Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2017
M T W T F S S
« Jul    
 12345
6789101112
13141516171819
20212223242526
27282930  

ରାଉରକେଲା ଦେଇ ଯାଉଥିବା ୪ଯୋଡ଼ା ଏକ୍ସପ୍ରେସ୍‌ ଟ୍ରେନ୍‌ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାତିଲ୍‌

Date : June 13th, 2017
Share : | More

ଗତ କିଛିବର୍ଷ ହେଲା ଝାଡ଼ଖଣ୍ଡ ରାଜ୍ୟର ଧାନବାଦ-ଚନ୍ଦ୍ରପୁରା ରେଳ ସେକ୍ସନ ମଧ୍ୟରେ ଥିବା କୋଇଲା ଖଣି ଅଞ୍ଚଳରେ ନିଆଁ ଲାଗିବା ଏକ ନିୟମିତ ଘଟଣା ହୋଇଛି। ଏହି କାରଣରୁ ବ୍ୟାପକ ଆଲୋଚନା ପରେ ରେଳବାଇ ବୋର୍ଡ ପକ୍ଷରୁ ଧାନବାଦ-ଚନ୍ଦ୍ରପୁରା ରେଳ ସେକ୍ସନକୁ ସମ୍ପୂର୍ଣ୍ଣଭାବେ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଏହା ଯୋଗୁଁ ମୋଟ ୭ଯୋଡ଼ା ଏକ୍ସପ୍ରେସ୍‌ ଟ୍ରେନ୍‌ର ଯାତାୟତ ରାସ୍ତାକୁ ପରିବର୍ତ୍ତନ କରାଯାଇଥିଲାବେଳେ ୧୩ଯୋଡ଼ା ଟ୍ରେନ୍‌ର ଯାତାୟତକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବାତିଲ୍‌ କରିଦିଆଯାଇଛି। ସେହିପରି ମୋଟ ୬ ଯୋଡ଼ା ପାସେଞ୍ଜର୍‌ ଟ୍ରେନ୍‌ ଚଳାଚଳକୁ ବାତିଲ୍‌ କରାଯାଇଛି। ଏହି କ୍ରମରେ ଇସ୍ପାତ ସହର ରାଉରକେଲା ଦେଇ ଯାଉଥିବା ମୋଟ ୪ଯୋଡ଼ା ଟେନ୍‌କୁ ବାତିଲ୍‌ କରାଯାଇଛି। ତାହା ମଧ୍ୟରେ ଅଛି ୧୨୮୩୧/୩୨ ଧାନବାଦ-ଭୁବନେଶ୍ୱର-ଧାନବାଦ ଗରିବ ରଥ, ୧୭୦୦୭/୦୮ ସିକନ୍ଦରାବାଦ-ଦରଭଙ୍ଗା-ସିକନ୍ଦରାବାଦ ଏକ୍ସପ୍ରେସ୍‌, ୧୭୦୦୫/୦୬ ହାଇଦେରାବାଦ୍‌-ରକ୍ସାଉଲ୍‌-ହାଇଦେରାବାଦ୍‌ ଏକ୍ସପ୍ରେସ୍‌ ଓ ୧୩୪୨୫/୨୬ ସୁରାଟ-ମାଲ୍‌ଦା ଟାଉନ୍‌-ସୁରାଟ ଏକ୍ସପ୍ରେସ୍‌ । ଏହି ୪ଟି ଟ୍ରେନ୍‌ ମଧ୍ୟରୁ ଭୁବନେଶ୍ୱର ଯାଉଥିବା ଗରିବ ରଥରେ ରାଉରକେଲାରୁ ଅଧିକାଂଶ ଯାତ୍ରୀ ଯାତ୍ରା କରିଥାନ୍ତି। ସେହିପରି ରାଉରକେଲାରୁ ସିକନ୍ଦରାବାଦ ଓ ହାଇଦେରାବାଦ୍‌ ଯାଉଥିବା ଦୁଇଟି ଟ୍ରେନ୍‌ ମାଧ୍ୟମରେ ସିଧାସଳଖ ହାଇଦେରାବାଦ୍‌ ବା ସିକନ୍ଦରାବାଦ୍‌ ଯାତ୍ରା କରିବାର ବ୍ୟବସ୍ଥା ଥିଲା। ଏହା ବାତିଲ୍‌ ହେବା ଯୋଗୁଁ ରାଉରକେଲାରୁ ଏହି ଦୁଇଟି ସ୍ଥାନକୁ ସିଧାସଳଖ ଯାତ୍ରା କରିବାର ବ୍ୟବସ୍ଥା ରହିବା ନାହିଁ। ଅନ୍ୟପକ୍ଷରେ ରାଉରକେଲା ଦେଇ ପ୍ରତିଦିନ ଯାଉଥିବା ୧୩୩୫୧/୫୨ ଧାନବାଦ୍‌-ଆଲିପେ ଏକ୍ସପ୍ରେସ୍‌ ଟ୍ରେନ୍‌ର ଗତିପଥକୁ ଧାନବାଦ୍‌-ଚନ୍ଦ୍ରପୁରା ମଧ୍ୟରେ ପରିବର୍ତ୍ତନ କରାଯାଇ ଧାନବାଦ୍‌-ଗୋମୋହ-ଚନ୍ଦ୍ରପୁରା ମଧ୍ୟରେ ଯାତ୍ରା କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ସମସ୍ତ ବ୍ୟବସ୍ଥା ୧୫ ଜୁନ୍‌ରୁ ଲାଗୁ ହେବ ବୋଲି ରେଲୱେ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg