Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ଇସ୍ପାତ ସହରରେ ସାହିତ୍ୟ, ସଙ୍ଗୀତ ଓ କଳାର ସମାହାରରେ ମେଘ ଉତ୍ସବ ଉଦ୍‌ଘାଟିତ

Date : August 25th, 2015
Share : | More

ରାଉରକେଲା: ସ୍ଥାନୀୟ ସିଭିକ୍‌ ସେଣ୍ଟର୍‌ଠାରେ ଗତକାଲି ସନ୍ଧ୍ୟାରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଦ୍ୱାରା ‘ମେଘ ଉତ୍ସବ’ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସାହିତ୍ୟ ଏକାଡେମୀ, ସଙ୍ଗୀତ ନାଟକ ଏକାଡେମୀ ଓ ଲଳିତ ଏକାଡେମୀ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ତିନିଦିନିଆ ଉତ୍ସବକୁ ଉଦ୍‌ଘାଟନ କରି ଓଡ଼ିଶାର କଳା ଓ ସଂସ୍କୃତିର ମହାନତା ଓ ପ୍ରାଚୀନତାକୁ ନେଇ ଆମେ ଗର୍ବିତ ବୋଲି ମନ୍ତ୍ରୀ କହିଥିଲେ। ରାଜ୍ୟର କଳା ଓ ସଂସ୍କୃତି କ୍ଷେତ୍ରରୁ ଦୁରେଇ ଯାଉଥିବା ଯୁବପିଢ଼ିଙ୍କୁ ସଂସ୍କୃତି ସହିତ ଯୋଡ଼ିବା ହେଉଛି ମେଘ ଉତ୍ସବ ପରିକଳ୍ପନା ପଛର ଉଦ୍ଦେଶ୍ୟ। ରାଉରକେଲାର ଆଖପାଖ ଅଞ୍ଚଳ ସମେତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ସୂଚନା ଦେଇଥିଲେ। ଏହି ଅବସରରେ ଆୟୋଜିତ ଏକ ଚିତ୍ରକଳା ପ୍ରଦର୍ଶନୀଙ୍କୁ ମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ପରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ସମେତ ଚୈତି ଘୋଡ଼ା ନାଚ ଆଦି ପ୍ରଦର୍ଶନ ବେଶ୍‌ ଚିତ୍ତାକର୍ଷକ ହୋଇଥିଲା।

ଏହି କ୍ରମରେ ଆଜି ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଦୁଇଦିନିଆ ସାହିତ୍ୟ ଆଲୋଚନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାର ଉଦ୍‌ଘାଟନୀ ଉତ୍ସବରେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଲିଭ୍‌ନୁସ୍‌ କିଣ୍ଡୋ ମୁଖ୍ୟ ଅତିଥିଭାବେ ଯୋଗଦେଇ, ସାହିତ୍ୟ ହେଉଛି ସାଧାରଣ ହିତର ଚିନ୍ତାଧାରାର ପରିପ୍ରକାଶ ବୋଲି କହିଥିଲେ। ସେହିପରି ସମ୍ୟକ୍‌ କୃତି ହେଉଛି ସଂସ୍କୃତି। ସମ୍ପ୍ରତି କିଛି ସାହିତ୍ୟିକ ସାଧାରଣ ଲୋକଙ୍କ ହିତ ବଦଳରେ ଅନେକ ସମୟରେ ନିଜ ହିତ ପାଇଁ କାର୍ଯ୍ୟ କରୁଥିବାରୁ ସାହିତ୍ୟ ଲୋକାଭିମୁଖୀ ହୋଇପାରୁନାହିଁ। ଅନ୍ୟପକ୍ଷରେ ସଂସ୍କୃତି ଏବେ ମନୋରଞ୍ଜନକୁ ବୁଝାଉଛି, ଫଳରେ ସଂସ୍କୃତି ଅବକ୍ଷୟମୁଖୀ ହେଉଛି ବୋଲି ସେ କହିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଗାଳ୍ପିକ ଭୂପେନ୍‌ ମହାପାତ୍ର, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଅଶ୍ବିନୀ ମିଶ୍ର, ସଙ୍ଗୀତ ନାଟକ ଏକାଡେମୀର ସଚିବ ଧିରେନ୍ଦ୍ରନାଥ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ସାହିତ୍ୟ ଏକାଡେମୀର ଉପସଭାପତି ତଥା ଲେଖିକା ଗାୟତ୍ରୀ ସରାଫ୍‌ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଇସ୍ପାତ ସହରର ବହୁ ସାହିତ୍ୟିକ ଯୋଗଦେଇଥିଲେ। ପରେ ପ୍ରାଚୀନ ଓ ସାମ୍ପ୍ରତିକ କବିତାରେ ବର୍ଷା ଶୀର୍ଷକ ଆଲୋଚନା ସହିତ ପ୍ରାଚୀନ ରଚନାରୁ ବର୍ଷା ବନ୍ଦନା ଉପରେ ବିଶେଷ ଆଲୋଚନା ଅନୁଷ୍ଠିତ ହୋଇଥିଲା। ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଉତ୍ସବରେ ସାହିତ୍ୟ ଆଲୋଚନା ସହିତ, ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକ ସଙ୍ଗୀତ ଓ ଚିତ୍ରକଳା ପ୍ରଦର୍ଶନ ହେବ।

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg