ଜାତୀୟ ବିଜ୍ଞାନ ସମ୍ମିଳନୀରେ ରାଉରକେଲା ଛାତ୍ରୀ ଅଲିଭା ମିଶ୍ର ପ୍ରଥମ
ରାଉରକେଲା: ସ୍ଥାନୀୟ ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ରୀ ଅଲିଭା ମିଶ୍ର ଜାତୀୟ ବିଜ୍ଞାନ ସମ୍ମିଳନୀରେ ଚଳିତ ବର୍ଷ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ଚଳିତ ମାସ ୮ ଓ ୯ ତାରିଖରେ ମୁମ୍ବାଇସ୍ଥିତ ନେହେରୁ ବିଜ୍ଞାନ କେନ୍ଦ୍ରଠାରେ ଅନୁଷ୍ଠିତ ଏହି ବିଜ୍ଞାନ ସମ୍ମିଳନୀର ଚଳିତ ବର୍ଷର ବିଷୟବସ୍ତୁ ଥିଲା ‘ଜଳ ସହଯୋଗ-ସମସ୍ୟା ଓ ଆହ୍ବାନ’ ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କରୁ ଶ୍ରେଷ୍ଠ ବିବେଚିତ ହୋଇଥିବା ମୋଟ ୩୪ଜଣ ପ୍ରତିନିଧିଙ୍କ ମଧ୍ୟରେ ଅଲିଭା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଜାତିସଂଘ ଆନୁକୂଲ୍ୟରେ ନେସନାଲ୍ କାଉନସିଲ୍ ଅଫ୍ ସାଇନ୍ସ ମ୍ୟୁଜିୟମ୍ ଏବଂ ବିଜ୍ଞାନ ଓ କାରିଗରୀ ମନ୍ତ୍ରଣାଳୟ ଦ୍ବାରା ଅନୁଷ୍ଠିତ ଏହି ସମ୍ମିଳନୀ ପାଇଁ ସାରା ଦେଶରେ ବିଭିନ୍ନ ପର୍ଯ୍ୟାୟରେ ହୋଇଥିବା ପ୍ରତିଯୋଗିତାରେ ୩୦ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ରାଉରକେଲାରୁ ବ୍ଲକ୍ ଓ ଜିଲ୍ଲାସ୍ତରରେ ଶ୍ରେଷ୍ଠ ବିବେଚିତ ହୋଇ ଅଲିଭା ଏହି ଜାତୀୟ ବିଜ୍ଞାନ ସମ୍ମିଳନୀରେ ଓଡ଼ିଶାର ପ୍ରତିନିଧିତ୍ବ କରିଥିଲେ
ମୁମ୍ବାଇର ନେହେରୁ ବିଜ୍ଞାନ କେନ୍ଦ୍ରରେ ଅନୁଷ୍ଠିତ ଏକ ସମାରୋହରେ ମହାରାଷ୍ଟ୍ର ରାଜ୍ୟପାଳ କେ.ଶଙ୍କର ନାରାୟଣନ ଅଲିଭାଙ୍କୁ ବିଜେତା ଟ୍ରଫି ଓ ପ୍ରମାଣପତ୍ର ସହ ଛାତ୍ରବୃତ୍ତି ପ୍ରଦାନ କରିଥିଲେ ଜାତିସଂଘଦ୍ବାରା ଆୟୋଜିତ ଉପଯୁକ୍ତ ମଞ୍ଚରେ ଭାରତର ପ୍ରତିନିଧିତ୍ବ କରିବାପାଇଁ ଅଲିଭାଙ୍କୁ ଆମନ୍ତ୍ରଣ କରାଯିବ ବୋଲି ଏହି ଅବସରରେ ସୂଚନା ଦିଆଯାଇଥିଲା ନିଜର ଏହି ସଫଳତା ପାଇଁ ଅଲିଭା ନିଜ ପିତାମାତାଙ୍କର ପ୍ରଚେଷ୍ଟା, ପ୍ରୋତ୍ସାହନ ଓ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ଆଶୀର୍ବାଦକୁ ଶ୍ରେୟ ଦେଇଛନ୍ତି ଅଲିଭାଙ୍କ ପିତା ସତ୍ୟବ୍ରତ ଏକ ଘରୋଇ କମ୍ପାନୀରେ ବରିଷ୍ଠ ଅଧିକାରୀଭାବେ କାର୍ଯ୍ୟରତ ଥିଲାବେଳେ ମାତା ନିବେଦିତା ଅଲିଭା ପଢ଼ୁଥିବା ଚିନ୍ମୟ ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀଭାବେ କାର୍ଯ୍ୟରତ ପିଲାଟି ଦିନରୁ ଅଲିଭା ବିଭିନ୍ନ ବକ୍ତୃତା ସହିତ ବିଜ୍ଞାନ ସମ୍ପର୍କୀତ ବିଭିନ୍ନ କାର୍ଯ୍ୟକ୍ରମ ଆଦିରେ ଭାଗନେଇ ଅନେକ ପୁରସ୍କାର ଓ ସମ୍ମାନ ହାସଲ କରିଛନ୍ତି ସେହିପରି ଅଲିଭା ଓଡ଼ିଶୀ ନୃତ୍ୟରେ ମଧ୍ୟ ପାରଙ୍ଗମ ଥିବା ସହିତ ଗୀତାଶ୍ଳୋକ ଆବୃତିରେ ଉତ୍କର୍ଷ ପୁରସ୍କାର ହାସଲ କରିଛନ୍ତି
itz a gr8 joy 4 rkl..
thnx.