Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
June 2019
M T W T F S S
     
 12
3456789
10111213141516
17181920212223
24252627282930

କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ

Date : September 15th, 2011
Share : | More

ରାଉରକେଲା : ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ରାଉରକେଲା କେନ୍ଦ୍ରୀୟ ପୂଜା କମିଟି(ସିପିସି) ପକ୍ଷରୁ ବିଗତ ବର୍ଷର ଦୁର୍ଗାପୂଜା, କାଳିପୂଜା ଏବଂ ଲକ୍ଷ୍ମୀପୂଜାରେ ନିର୍ମିତ ମୃଣ୍ମୟୀ ମୂର୍ତ୍ତି ଏବଂ ଆକର୍ଷଣୀୟ ତୋରଣ ପାଇଁ ପୁରସ୍କାର ବିତରଣ ଉତ୍ସବ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି୤ ଏହି ୩୩ତମ ସିପିସି ପୁରସ୍କାର ବିତରଣୀ ଉତ୍ସବରେ ହିନ୍ଦୀ ଚଳଚ୍ଚିତ୍ରର ବିଗତ ଦିନର ଲୋକପ୍ରିୟ ଅଭିନେତା ଶତ୍ରୁଘନ ଶିହ୍ନା ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ୤ ସେ ତାଙ୍କ ବକ୍ତବ୍ୟରେ ଇସ୍ପାତ ସହରର ରାଉରକେଲାର ପ୍ରଶଂସା କରିବା ସହ ନିଜ ରାଜ୍ୟ ବିହାର ଏବଂ ଓଡ଼ିଶା ମଧ୍ୟରେ ଭାବଗତ ସମ୍ପର୍କ ରହିଛି ବୋଲି କହିଥିଲେ୤ ସେ ନିଜର ଉଦାହରଣ ଦେଇ କିପରି ଜଣେ ଅଜ୍ଞାତ ବ୍ୟକ୍ତିରୁ ନିଜର ପରିଶ୍ରମ ଏବଂ ପ୍ରଚେଷ୍ଟା ଫଳରେ କିପରି ପ୍ରତିଷ୍ଠିତ ହୋଇ ପାରିଛନ୍ତି ସେ ବାବଦରେ କହିବା ସହିତ ଅନ୍ୟମାନେ ସେହିଭଳି କରିବା ପାଇଁ ଆହ୍ବାନ ଦେଇଥିଲେ୤

ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁ ଲୋକପ୍ରିୟ ଅଭିନେତା ଯଥା : ପିଣ୍ଟୁ ନନ୍ଦ ଓ ବିଭୁ କିଶୋର ଏବଂ ଅଭିନେତ୍ରୀ ଯଥା: କାଜଲ ମିଶ୍ର, ଦେବଜାନୀ ଯୋଗ ଦେଇଥିଲାବେଳେ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବେ ଗୁନ୍‌ଗୁନ୍‌ ଯୋଗଦେଇଥିଲେ୤ ଏହି ଅବସରରେ ୨୦୧୦ ବର୍ଷରେ ଇସ୍ପାତ ସହରରେ ଅନୁଷ୍ଠିତ ଦୁର୍ଗାପୂଜା, କାଳିପୂଜା ଏବଂ ଲକ୍ଷ୍ମୀପୂଜାରେ ନିର୍ମିତ ମୃଣ୍ମୟୀ ମୂର୍ତ୍ତି ଏବଂ ଆକର୍ଷଣୀୟ ତୋରଣ ପାଇଁ ବିଭିନ୍ନ ପୂଜା କମିଟିକୁ ପୁରସ୍କୃତ କରାଯାଇଥିଲା୤ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିପିସିର ସଭାପତି ତଥା ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ପାଠୀ, ଅଧ୍ୟକ୍ଷ ତଥା ଏସ୍‌ପି ହିମାଂଶୁ ଲାଲ୍‌, ଆର୍‌ଡିଏ ଅଧ୍ୟକ୍ଷ ଦୟାନିଧି କିସାନ, ପୌରାଧ୍ୟକ୍ଷା ରଶ୍ମିବାଳା ମିଶ୍ର, ରଘୁନାଥ ପାଲ୍ଲୀ ବିଧାୟକ ସୁବ୍ରତ ତରାଇ, ସିପିସିର ସମ୍ପାଦକ ଚୌଧୁରୀ ବିଜୟ ପଟ୍ଟନାୟକ ଏବଂ ଅନ୍ୟ ସଦସ୍ୟଗଣ ଉପସ୍ଥିତ ଥିଲେ୤ ସ୍ଥାନୀୟ ସେକ୍ଟର-୨ ପୂଜା ପଡ଼ିଆରେ ଆୟୋଜିତ ଏହି ଉତ୍ସବରେ ସୁରସାଗର ସଂସ୍ଥା ପକ୍ଷରୁ ପରିବେଶିତ ରଙ୍ଗାରଙ୍ଗ ନୃତ୍ୟଗୀତକୁ ରାଉରକେଲାବାସୀ ବେଶ୍‌ ଉପଭୋଗ କରିଥିଲେ୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg