କରିଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା୤ ବିଶିଷ୍ଟ ଶ୍ରମିକ ନେତା ବିଷ୍ଣୁ ମହାନ୍ତିଙ୍କ ନେତୃତ୍ବରେ ଉକ୍ତ ୩୦ହଜାରରୁ ଊର୍ଦ୍ଧ୍ବ ଦସ୍ତଖତ ସମ୍ବଳିତ ଦାବିପତ୍ରକୁ ମଡେଲ୍‌ ହସ୍ପିଟାଲ୍‌ର ସ୍ବାସ୍ଥ୍ୟ ଅଧିକ୍ଷକ ଡା.ତେଜ୍‌ ବାହାଦୁର ବାତ୍ରାଙ୍କୁ ପ୍ରଦାନ କରାଯାଇ ଏ ବାବଦରେ ଇଏସ୍‌ଆଇ ମୁଖ୍ୟାଳୟକୁ ସମସ୍ତ ସୂଚନା ଓ ତଥ୍ୟ ପଠାଯିବା ପାଇଁ ଅନୁରୋଧ କରାଯାଇଥିଲା୤ ଏହାର ଉତ୍ତରରେ ଡା.ବାତ୍ରା ବୀମାଭୁକ୍ତ କର୍ମଚାରୀମାନଙ୍କର ଦାବିକୁ ବିଭାଗୀୟ ମୁଖ୍ୟାଳୟକୁ ପଠାଇବା ସହିତ ଆବଶ୍ୟକ ସୁପାରିଶ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ୤

ସୂଚନାଯୋଗ୍ୟ ଯେ,ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବରିଷ୍ଠ ନେତୃବୃନ୍ଦଙ୍କ ସମେତ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ କମିଟି, ବିଭାଗୀୟ ସଂସଦୀୟ କମିଟି ଓଡ଼ିଶାରେ ହେବାକୁଥିବା ଉକ୍ତ ଅନୁଷ୍ଠାନକୁ ରାଉରକେଲାରେ ସ୍ଥାପନା କରିବା ପାଇଁ ଅନୁକୂଳ ମତ ମଧ୍ୟ ଦେଇଥିଲେ୤ ଏହା ସତ୍ତ୍ବେ ମଧ୍ୟ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆଙ୍କ ସମେତ ଅନ୍ୟକିଛି ନେତା ଓ ବରିଷ୍ଠ ଅଧିକାରୀ ଉକ୍ତ ଅନୁଷ୍ଠାନକୁ ରାଉରକେଲା ବଦଳରେ ଭୁବନେଶ୍ବରରେ କରିବା ପାଇଁ ଚକ୍ରାନ୍ତ କରିଆସୁଥିବା ନେଇ ଅଭିଯୋଗ ହୋଇଆସୁଛି୤ ତେଣୁ ରାଉରକେଲା ସମେତ ଆଖପାଖ ଅଞ୍ଚଳର ସମସ୍ତ ବୀମାଭୁକ୍ତ ସଦସ୍ୟମାନଙ୍କ ଉନ୍ନତ ସ୍ବାସ୍ଥ୍ୟ ସୁବିଧାର ଜରୁରି ଆବଶ୍ୟକତା ନିମନ୍ତେ ଉକ୍ତ ଅନୁଷ୍ଠାନକୁ ରାଉରକେଲାରେ ସ୍ଥାପନା କରିବାର ଆବଶ୍ୟକତା ବାବଦରେ ଆଜି ଉପସ୍ଥିତ ନେତୃବୃନ୍ଦ ମତ ଦେଇଥିଲେ୤

ଏହି ଅବସରରେ ଆୟୋଜିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶ୍ରମିକ ନେତା ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ସୁରେନ୍ଦ୍ର ଦାଶ, ସିପିଏମ୍‌ର ରାଉରକେଲା ବିଧାନସଭା କ୍ଷେତ୍ର ପ୍ରାର୍ଥୀନୀ ସାଲୋମି ମିଞ୍ଜ୍‌, ବସନ୍ତ ନାୟକ ସମାଜସେବୀ ପି.ପି.ରାୟ, ପି.ଏଲ୍‌.ମିଶ୍ର, ଓମ୍‌ ପ୍ରକାଶ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ପିତବାସ ମିଶ୍ର, ଯୁବନେତା ରାଜ କିଶୋର ପ୍ରଧାନ, ଚନ୍ଦ୍ରଭାନୁ ଦାଶଙ୍କ ସମେତ ବିଭିନ୍ନ କଳକାରଖାନା ଶ୍ରମିକ ସଙ୍ଗଠନର ନେତାମାନେ ଉପସ୍ଥିତ ଥିଲେ୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg