Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
December 2021
M T W T F S S
     
 12345
6789101112
13141516171819
20212223242526
2728293031  

ଜବରଦଖଲ ଉଚ୍ଛେଦ ଅଭିଯାନ ଜୋରଦାର: ଦେବାଳୟ ଉଚ୍ଛେଦ ସର୍ବାଗ୍ରେ

Date : May 16th, 2012
Share : | More

mandiraରାଉରକେଲା: ଇସ୍ପାତ ସହରରେ ବେଶ୍‌ କିଛି ବର୍ଷ ହେଲା ଜବରଦଖଲ ଅନେକ ମାତ୍ରାରେ ବୃଦ୍ଧି ପାଇଥିଲାବେଳେ ଏହାକୁ ନିୟନ୍ତ୍ରଣ ବା ରୋକିବା ଦିଗରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା୤ ତେଣୁ ଦିନକୁ ଦିନ ଜବରଦଖଲ ବୃଦ୍ଧିପାଇବାରେ ଲାଗିଥିଲା୤ କେବଳ ସମୟ ସମୟରେ କୌଣସି ରାସ୍ତା ନିର୍ମାଣ ବା ସେହିଭଳି କିଛି କାର୍ଯ୍ୟ ନିମନ୍ତେ ଜବରଦଖଲ ଉଚ୍ଛେଦ କିଛିମାତ୍ରା ହେଉଥିଲେ ମଧ୍ୟ ଏ ନେଇ ଅନେକ ସମସ୍ୟା ସୃଷ୍ଟି ହେବାରେ ଲାଗିଛି୤ ଅନେକ ସମୟରେ ରାଜନୈତିକ ନେତାମାନଙ୍କର ଶସ୍ତା ରାଜନୀତି ପାଇଁ ଜବରଦଖଲ ଉଚ୍ଛେଦ ଅଭିଯାନ ସଫଳ ହୋଇପାରୁ ନଥିଲା୤ ଏହି ଜବରଦଖଲର ଏକ ପ୍ରମୁଖ ସ୍ଥାନ ଅଧିକାର କରିଥିଲା ସରକାରୀ ଜାଗାରେ ଜବରଦଖଲ କରି ଦେବାଳୟ ବା ଦେବାଦେବୀଙ୍କ ମନ୍ଦିର ନିର୍ମାଣ କରିବା୤ ଇସ୍ପାତ ସହରର ଅନେକ ଜନଗହଳୀପୂର୍ଣ୍ଣ ସ୍ଥାନରେ ବିଶେଷ କରି ପୌରାଞ୍ଚଳରେ ଏକାଧିକ ମନ୍ଦିର ନିର୍ମାଣ କରାଯାଇ ଲୋକଙ୍କର ଧାର୍ମିକ ଭାବନା ନାଁରେ ଏହି ନିର୍ମାଣକୁ ନିୟମିତ କରାଯିବା ପାଇଁ ଉଦ୍ୟମ ଜାରି ରହିଥିଲା୤ ଏହା ସହିତ କେତେକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀର ଲୋକେ ଏହି ଦେବାଳୟ ସାହାଯ୍ୟରେ ସୁବିଧାଜନକ ବେପାର ମଧ୍ୟ କରିବାକୁ ପଛାଉ ନଥିଲେ୤ କାରଣ ଜବରଦଖଲରେ ଦେବାଳୟ ନିର୍ମାଣ ହେଲେ ଏଥିପାଇଁ ଦଳମତ ନିର୍ବିଶେଷରେ ସମସ୍ତଙ୍କର ସମର୍ଥନ ମିଳିବାରେ ଅସୁବିଧା ନଥିଲା୤ କିନ୍ତୁ ଗତକାଲି ରାଉରକେଲା ସହର ପ୍ରଶାସନ ପକ୍ଷରୁ ସହରର ମୁଖ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ ଦେବାଳୟ ଜବରଦଖଲ ଉଚ୍ଛେଦ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରାଯିବା ପରେ ଏହା ମାଧ୍ୟମରେ ବେପାର ଚଳାଇଥିବା ବ୍ୟକ୍ତିମାନେ ପ୍ରମାଦ ଗଣିବା ଆରମ୍ଭ କରିଛନ୍ତି୤

ଗତକାଲି ଏ ବାବଦରେ ପ୍ରଥମ ପଦକ୍ଷେପ ସ୍ବରୂପ ଉଦିତ୍‌ନଗର ମୁଖ୍ୟ ଛକ ନିକଟରେ ଥିବା ମୁଖ୍ୟରାସ୍ତା ପାର୍ଶ୍ବରେ ନିର୍ମିତ ଶିବ ମନ୍ଦିରକୁ ସମ୍ପୂର୍ଣ୍ଣରୂପେ ଭାଙ୍ଗି ଦିଆଯାଇଛି୤ ଏହା ବ୍ୟତୀତ ଏସ୍‌ଟିଆଇ ଛକ ଉପରେ ଥିବା ଅନ୍ୟ ଏକ ଶିବ ମନ୍ଦିର ସମେତ ଉଦିତନଗର ସ୍ଥିତ ଶନି ମନ୍ଦିର, ସିଭିଲ୍‌ଟାଉନସିପ୍‌ ସ୍ଥିତ ପଞ୍ଚଦେବ ମନ୍ଦିର, ବେଦବ୍ୟାସ ସ୍ଥିତ କାଳି ମନ୍ଦିର ଆଦିକୁ ଆଂଶିକ ବା ସମ୍ପୂର୍ଣ୍ଣ ଭଙ୍ଗା ଯାଇଛି୤ ସାଧାରଣ ଭାବେ ଦେବାଳୟଗୁଡ଼ିକୁ ପ୍ରଶାସନ ପକ୍ଷରୁ ଭଙ୍ଗାଯିବ ନାହିଁ ବୋଲି ଏକ ଧାରଣା ରହିଥିବାରୁ ଅନେକ ସ୍ଥାନରେ ମୁଖ୍ୟ ରାସ୍ତା ବା ଅଧିକ ଲୋକେ ଯିବା ଆସିବା ରାସ୍ତାକଡ଼ରେ ମନ୍ଦିର ନିର୍ମାଣ ଏକ ସାଧାରଣ ଘଟଣାରେ ପରିଣତ ହୋଇଥିଲା୤ ତେଣୁ ଗତକାଲିର ଦେବାଳୟ ଉଚ୍ଛେଦ ଘଟଣା ଆଜି ମଧ୍ୟ ହୋଇଥିବା କିଛି ଉଚ୍ଛେଦ ଘଟଣା ଏକ ନୂତନ ଉଦାହରଣ ସୃଷ୍ଟି କରିଛି୤ ଗତକାଲି ଓ ଆଜି ହୋଇଥିବା ଏହି ଉଚ୍ଛେଦ ପ୍ରକ୍ରିୟାରେ ରାଉରକେଲା ତହସିଲ୍‌ଦାର, ରାଉରକେଲା ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ସମେତ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରିମାନେ ଉପସ୍ଥିତ ରହି ତଦାରଖ କରିଥିଲେ୤ ଆସନ୍ତା ଦିନମାନଙ୍କରେ ଏହିପରି ଜବରଦଖଲ ଉଚ୍ଛେଦ ଅଭିଯାନ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି୤

ଅନ୍ୟପକ୍ଷରେ ପୌରପାଳିକା ସମେତ ସହର ପ୍ରଶାସନରେ ଜବରଦଖଲ ତଦାରଖ ପାଇଁ ଗୋଟିଏ ଗୋଟିଏ ସ୍ବତନ୍ତ୍ର ବିଭାଗ ରହିଥିବା ଏବଂ ଏଥିପାଇଁ ଏକାଧିକ କର୍ମଚାରୀ ଓ ଅଧିକାରୀ ସରକାରୀ ତହବିଲ୍‌ରୁ ଦରମା ନେଇ ନିଯୁକ୍ତି ପାଇଥିଲାବେଳେ ବିଭିନ୍ନ ସମୟରେ ହେଉଥିବା ଜବରଦଖଲ ସମୟରେ କାହିଁକି ଚୁପ୍‌ ରହଥାନ୍ତି ଏବଂ ଶେଷ ସମୟରେ ଅନେକ ଅସୁବିଧା ମଧ୍ୟରେ ପୁଣି ସରକାରୀ ଅର୍ଥ ଖର୍ଚ୍ଚ କରି ଜବରଦଖଲ ଉଚ୍ଛେଦ ପଛରେ ରହସ୍ୟ କ‘ଣ ତାହା ଏବେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି୤ ସେହିପରି ଅନେକ ଦିନ ତଳୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ସର୍ବସାଧାରଣ ସ୍ଥାନରେ ଏବଂ ସରକାରୀ ଜମି ଜବରଦଖଲ କରି ଦେବାଳୟ ନିର୍ମାଣକୁ ସମ୍ପୂର୍ଣ୍ଣ ବେଆଇନ ବୋଲି ଘୋଷଣା କରାଯାଇ ଏସବୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶାବଳୀକୁ ରାଉରକେଲା ସହର ପ୍ରଶାସନ ପାଳନ କରିବାରେ କୁଣ୍ଠିତ କାହିଁକି ତହା ମଧ୍ୟ ଅନ୍ୟ ଏକ ପ୍ରଶ୍ନବାଚୀ୤ ସେହିଭଳି କେବଳ ରାଉରକେଲା ସହରର ମୁଖ୍ୟରାସ୍ତା (ବିଶ୍ରା ଛକ ଠାରୁ ଆରମ୍ଭ କରି ପାନପୋଷ ଛକ ପର୍ଯ୍ୟନ୍ତ) ଅନେକ ମନ୍ଦିର ନିର୍ମାଣ ହୋଇଥିଲାବେଳେ ଏହି ସମସ୍ତକୁ ପ୍ରଶାସନ କେତେ ଶୀଘ୍ର ଉଚ୍ଛେଦ କରିବ ତାହା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି୤

ଏହା ବ୍ୟତୀତ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ନିର୍ମିତ ମନ୍ଦିର ଯଥା ପାନପୋଷ ରୋଡ୍‌ ସ୍ଥିତ ତାରିଣୀ ମନ୍ଦିର ଏବଂ କୋଏଲ ନଗର ସ୍ଥିତ ଡି ବ୍ଲକ୍‌ରେ ଥିବା କୋଏଲ କ୍ଲବ୍‌ ପରିସରରେ ନିର୍ମିତ ହନୁମାନ ମନ୍ଦିର ନିର୍ମାଣରେ ହୋଇଥିବା ଜବରଦଖଲ ଉଚ୍ଛେଦ ନେଇ ପ୍ରଶାସନ ପୌରପାଳିକା କେବେ ପଦକ୍ଷେପ ନେବେ ତାହା ମଧ୍ୟ ଆଲୋଚନାର ବିଷୟ ହୋଇଛି୤ କାରଣ ଏହି ଦୁଇଟି ମନ୍ଦିର ପରିଚାଳନା ପରିଷଦରେ ଶାସକ ଦଳର କିଛି ବଡ଼ ନେତାଙ୍କ ଆଶୀର୍ବାଦ ରହିଥିବାରୁ ଏହି ଦୁଇଟି ମନ୍ଦିରରେ ହୋଇଥିବା ଜବରଦଖଲ ପ୍ରତି ପ୍ରଶାସନିକ ଅଧିକାରିମାନେ ଆଖିବୁଜି ଦେଇଥିବା ନେଇ ଅଭିଯୋଗ ହେଉଛି୤

ଅନ୍ୟପକ୍ଷରେ ସରକାରୀ ଜମିକୁ ଜବରଦଖଲ କରି ଏହାକୁ ନିୟମିତ କରିବା ପାଇଁ ଦେବାଦେବୀମାନଙ୍କୁ ଢାଲ କରୁଥିବା କିଛି ବ୍ୟକ୍ତିବିଶେଷଙ୍କ କାର୍ଯ୍ୟକଳାପ ବିରୁଦ୍ଧରେ ମଧ୍ୟ ସ୍ବତନ୍ତ୍ର ଭାବେ ମାମଲା ଦାୟର କରିବା ପାଇଁ ଦାବି ହେଉଛି୤ ସେହିଭଳି ଇସ୍ପାତ ଶିଳ୍ପ ସହରାଞ୍ଚଳର ବିଭିନ୍ନ ସ୍ଥାନରେ ସରକାରୀ ଜମିକୁ ଜବରଦଖଲ କରି ଅନେକ ମନ୍ଦିର ନିର୍ମାଣ କରାଯାଇ ସେଠାରେ ବେପାର ଚାଲିଥିବାରୁ ସେଗୁଡ଼ିକ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉପରେ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି୤ କାରଣ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରା ପ୍ରଦତ୍ତ ଆଦେଶ ସମଗ୍ର ଦେଶରେ ଲାଗୁ କରାଯିବା ନିମନ୍ତେ ନିର୍ଦ୍ଦେଶ ରହିଥିବାରୁ ରାଉରକେଲା ଶିଳ୍ପ ସହରାଞ୍ଚଳ ବା ସେକ୍ଟର ଅଞ୍ଚଳ ତା ମଧ୍ୟରୁ ଅନ୍ୟତମ୤ ସେହିଭଳି ଜବରଦଖଲ ହୋଇ ଦେବାଳୟ ନିର୍ମାଣ ଆରମ୍ଭ ହେବା ସମୟରେ ଜବରଦଖଲକୁ ତଦାରଖ କରିବାକୁ ନିଯୁକ୍ତ ସରକାରୀ ଓ ପ୍ରଶାସନିକ ଅଧିକାରୀମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକରିବା ଏବଂ ପରବର୍ତ୍ତୀ ସମୟରେ ଏହାକୁ ଉଚ୍ଛେଦ କରିବା ସମୟରେ ସରକାରୀ ଅର୍ଥ ଖର୍ଚ୍ଚ ଓ ଉତ୍ତେଜନା ସୃଷ୍ଟି ପାଇଁ ପୋଲିସ୍‌ ମୁତୟନ କରାଯିବା ପାଇଁ ହେଉଥିବା ସମସ୍ତ ଖର୍ଚ୍ଚ ବିଭାଗୀୟ କର୍ମଚାରୀ ଓ ଅଧିକାରୀମାନଙ୍କ ଠାରୁ ଆଦାୟ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ପାଇଁ ମଧ୍ୟ ଦାବି ହେଉଛି୤

ମୋଟାମୋଟି ଭାବେ ଦେଖିବାକୁ ଗଲେ ଇସ୍ପାତ ସହରରେ ଦେବାଳୟ ନିର୍ମାଣ ନାଁରେ ସରକାରୀ ଜମିର ଜବରଦଖଲ କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ କଠୋର ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ପାଇଁ ଦାବି ହେଉଛି୤ ସେହିପରି ଦଳମତ ଏବଂ ରାଜନୀତିରୁ ଊର୍ଦ୍ଧ୍ବରେ ରହି ଜବରଦଖଲ ଉଚ୍ଛେଦ ନିମନ୍ତେ ପ୍ରଶାସନିକ ଅଧିକାରୀମାନେ ପଦକ୍ଷେପ ନେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି୤

Recently Published :
 

4 Responses

  1. situn says:

    illegal basty uuched aga darkar

    mandir ta bada samasya nuhein

  2. Prashant K Sahoo says:

    This is a very important step taken by RDA and Rourkela administration. It is definitely appreciated. In the name of religion and in the name of God, many are carrying out illegal and unethical activities for their personal interest, must be trashed out. God will also never forgive them for their personal interest.

    I hope this will also serve a lesson for others.

  3. Biswajit says:

    In my view demolition of mandirs and temples are not a big problem. But why administration and local public representatives are silent about demolition of illegal bastis,water connections and electric supply in Madhusudan Palli,Railway Colony,Main Road Areas,Udit Nagar,Biraja Palli,Basanti Colony,Koel Nagal,Chhend Area and Sector areas where these peoples are availing free electicity and water where as we legal public of Rourkela are paying elcecticity bill,water cess and house rents timely. Adminstration is very active in demolition of temples because God cannot speak,but admin have closed their eyes against demolition of illegal extension by businessman and shopkeepers from Bisra Road to Panposh area. Baha re baha Su-sasan. There is punishmnet for God but no punishment for rich peoples.

  4. Bijay says:

    A welcome step by RDA and Municipality but as rightly stated in the report where do the concerned authorities do when these constructions begin.It is well known that these people collect levies from the unauthorized occupants regularly and let the Govt incurs loss in term of revenue, also take salary from Govt without doing their duty of preventing encroachment and situation goes beyond control Govt again spends lots of money to demolish these illegal constructions.Another thing which is two hundred percent true is that no illegal construction can withstand without the political patronage and no illegal construction can be demolished without the consent from the political bosses.
    Situation at Steel Township(sector area) is probably the worst in Odisha because it is neither Govt land nor Private land hence any one can encroach and make constructions.As the land is owned by the Steel plant which has no judicial or administrative powers can not take action that easily,and for taking any action it has to depend on State administration which would be again controlled by political angle hence it is the safe heaven for encroachers.Hence the Steel City is no more the Steel City it is rather the Slum City.

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg