Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2018
M T W T F S S
« Jul    
 1234
567891011
12131415161718
19202122232425
2627282930  

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ଓ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପ

Date : February 24th, 2016
Share : | More

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କର ରାଉରକେଲା ଗସ୍ତ ସମୟରେ ମୋଟ ୫ଟି ନିର୍ମାଣ ଶେଷ ହୋଇଥିବା ପ୍ରକଳ୍ପର ଲୋକାର୍ପଣ କରିବା ସହିତ ୧୨ଟି ନୂତନ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି। ଏହି ସମସ୍ତ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟ ଝିରପାଣିଠାରେ ହୋଇଥିବା କୋଏଲ ସେତୁ ଲୋକାର୍ପଣ ସହିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ପ୍ରଥମେ ଝିରପାଣିଠାରେ କୋଏଲ ନଦୀ ଉପରେ ନିର୍ମିତ ସେତୁର ଲୋକାର୍ପଣ କରିଥିଲେ। ୧୨କୋଟି ୬୦ ଲକ୍ଷଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁ ଦ୍ୱାରା ରାଉରକେଲା ସହିତ ନୁଆଗାଁ, ବିଶ୍ରା ଓ କୁଆଁରମୁଣ୍ଡା ବ୍ଲକ୍‌ର ବିଭିନ୍ନ ଅଞ୍ଚଳର ସଂଯୋଗ ହେବା ସହିତ ଯୋଗାଯୋଗ ବ୍ୟବସ୍ଥା ଉନ୍ନତ ହୋଇପାରିବ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨କୋଟି ୧୧ ଲକ୍ଷ ଟଙ୍କା ବ୍ୟୟରେ ରାଉରକେଲା ସରକାରୀ ପଲିଟେକ୍‌ନିକ୍‌ର ନୂତନ ପାଠ୍ୟଗୃହ ସୌଧ, ୨କୋଟି ୯୬ ଲକ୍ଷ ଟଙ୍କା ବ୍ୟୟରେ ଉତ୍କଳମଣି ହୋମିଓପାଥିକ୍‌ ହସ୍ପିଟାଲ୍‌ ଓ ମେଡିକାଲ୍‌ କଲେଜ୍‌ର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ, ୯୯ଲକ୍ଷ ଟଙ୍କା ବ୍ୟୟରେ ପାନପୋଷ କ୍ରୀଡ଼ା ଛାତ୍ରାବାସର ନୂତନ ବ୍ୟାୟାମଶାଳା ଓ ଭୋଜନ ଗୃହ, ଏବଂ ୬.୪୮ କୋଟି ଟଙ୍କା ବ୍ୟୟରେ ଜଲ୍‌ଦାଠାରେ ନିର୍ମିତ ୩୩/୧୧ କେଭି ବିଦ୍ୟୁତ ସବ୍‌ଷ୍ଟେସନ ଲୋକାର୍ପିତ ହୋଇଥିଲା। ଏହା ବ୍ୟତୀତ ଏସ୍‌ଟିଆଇ ଛକ ଓ ଆଇଟିଆଇ ଛକଠାରେ ଯଥାକ୍ରମେ ୪୦କୋଟି ୬୨ଲକ୍ଷ ଓ ୪୩କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ରେଳବାଇ ଓଭର ବ୍ରିଜ୍‌ ନିର୍ମାଣ, ପାନପୋଷ ହକି ଛକ ନିକଟରେ ୩କୋଟି ୬୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବିଜୁ ପଟ୍ଟନାୟକ ଇଣ୍ଡୋର୍‌ କ୍ରୀଡ଼ା ସ୍ଥଳୀ ସହିତ ୩କୋଟି ୯୪ ଲକ୍ଷ ଟଙ୍କା ବ୍ୟୟରେ ରାଉରକେଲା ସହରର ବନ୍ଧମୁଣ୍ଡା, ପାନପୋଷ, ଛେଣ୍ଡ, ବାସନ୍ତୀ କଲୋନୀ ଓ ମହତାବ୍‌ ରୋଡ୍‌ରେ ନିର୍ମାଣ ହେବାକୁ ଥିବା ୫ଟି ପୌରାଞ୍ଚଳ ଜନସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ହମିରପୁର, ସେକ୍ଟର -୬, ତିଲକା ନଗର ଓ ସେକ୍ଟର-୨୨ଠାରେ ୩କୋଟି ୧୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୪ଟିପ୍ରାଥମିକ ଜନସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ପାଇଁ ଶିଳାନ୍ୟାସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା।

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg