Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
May 2019
M T W T F S S
     
 12345
6789101112
13141516171819
20212223242526
2728293031  

ମହିଳା ବିଶ୍ବକପ୍‌ ହକିରେ ବ୍ରୋଞ୍ଚ୍‌ ପଦକ ପାଇ ଫେରିଥିବା ୪ ଖେଳାଳିଙ୍କୁ ବିପୁଳ ସମ୍ବର୍ଦ୍ଧନା

Date : August 9th, 2013
Share : | More

ରାଉରକେଲା: ଚଳିତ ମାସ ୪ ତାରିଖରେ ସମ୍ପନ୍ନ ହୋଇଥିବା ଜୁନିୟର୍‌ ମହିଳା ହକି ବିଶ୍ବକପ୍‌ରେ ୪ଜଣ ଓଡ଼ିଆ ଖେଳାଳି ଖେଳିଥିଲେ୤ ସେମାନେ ସମସ୍ତେ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର୤ ଏହି ଖେଳାଳିମାନେ ଗତକାଲି ସନ୍ଧ୍ୟାରେ ରାଉରକେଲା ରେଳଷ୍ଟେସନ୍‌ରେ ପହଞ୍ଚିବା ପରେ ପାନପୋଷ କ୍ରୀଡ଼ା ଛାତ୍ରାବାସର ଭାରପ୍ରାପ୍ତ ଅଧିକାରୀ ଅମୁଲ୍ୟାନନ୍ଦ ବିହାରୀ ଓ ବରିଷ୍ଠ ପ୍ରଶିକ୍ଷକ କାଳୁ ଚୌଧୁରୀଙ୍କ ସମେତ ପାନପୋଷ ଉପଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ବରିଷ୍ଠ ହକି ଖେଳାଳି ମାଇକେଲ୍‌ କିଣ୍ଡୋ ଏବଂ ଅନ୍ୟତମ ଭେଟେରାନ୍‌ ହକି ଖେଳାଳି ତଥା ରାଜଗାଙ୍ଗପୁର ବିଧାୟକ ଗ୍ରେଗୋରୀ ମିଞ୍ଜ ପ୍ରମୁଖ ସେମାନଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦେଇଥିଲେ୤ ପ୍ରଥମ ଥର ପାଇଁ ଓଡ଼ିଶାର ଏହି ୪ଜଣ ଖେଳାଳି ବିଶ୍ବକପ୍‌ ଦଳରେ ସାମିଲ ହେବା ସହିତ ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣିଥିବାରୁ ଉପସ୍ଥିତ ସମସ୍ତ ଅଧିକାରୀ ଓ ବ୍ୟକ୍ତିମାନେ ସେମାନଙ୍କୁ ଆଗାମୀ ଦିନରେ ଆହୁରି ଉନ୍ନତ ଖେଳ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ୤

ସୂଚନା ମୁତାବକ ଉକ୍ତ ୪ଜଣ ଖେଳାଳିଙ୍କ ମଧ୍ୟରୁ ଦୀପ୍‌ ଗ୍ରେସ୍‌ ଏକ୍କା ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସରେ ୨୦୦୬ ମସିହାରୁ ପ୍ରଶିକ୍ଷଣ ନେଉଥିଲାବେଳେ ଅନ୍ୟ ତିନିଜଣ ଯଥା: ଅନୁପା ବାର୍ଲା ଓ ଲିଲିମା ମିଞ୍ଜ୍‌ ୨୦୦୫ରୁ ଓ ନମିତା ଟପ୍ପୋ ୨୦୦୬ରୁ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ପ୍ରଶିକ୍ଷଣ ନେଉଛନ୍ତି୤ ଏମାନଙ୍କ ମଧ୍ୟରୁ ଦୀପ୍‌ ଓ ଲିଲିମା ଇତି ମଧ୍ୟରେ ପଶ୍ଚିମ ରେଳବାଇ ଅଧିନରେ ମହାରାଷ୍ଟ୍ରରେ ପ୍ରାୟ ଦେଢବର୍ଷ ହେଲା ଚାକିରି କରୁଛନ୍ତି୤ ଏହି ସମସ୍ତ ଖେଳାଳିମାନେ କୃଷକ ପରିବାରର ହୋଇଥିଲେ ମଧ୍ୟ ନିଷ୍ଠା ଓ ଏକାଗ୍ରତା ଯୋଗୁଁ ସେମାନେ ଆଜି ଏଭଳି ସଫଳତା ପାଇବାରେ ସମର୍ଥ ହୋଇଛନ୍ତି ବୋଲି ପାନପୋଷ କ୍ରୀଡ଼ା ଛାତ୍ରାବାସର ଭାରପ୍ରାପ୍ତ ଅଧିକାରୀ ଅମୁଲ୍ୟାନନ୍ଦ ବିହାରୀ ସୂଚନା ଦେବା ସହ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg