Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2018
M T W T F S S
« Jul    
 1234
567891011
12131415161718
19202122232425
2627282930  

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତ : ଏକାଧିକ କାର୍ଯ୍ୟକ୍ରମରେ ଯୋଗଦାନ

Date : February 24th, 2016
Share : | More

ରାଉରକେଲା: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ରାଉରକେଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିଯାଇଛନ୍ତି। ସ୍ଥାନୀୟ ବିର୍ସା ମଇଦାନଠାରେ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳନ ଉପଲକ୍ଷେ ଆୟୋଜିତ ସମାରୋହରେ ଯୋଗଦେଇ ନିର୍ମାଣ ଶ୍ରମିକମାନଙ୍କର କଲ୍ୟାଣ ପାଇଁ ତାଙ୍କ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି କହିଥିଲେ। କାରଣ ନିର୍ମାଣ ଶ୍ରମିକ ହେଉଛନ୍ତି ଦେଶର ବିକାଶର ଆଧାର। ସେମାନଙ୍କ ପାଇଁ ୫୦ହଜାର ବାସଗୃହ ନିର୍ମାଣ କରାଯିବା ନିମନ୍ତେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସେହିଭଳି କେନ୍ଦୁପତ୍ର ତୋଳାଳିମାନଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁଁ ୮ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀ ଉପକୃତ ହେବେ। ଏହିଭଳି କାର୍ଯ୍ୟକ୍ରମ ସମଗ୍ର ଦେଶରେ ପ୍ରଥମ କରି ଓଡ଼ିଶାରେ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଖୁବ୍‌ଶୀଘ୍ର ଇସ୍ପାତ ନଗରୀ ରାଉରକେଲାରେ ଭୂତଳ ଜଳ ପରିମଳ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ୪୦୦ କୋଟି ଟଙ୍କା ବ୍ୟୟ ବରାଦ ରଖାଯାଇଛି। ସେହିପରି ସହରର ମଧୁସୁଦନପାଲ୍ଲୀ ଓ ଆଖପାଖ ଅଞ୍ଚଳରେ ଗରିବ ଲୋକଙ୍କ ପାଇଁ ବାସଗୃହ ଯୋଜନା ଆରମ୍ଭ ହେବ। ଏଥିନିମନ୍ତେ ୨୬୦କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି। ତାଙ୍କ ସରକାର ଗାଁରୁ ସହର ପର୍ଯ୍ୟନ୍ତ ରହୁଥିବା ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକଙ୍କ ବାସଗୃହ ନିର୍ମାଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ଅନ୍ୟତମ ଅତିଥିଭାବେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶ୍ରମିକମାନଙ୍କ ପାଇଁ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ କରାଯାଉଛି ବୋଲି କହିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ଜିଲ୍ଲାରେ ଆରମ୍ଭ ହୋଇଥିବା ଖଣିଖାଦାନ ଅଞ୍ଚଳପାଇଁ ସ୍ୱତନ୍ତ୍ର ଉନ୍ନୟନ ଯୋଜନାରେ ସ୍ଥାନୀୟ ଅଞ୍ଚଳର ଲୋକ ପ୍ରତିନିଧିମାନଙ୍କୁ ସାମିଲ୍ କରିବା ପାଇଁ ଶ୍ରୀ ଓରାମ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ରାଉରକେଲା ମହାନଗର ନିଗମରେ ସାମିଲ ନହେବାକୁ ଚାହୁଁଥିବା ଅଞ୍ଚଳଗୁଡ଼ିକୁ ବାଦ ଦେଇ ମହାନଗର ନିଗମରେ ସାମିଲ ହେବାକୁ ଚାହୁଁଥିବା ଅଞ୍ଚଳଗୁଡ଼ିକୁ ସାମିଲ କରିବା ପାଇଁ ସେ କହିଥିଲେ । ଏହା ସହିତ ସମ୍ପ୍ରତି ସୁନ୍ଦରଗଡ଼ ଜିଲ୍ଲାରେ ଦେଖାଦେଇଥିବା ବିସ୍ଥାପିତମାନଙ୍କ ସମସ୍ୟାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତଭାବେ ସମାଧାନ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ରାଜ୍ୟ ଶ୍ରମମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସାଂସଦ ଦିଲ୍ଲୀପ ତିର୍କୀ, ବିଧାୟକ ମଙ୍ଗଳା କିସାନ ଓ ସୁବ୍ରତ ତରାଇ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ଆନ୍ତର୍ଜାତୀୟ ଶ୍ରମିକ ସଙ୍ଗଠନର ଭାରତ ପ୍ରତିନିଧି ରଞ୍ଜିତ ପ୍ରକାଶ , ରାଜ୍ୟ କୋଠାବାଡ଼ି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁଭାଷ ସିଂହ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ରାଜ୍ୟ ଶ୍ରମ ବିଭାଗର ବରିଷ୍ଠ ଅଧିକାରୀ ରୂପା ମିଶ୍ର ନିର୍ମାଣ ଶ୍ରମିକମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୨୯ହଜାର ୨୨୩ଜଣ ନିର୍ମାଣ ଶ୍ରମିକମାନଙ୍କୁ ମୁଖ୍ୟମନ୍ତ୍ରୀ ବିଜୁ ପକ୍କା ଘର ନିର୍ମାଣ କାର୍ଯ୍ୟାଦେଶ ସହିତ ବିଭିନ୍ନ ସହାୟତା ବାବଦରେ ୮କୋଟି ୨୫ଲକ୍ଷଟଙ୍କାର ସହାୟତା ରାଶି ପ୍ରଦାନ କରିବା ସହିତ ସୁନ୍ଦରଗଡ଼ ଜିଲ୍ଲାର ୪୧୯୯୦ ଜଣ କେନ୍ଦୁପତ୍ର ତୋଳାଳିମାନଙ୍କୁ ୨୦୧୫ ବର୍ଷ ପାଇଁ ବର୍ଦ୍ଧିତ ହାରରେ ୧କୋଟି ୯୦ଲକ୍ଷ ୫ହଜାର ଟଙ୍କାର ବୋନସ୍‌ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନୂତନଭାବେ ଆରମ୍ଭ ହୋଇଥିବା ଇ-କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଝିରପାଣିଠାରେ ନିର୍ମାଣ ହୋଇଥିବା କୋଏଲ ସେତୁ ସମେତ ସେହିଠାରେ ଏକାସାଙ୍ଗରେ ୫ଟି ପ୍ରକଳ୍ପକୁ ଲୋକାର୍ପଣ ଏବଂ ୧୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଶିଳାନ୍ୟାସ ହୋଇଥିବା ଏହି ୧୨ଟି ପ୍ରକଳ୍ପ ନିର୍ମାଣ ପାଇଁ ୧୦୦କୋଟିରୁ ଊର୍ଦ୍ଧ୍ୱ ବ୍ୟୟବରାଦ ହୋଇଛି। ଏହିସବୁ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ମଧ୍ୟ ଉପସ୍ଥିତ ଥିଲେ।

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg