Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
March 2019
M T W T F S S
     
 123
45678910
11121314151617
18192021222324
25262728293031

ରାଜ୍ୟସ୍ତରୀୟ ମହିଳା ହକି ପ୍ରତିଯୋଗିତା : ପ୍ରଥମ ସେମିରେ ରାଉରକେଲାକୁ ହରାଇ କଟକ ବିଜୟୀ

Date : April 22nd, 2014
Share : | More

ରାଉରକେଲା: ସ୍ଥାନୀୟ ପାନପୋଷ କ୍ରୀଡ଼ା ଛାତ୍ରାବାସ ସ୍ଥିତ ଆଷ୍ଟ୍ରୋଟର୍ଫ ପଡ଼ିଆରେ ହକି ଓଡ଼ିଶା ଓ ସୁନ୍ଦରଗଡ଼ ଜିଲ୍ଲା ହକି ସଂଘ ଆନୁକୂଲ୍ୟରେ ତୃତୀୟ ରାଜ୍ୟସ୍ତରୀୟ ମହିଳା ହକି ପ୍ରତିଯୋଗିତାର ଆଜି ଥିଲା ଦ୍ବିତୀୟ ଦିନ୤ ଗତକାଲି ଅନୁଷ୍ଠିତ ଦ୍ବିତୀୟ ଖେଳରେ ଗଞ୍ଜାମ ଦଳ ସମ୍ବଲପୁର ଦଳକୁ ୭-୦ ଗୋଲ୍‌ ବ୍ୟବଧାନରେ ହରାଇ ବିଜୟୀ ହେବା ସହ ସେମିରେ ପହଞ୍ଚିଥିଲା୤ ସେହିପରି ପ୍ରତିଯୋଗିତାର ଆଜି ଅନୁଷ୍ଠିତ ତୃତୀୟ ଖେଳ ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲାବେଳେ ୪ର୍ଥ ଖେଳ କଟକ ଓ ଢେଙ୍କାନାଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା୤ ଏଥିରେ ସୁନ୍ଦରଗଡ଼ ଦଳ ୧୦-୦ର ଏକ ବଡ଼ଧରଣର ଗୋଲ୍‌ ବ୍ୟବଧାନରେ ଦେବଗଡ଼କୁ ହରାଇ ସେମିଫାଇନାଲ୍‌କୁ ଉନ୍ନୀତ ହୋଇଥିଲା୤ ଆଜିର ଶେଷ ଲିଗ୍‌ ମ୍ୟାଚ୍‌ରେ କଟକ ଦଳ ଢେଙ୍କାନାଳକୁ ୮-୦ର ବଡ଼ ବ୍ୟବଧାନରେ ହରାଇ ବିଜୟୀ ହେବା ସହ ସେମିଫାଇନାଲ୍‌ରେ ପହଞ୍ଚିଥିଲା୤

ସେହିପରି ଆଜି ଅନୁଷ୍ଠିତ ପ୍ରଥମ ସେମିଫାଇନାଲ୍‌ରେ କଟକ ଦଳ ରାଉରକେଲାକୁ ୨-୦ରେ ହରାଇ ଫାଇନାଲ୍‌ରେ ପହଞ୍ଚିଛି୤ ଏଥିରେ ଅସୀମ କାଞ୍ଚନ ବାର୍ଲା ପ୍ରଥମାର୍ଦ୍ଧର ୭ ଓ ୧୫ ମିନିଟ୍‌ରେ ଗୋଟିଏ ଲେଖାଏ ଗୋଲ୍‌ ଦେଇଥିଲେ୤ ଆସନ୍ତାକାଲି ପ୍ରତିଯୋଗିତାର ଦ୍ବିତୀୟ ତଥା ଶେଷ ସେମିଫାଇନାଲ୍‌ରେ ସୁନ୍ଦରଗଡ଼ ଓ ଗଞ୍ଜାମ ଦଳ ମଧ୍ୟରେ ହେବାକୁ ଥିବା ଖେଳରେ ବିଜୟୀ ଦଳ କଟକ ସହିତ ଫାଇନାଲ୍‌ ଖେଳିବ ବୋଲି ସୂଚନା ମିଳିଛି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg