Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
October 2021
M T W T F S S
     
 123
45678910
11121314151617
18192021222324
25262728293031

ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନର ତ୍ରୟୋଦଶ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ

Date : January 16th, 2016
Share : | More

ରାଉରକେଲା: ଏଠାରେ ଥିବା ରାଜ୍ୟର ଏକମାତ୍ର ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନଆଇଟି)ର ତ୍ରୟୋଦଶ ସମାବର୍ତ୍ତନ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥିଭାବେ ଦେଶ ଓ ବିଦେଶରେ ପ୍ରତିଷ୍ଠା ଲାଭ କରିଥିବା ତଥା କରଣ ଗ୍ରୋଭର ଓ ଆସୋସିଏଟ୍‌ସର ପ୍ରତିଷ୍ଠାତା ବିଶିଷ୍ଟ ସ୍ଥପତି କରଣ ଗ୍ରୋଭର ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ସମଗ୍ର ବିଶ୍ୱକୁ ପରିବର୍ତ୍ତନ କରିଦେବାର ଶକ୍ତି ତୁମମାନଙ୍କର ରହିଛି, ସବୁବେଳେ ବଡ଼ ସ୍ୱପ୍ନ ଦେଖ, ସ୍ୱପ୍ନକୁ ସତ କରିବାପାଇଁ ସମସ୍ତ ଉଦ୍ୟମ ଓ ଚେଷ୍ଟା କରିଚାଲ , ସଫଳତା ନିଶ୍ଚୟ ପାଇବ ବୋଲି କହିଥିଲେ। ସେ ନିଜ ସଫଳତାର ଉଦାହରଣ ଦେଇ ତାଙ୍କ ଉଦ୍ୟମରେ ଦୁଇହଜାର ବର୍ଷ ପୂର୍ବରୁ ଗୁଜରାଟର ଧ୍ୱଂସ ପାଇଯାଇଥିବା ଚମ୍ପାନର-ପାଭାଗଡ଼ ଅଞ୍ଚଳ କିପରି ୟୁନିସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା ପାଇଛି, ସେ ବିଷୟରେ ସୂଚନା ଦେଇଥିଲେ। ଆଜିର ଅଧୁନିକ ଯୁଗରେ ଆମଦେଶର ଅନେକ ସଫଳ ସୃଷ୍ଟି ପଛରେ ଅନେକ ବିଶିଷ୍ଟ ବ୍ୟକ୍ତିମାନେ ଦେଖିଥିବା ସ୍ୱପ୍ନ ଓ ସେମାନଙ୍କର ବଳିଷ୍ଟ ଉଦ୍ୟମ ରହିଛି। ତେଣୁ ତୁମେମାନେ ସର୍ବଦା ବଡ଼ ସ୍ୱପ୍ନ ଦେଖିବା ଏବଂ କୌଣସି ପରିସ୍ଥିତିରେ ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଉଦ୍ୟମ ଓ ଲକ୍ଷ୍ୟ ଧାର୍ଯ୍ୟ କରି ଆଗେଇବା ପାଇଁ ସେ ଆହ୍ୱାନ ଦେଇଥିଲେ। ସେହିପରି ଯଦି ତୁମେ କୌଣସି କାରଣବଶତଃ ବିଫଳ ହେଉଛ, ତେବେ ସେଥିରେ ଧୈର୍ଯ୍ୟହରା ନହୋଇ ବିଫଳତାର କାରଣ ଖୋଜି ତା’ର ସମାଧାନ କରିବା ସହିତ ସମାନ ଭୁଲକୁ ବାରମ୍ବାର ନ ଦୋହରାଇବା ପାଇଁ ଶ୍ରୀ ଗ୍ରୋଭର ଆହ୍ୱାନ ଦେଇଥିଲେ। ନିଜର ଜ୍ଞାନ ଓ ବିଦ୍ୟା ସହାୟତାରେ ସାଧାରଣଲୋକଙ୍କ ପାଇଁ କିଛି ଭଲକାମ କରିବା ସହିତ ତୁମେ ଏହି ସମାଜରୁ ଯାହା ପାଇଛ ତା’ଠାରୁ ସମାଜକୁ ଅଧିକ କିଛି ଦେବା ପାଇଁ ସର୍ବଦା କାର୍ଯ୍ୟ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।

ଏନଆଇଟି ପରିଚାଳନା ପରିଷଦର ଅଧ୍ୟକ୍ଷା ବସନ୍ତ ରାମସ୍ୱାମୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀମାନଙ୍କୁ ସର୍ବଦା ସମାଜର ଦଳିତ ଓ ନିଷ୍ପେସିତ , ଭିନକ୍ଷମ ତଥା ତଳସ୍ତରର ଲୋକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହା ସହିତ ଏନ୍‌ଆଇଟି, ରାଉରକେଲାର ଗୌରବମୟ ଅତୀତକୁ ଦୃଷ୍ଟିରେ ରଖି ଏଠାରୁ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀମାନେ ଅନୁଷ୍ଠାନର ନାମ ଓ ଯଶକୁ ଅଧିକରୁ ଅଧିକ ବିକଶିତ ଓ ପ୍ରସାରିତ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ। ଏନ୍‌ଆଇଇଟିର ନିର୍ଦ୍ଦେଶକ ପ୍ରଫେସର୍‌ ସୁନୀଲ ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଦେଇ ୧୯୬୧ ମସିହାରେ ଆରମ୍ଭ ହୋଇଥିବା ଆଞ୍ଚଳିକ ଯାନ୍ତ୍ରିକ ମହାବିଦ୍ୟାଳୟରୁ ବର୍ତ୍ତମାନର ଏନ୍‌ଆଇଟିରେ ହୋଇଥିବା ଅନେକ ବିକାଶ ଓ ପରିବର୍ତ୍ତନ ବାବଦରେ ବିବରଣୀ ପ୍ରଦାନ କରିଥିଲେ। ବିଶେଷ କରି ଗବେଷଣା ଓ ଉନ୍ନୟନ ଉପରେ ଅଧିକରୁ ଅଧିକ ପ୍ରାଧାନ୍ୟ ଦିଆଯିବା ସହିତ ବର୍ଷକୁ ବର୍ଷ ଅଧିକରୁ ଅଧିକ ବିଦ୍ୟାର୍ଥୀ ଉପାଧ୍ୟୁତ୍ତର ପାଠ୍ୟକ୍ରମରେ ପ୍ରବେଶ କରୁଥିଲାବେଳେ ପିଏଚ୍‌ଡି ଡିଗ୍ରୀରେ ମଧ୍ୟ ଅଧିକରୁ ଅଧିକ ବିଦ୍ୟାର୍ଥୀ ପଞ୍ଜୀକରଣ କରି ଅଧ୍ୟୟନ କରୁଥିବା ବାବଦରେ ସେ ସୂଚନା ଦେଇଥିଲେ।

ଏହି ସମାବର୍ତ୍ତନ ଉତ୍ସବରେ ବି-ଟେକ୍‌ରେ ୫୮୦ଜଣ, ଏମ-ଟେକ୍‌ରେ ୪୫୧ ଜଣ, ବିଟେକ୍‌ ଓ ଏମ ଟେକ୍‌ ଦୈତ ପାଠ୍ୟକ୍ରମରେ ୧୧୯ଜଣ , ଏମ୍‌ ଟେକ୍‌(ରିସର୍ଚ୍ଚ)ରେ ୫୩ଜଣ, ଏମ୍‌ଏସ୍‌ସିରେ ୭୯ଜଣ ଓ ୫ବର୍ଷିଆ ଏମ୍‌ଏସ୍‌ସିରେ ୩୦ଜଣ, ଏମ୍‌ଏରେ ୨୧ଜଣ ଓ ଏମ୍‌ବିଏରେ ୧୭ଜଣଙ୍କ ସମେତ ୮୩ଜଣଙ୍କୁ ପିଏଚ୍‌ଡି ଡିଗ୍ରୀ ପ୍ରଦାନ କରାଯାଇଥିଲା। ଏହା ସହିତ ବିଭିନ୍ନ ବିଭାଗର ପାଠ୍ୟକ୍ରମରେ ସର୍ବଶ୍ରେଷ୍ଠ କୃତିତ୍ୱ ପ୍ରଦର୍ଶନ କରିଥିବା ୮ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ସ୍ୱର୍ଣ୍ଣ ପଦକ ପାଇଥିବା ଛାତ୍ରଛାତ୍ରୀମାନେ ହେଉଛନ୍ତି : ଶ୍ରେଷ୍ଠ ଉପାଧ୍ୟୁତ୍ତର ସମନ୍ନିତ ଏମ୍‌ଏସ୍‌ସି ପାଇଁ ଅଭିନବ ମହାନ୍ତି, ଏମ୍‌ଟେକ୍‌ ଦୈତ ଡିଗ୍ରୀ ଓ ଉପଧ୍ୟୁତ୍ତର ବିଭାଗରେ ଶ୍ରେଷ୍ଠ ପ୍ରକଳ୍ପ ପାଇଁ ଦେବାଶିଷ ନନ୍ଦ, ବିଟେକ୍‌ ଓ ବିଆର୍କରେ ଶ୍ରେଷ୍ଠ ପ୍ରକଳ୍ପ ପାଇଁ ହିମାଂଶୁ ଶେଖର ପ୍ରଧାନ, ଶ୍ରେଷ୍ଠ ଏମ୍‌-ଟେକ୍‌ ଓ ବି-ଟେକ୍‌ ଦୈତ ଡିଗ୍ରୀ ପାଇଁ ପାର୍ଥ ନାରାୟଣ ମିଶ୍ର, ବିଟେକ୍‌ ଓ ବିଆର୍କରେ ଶ୍ରେଷ୍ଠ ଛାତ୍ରଭାବେ ପ୍ରଦୋଷ ପ୍ରିତମ ଦାଶ, ଶ୍ରେଷ୍ଠ ଏମ୍‌ବିଏ ଛାତ୍ରଭାବେ ରୁପା ପାଢୀ, ଏମ୍‌ଏସ୍‌ସି ଓ ଏମ୍‌ଏର ଶ୍ରେଷ୍ଠ ଛାତ୍ରଭାବେ ଶିଳ୍ପା ସ୍ୱାଗତିକା ତ୍ରିପାଠୀ ଓ ଏମ୍‌-ଟେକ୍‌ର ଶ୍ରେଷ୍ଠ ଛାତ୍ରଭାବେ ଶୋଭନ କାନ୍ତି ଧର।

ଏହା ବ୍ୟତୀତ ୨୦୧୫ ବର୍ଷ ପାଇଁ ପ୍ରଖ୍ୟାତ ପୂରାତନ ଛାତ୍ରଭାବେ ରାଉରକେଲା ଇସ୍ପାତ କାରଖାନାର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରୀ ଶଙ୍କର ପ୍ରସାଦ ଓ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ, ସଂଳାପ ଲେଖକ ଏବଂ ଅଭିନେତା ଡ. ଆକାଶ ଖୁରାନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ବର୍ଗରେ ଯୁକ୍ତରାଷ୍ଟ୍ର ଆମେରିକାରେ କାର୍ଯ୍ୟରତ ବରିଷ୍ଠ ପ୍ରାଧ୍ୟାପକ ପ୍ରଫେସର୍‌ ପ୍ରଶାନ୍ତ ମହାପାତ୍ର, କାନାଡ଼ାରେ କାର୍ଯ୍ୟରତ ବରିଷ୍ଠ ପ୍ରାଧ୍ୟାପକ ଡ. ପ୍ରକାଶ ପଟ୍ଟନାୟକ ଏବଂ ନାଲ୍‌କୋର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଅଂଶୁମାନ ଦାସଙ୍କୁ ମଧ୍ୟ ସେମାନଙ୍କ ଅନୁପସ୍ଥିତିରେ ସମ୍ବର୍ଦ୍ଧିତ କରାଯିବା ସହିତ ଏନ୍‌ଆଇଟିର ଉନ୍ନତି ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନର ୧୯୯୦ବର୍ଷର ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରାଯାଇଥିଲା।

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg