Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
March 2019
M T W T F S S
     
 123
45678910
11121314151617
18192021222324
25262728293031

ବିଶିଷ୍ଟ ଖେଳାଳି ହେମନ୍ତ ପଟେଲ୍‌ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ

Date : March 29th, 2014
Share : | More

ରାଉରକେଲା: ଓଡ଼ିଶାର ତଥା ସୁନ୍ଦରଗଡ଼ ଜିଲ୍ଲାର ଜଣେ ପ୍ରଖ୍ୟାତ ତଥା ଆଗଧାଡ଼ିର ଆଥ୍‌ଲେଟିକ୍‌ ଭାବେ ପରିଚିତ ତଥା ଆର୍‌ଏସ୍‌ପି କ୍ରିଡ଼ା ବିଭାଗରେ କାର୍ଯ୍ୟରତ ହେମନ୍ତ ପଟେଲ୍‌ ଙ୍କ ଦୁଇଦିନ ତଳେ ସ୍ଥାନୀୟ ଆଇଜିଏଚ୍‌ଠାରେ ଦେହାନ୍ତ ହୋଇଯାଇଥିଲା୤ ଆଜି ସ୍ବର୍ଗତ ପଟେଲ୍‌ଙ୍କ ପାର୍ଥିବ ଶରୀରକୁ ସ୍ଥାନୀୟ ଇସ୍ପାତ ଷ୍ଟାଡିୟମ୍‌ ଅଣାଯାଇଥିଲା୤ ଏହି ଅବସରରେ ତାଙ୍କୁ ଇସ୍ପାତ ସହରର ଅନେକ କ୍ରୀଡ଼ାବିତ୍‌ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ୤ ବିଶେଷ କରି ସେ ସ୍ଥାପନ କରିଥିବା ଲମ୍ବଡିଆଁ ରେକର୍ଡ ଆଜିଯାଏ ଅକ୍ଷୂର୍ଣ୍ଣ ରହିଥିବାରୁ ସ୍ବର୍ଗତ ପଟେଲ୍‌ ସୁନ୍ଦରଗଡ଼ ଜିଲ୍ଲାର କ୍ରୀଡ଼ା ଜଗତରେ ତାଙ୍କ ଆବର୍ତ୍ତମାନରେ ମଧ୍ୟ ମନେ ରହିବେ ବୋଲି ଏହି ଅବସରରେ ଉପସ୍ଥିତ କ୍ରୀଡ଼ାବିତ୍‌ମାନେ କହିଥିଲେ୤ ପରେ ତାଙ୍କର ପାର୍ଥିବ ଶରୀରକୁ ସୁନ୍ଦରଗଡ଼ ବଡ଼ଗାଁ ସ୍ଥିତ ତାଙ୍କ ଜନ୍ମସ୍ଥାନ ମୁଣ୍ଡା ଗାଁକୁ ନିଆଯାଇଥିଲା୤ ସେଠାରେ ତାଙ୍କର ପରିବାର ତଥା ଆତ୍ମୀୟସ୍ବଜନଙ୍କ ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି୤

ଆଜି ଷ୍ଟାଡିୟମଠାରେ ସ୍ବର୍ଗତ ପଟେଲ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବିଶିଷ୍ଟ ହକି ଖେଳାଳି ମାଇକେଲ୍‌ କିଣ୍ଡୋ, ଗ୍ରେଗୋରୀ ମିଞ୍ଜ, ପିଟର ତିର୍କୀ, କ୍ରୀଡ଼ା ପ୍ରଶିକ୍ଷକ ପଞ୍ଚାନନ ଗନ୍ତାୟତ, ଆର୍‌ଏସ୍‌ପି କ୍ରୀଡ଼ା ବିଭାଗ ମୁଖ୍ୟ ତଥା ଅର୍ଜୁନ ପୁରସ୍କାରପ୍ରାପ୍ତ ମିନତୀ ମହାପାତ୍ର ଓ ବିଭାଗର ଅନ୍ୟ କର୍ମଚାରୀଗଣ, ଦେବଦତ୍ତ ଜେନା, ଶୁକ୍ରୁ ତନ୍ତି, ବାସିଲ୍‌ ତିର୍କୀ, ବଲ୍‌ବୀର ବେହେରା, ରମେଶ ଗୋଚ୍ଛାୟତ, ଜୟନ୍ତ ମହାରଣା, ସଞ୍ଜୟ ବୁବୁଟା, ବଳରାମ ମାଝି, ଅଜୟ ରାଉତ, ଶରତ ମିଶ୍ର, ରାକେଶ ସିଂହ, ନିଖିଳ କଳାକାର ପ୍ରମୁଖଙ୍କ ସମେତ ବହୁ ଯୁବ କ୍ରୀଡ଼ାବିତ୍‌ ଆଦି ଉପସ୍ଥିତ ଥିଲେ୤ ପାନପୋଷଠାରେ ରାଘୁନାଥପାଲ୍ଲୀ ବିଧାୟକ ତଥା ମନ୍ତ୍ରୀ ସୁବ୍ରତ ତରାଇ ମଧ୍ୟ ତାଙ୍କ ଶେଷ ଯାତ୍ରାରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg