Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
June 2019
M T W T F S S
     
 12
3456789
10111213141516
17181920212223
24252627282930

ରାଜ୍ୟସ୍ତରୀୟ ନେହେରୁ କପ୍‌ ହକି ପ୍ରତିଯୋଗିତା ଉଦ୍‌ଯାପିତ:ସବୁ ବିଭାଗରେ ବିର୍ସାମୁଣ୍ଡା ବିଦ୍ୟାପୀଠ ଦଳ ବିଜୟୀ

Date : October 1st, 2013
Share : | More

ରାଉରକେଲା: ଚଳିତ ମାସ ଖେଳାଯିବାକୁ ଥିବା ଜାତୀୟ ସ୍ତରର ନେହେରୁ କପ୍‌ ହକି ପ୍ରତିଯୋଗିତା ପାଇଁ ଖେଳାଳି ଚୟନ ନିମନ୍ତେ ଗତ ୨୮ ତାରିଖରୁ ଆଜି ପର୍ଯ୍ୟନ୍ତ ସ୍ଥାନୀୟ ପାନପୋଷ କ୍ରୀଡ଼ା ଛାତ୍ରାବାସ ପରିସରରେ ୩ଟି ବର୍ଗର ଖେଳ ଅନୁଷ୍ଠିତ ହୋଇଥିଲା୤ ଏଥିରେ ୧୭ ବର୍ଷରୁ କମ୍‌ ବାଳିକା ବିଭାଗରେ ରାଉରକେଲାର ବିର୍ସାମୁଣ୍ଡା ବିଦ୍ୟାପୀଠ ଦଳ ଭୁବନେଶ୍ବରର କିସ୍‌ ଦଳକୁ ୧୧-୦ରେ ପରାସ୍ତ କରି ଜାତୀୟସ୍ତରର ପ୍ରତିଯୋଗିତା ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛି୤ ଏହି ପ୍ରତିଯୋଗିତାରେ ମୋଟ ୫ଟି ଦଳ ଭାଗ ନେଇଥିଲେ୤ ସେହିପରି ୧୭ବର୍ଷରୁ କମ୍‌ ବାଳକ ବିଭାଗରେ ବିର୍ସାମୁଣ୍ଡା ବିଦ୍ୟାପୀଠ ଦଳ ସୁନ୍ଦରଗଡ଼ ଟାଉନ୍‌ ହାଇସ୍କୁଲ୍‌କୁ ୨-୧ ଗୋଲ୍‌ରେ ହରାଇ ବିଜୟୀ ହେବା ସହ ଜାତୀୟସ୍ତରର ପ୍ରତିଯୋଗିତାରେ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛି୤ ଏହି ବିଭାଗରେ ମୋଟ ୬ଟି ଦଳ ଭାଗ ନେଇଥିଲେ୤

ଅନ୍ୟପକ୍ଷରେ ୧୫ ବର୍ଷରୁ କମ ବାଳକ ବିଭାଗ ପାଇଁ ହୋଇଥିବା ପ୍ରତିଯୋଗିତାରେ ବିର୍ସାମୁଣ୍ଡା ବିଦ୍ୟାପୀଠ ଦଳ ସୁନ୍ଦରଗଡ଼ ଟାଉନ୍‌ ହାଇସ୍କୁଲ୍‌ ଦଳକୁ ଟାଇବ୍ରେକର୍‌ ମାଧ୍ୟମରେ ୫-୩ ଗୋଲ୍‌ରେ ହରାଇ ବିଜୟୀ ହେବା ସହ ଜାତୀୟସ୍ତରର ନେହେରୁ କପ୍‌ ପ୍ରତିଯୋଗିତାରେ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛି୤ ଏହି ବିଭାଗରେ ମୋଟ ୯ଟି ଦଳ ଭାଗ ନେଇଥିଲେ୤

୨୮ ତାରିଖରୁ ଆରମ୍ଭ ହୋଇଥିବା ଉକ୍ତ ପ୍ରତିଯୋଗିତା ୩୦ ତାରିଖରେ ସମ୍ପନ୍ନ ହେବାକୁ ଥିଲାବେଳେ କେତେକ ସମସ୍ୟାଯୋଗୁଁ ୧ ତାରିଖରେ ସମ୍ପନ୍ନ ହୋଇଥିଲା୤ ପ୍ରତିଯୋଗିତାର ଉଦ୍‌ଯାପନୀ ଅବସରରେ ଆୟୋଜିତ ଉତ୍ସବରେ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଆନ୍ତର୍ଜାତୀୟ ହକି ଖେଳାଳି ପଦ୍ମଶ୍ରୀ ଦିଲ୍ଲୀପ୍‌ ତିର୍କୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ଦଳଗୁଡ଼ିକୁ ପୁରସ୍କୃତ କରିଥିଲେ୤

ସୂଚନାଯୋଗ୍ୟ ଯେ, ଜାତୀୟ ସ୍ତରରେ ଅନୁଷ୍ଠିତ ନେହେରୁ କପ୍‌ ହକି ପ୍ରତିଯୋଗିତାରେ ଏକାଧିକ ଥର ସ୍ଥାନୀୟ ବିର୍ସାମୁଣ୍ଡା ବିଦ୍ୟାପୀଠ ଦଳ ଚମ୍ପିଆନ୍‌ ହୋଇଆସୁଛି୤ ଏହି ଦଳରେ ଥିବା ଅଧିକାଂଶ ଖେଳାଳି ପାନପୋଷ କ୍ରୀଡ଼ା ଛାତ୍ରାବାସରେ ପ୍ରଶିକ୍ଷଣ ନେଇଥାନ୍ତି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg