Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
May 2019
M T W T F S S
     
 12345
6789101112
13141516171819
20212223242526
2728293031  

ଜାତୀୟ ନାଟକ ପ୍ରତିଯୋଗିତାରେ ଉଦିତନଗର ଉଚ୍ଚବିଦ୍ୟାଳୟର ସାଫଲ୍ୟ

Date : December 14th, 2013
Share : | More

ରାଉରକେଲା: ଜାତୀୟ ଶିକ୍ଷା ପ୍ରଶିକ୍ଷଣ ଓ ଗବେଷଣା ପରିଷଦ(ଏନ୍‌ସିଇଆର୍‌ଟି) ଦ୍ବାରା ଆୟୋଜିତ ଜାତୀୟ ନାଟକ (ରୋଲ୍‌ ପ୍ଲେ) ପ୍ରତିଯୋଗିତା-୨୦୧୩ ନୂଆଦିଲ୍ଲୀରେ ଉଦ୍‌ଯାପିତ ହୋଇଯାଇଛି୤ ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ରାଉରକେଲାସ୍ଥିତ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିନିଧିତ୍ବ କରି ଦ୍ବିତୀୟ ସ୍ଥାନ ଅଧିକାର କରିଛି୤ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଖ୍ୟାତନାମା ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ଦ୍ବାରା ରଚିତ ନାଟକ ‘ବକ୍‌ରୀ କି ଆୱାଜ’ ଏହି ପ୍ରତିଯୋଗିତାରେ ଜାତୀୟସ୍ତରରେ ଦ୍ବିତୀୟ ପୁରସ୍କାର ହାସଲ କରିଛି୤ ଏହା ପୂର୍ବରୁ ଜିଲ୍ଲା ଓ ରାଜ୍ୟସ୍ତରରେ ଏହି ନାଟକ ପ୍ରଥମ ଓ ପୂର୍ବାଞ୍ଚଳସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲା୤ ଏହି ନାଟକରେ ରୋଜା ସାହୁ, ପ୍ରିୟଙ୍କା ବେହୁରା, ସ୍ବର୍ଣ୍ଣଲତା ସାହୁ, ରାଜଶ୍ରୀ ରାଉତ, ସ୍ବର୍ଣ୍ଣପ୍ରଭା ନାୟକ ପ୍ରମୁଖ ଅଭିନୟ କରିଥିଲେ୤ ଝିଅମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବାବଦରେ ଏହି ନାଟକଟି ଆଧାରିତ ଥିଲା୤ ଶ୍ରୀ ମହାପାତ୍ର ଓ ରାଜ୍ୟ ସଂଯୋଜିକା ଅପର୍ଣ୍ଣା ମିଶ୍ରଙ୍କ ତତ୍ତ୍ବାବଧାନରେ ଉକ୍ତ ଛାତ୍ରୀମାନେ ରାଜ୍ୟର ପ୍ରତିନିଧିତ୍ବ କରି ଓଡ଼ିଶା ପାଇଁ ଏପରି ଏକ ଗୌରବ ଆଣିଥିବାରୁ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗର ସଚିବ ଉଷା ପାଢ଼ୀ, ବିଦ୍ୟାଳୟର ଛାତ୍ରୀ ଓ ଶିକ୍ଷକଙ୍କୁ ଧନ୍ୟବାଦ ଜଣାଇଛନ୍ତି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg