Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଙ୍ଗଠନ ପକ୍ଷରୁ ଆଲୋଚନା ଚକ୍ର

Date : August 12th, 2015
Share : | More

* ରାଜ୍ୟର ଯୁବକମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଅଣୁ ଓ କ୍ଷୁଦ୍ର ଶିଳ୍ପ ସଂସ୍ଥାର ଭୂମିକା ଗୁରୁତ୍ୱପୂର୍ଣ୍ଣ – ମନ୍ତ୍ରୀ, ଯୋଗେନ୍ଦ୍ର ବେହେରା *
ରାଉରକେଲା: ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା ସଙ୍ଗଠନ(ଓଏଏସ୍‌ଏମ୍‌ଇ) ପକ୍ଷରୁ ୨୯ତମ ରାଜ୍ୟସ୍ତରୀୟ ବୈଠକ ଓ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସିଭିକ୍‌ ସେଣ୍ଟରଠାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋୟ ବିଭାଗର ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ଯୋଗଦେଇ ରାଜ୍ୟର ଶିଳ୍ପ ବିକାଶରେ ଅଣୁ ଓ କ୍ଷୁଦ୍ର ଶିଳ୍ପ ସଂସ୍ଥାମାନଙ୍କର ଗୁରୁତ୍ୱ ଉପରେ କହିଥିଲେ। ରାଜ୍ୟରେ ଥିବା ବୃହତ୍ତ ଶିଳ୍ପାନୁଷ୍ଠାନଗୁଡ଼ିକ ଅଣୁ ଓ କ୍ଷୁଦ୍ର ଶିଳ୍ପସଂସ୍ଥାମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନ ଦେବା ପାଇଁ ଏହି ଅବସରରେ ସେ ଆହ୍ୱାନ ଦେଇଥିଲେ। ରାଜ୍ୟରେ ଅଧିକରୁ ଅଧିକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ପଦକ୍ଷେପ ନେଉଛନ୍ତି। ଏହା ଫଳରେ ଯୁବ ଶିଳ୍ପୋଦ୍ୟୋଗୀମାନେ ଏଥିରୁ ଅଧିକ ସୁବିଧା ପାଇବା ସହ ସ୍ୱାବଲମ୍ବୀ ହୋଇପାରିବେ। ରାଜ୍ୟର ବିକାଶ କ୍ଷେତ୍ରରେ ଯୁବ ଶକ୍ତିର ସଠିକ ବିନିଯୋଗର ଆବଶ୍ୟକତା ରହିଛି। ଶିଳ୍ପ ପ୍ରତିଷ୍ଠା ସମୟରେ ବ୍ୟଙ୍କଗୁଡ଼ିକ କେତେକ କ୍ଷେତ୍ରରେ ଅସହଯୋଗ କରିବା ଫଳରେ ଶିଳ୍ପୋଦ୍ୟୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ଅଣୁ ଓ କ୍ଷୁଦ୍ରଶିଳ୍ପଗୁଡ଼ିକର ବିକାଶ ଏବଂ ପ୍ରତିଷ୍ଠା ପାଇଁ ରାଜ୍ୟରେ ଥିବା ରାଷ୍ଟ୍ରାୟତ୍ତ ଓ ଅନ୍ୟ ବ୍ୟଙ୍କଗୁଡ଼ିକ ଆବଶ୍ୟକ ଆର୍ଥିକ ସହାୟତା ଓ ଋଣ ବ୍ୟବସ୍ଥାର ସରଳୀକରଣ କରିବାକୁ ମନ୍ତ୍ରୀ ଶ୍ରୀ ବେହେରା ଆହ୍ୱାନ ଦେଇଥିଲେ।

ଏହି ଅବସରରେ ଆୟୋଜକ ଅନୁଷ୍ଠାନ ପକ୍ଷରୁ ୨୦୧୫-୧୬ ବର୍ଷ ପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ଉଦ୍ୟୋଗୀ ଓ ଶିଳ୍ପ ସଂସ୍ଥାମାନଙ୍କୁ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯିବା ସହ ଏକ ସ୍ମରଣିକା ମଧ୍ୟ ଉନ୍ମୋଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆର୍‌ଏସ୍‌ପି ନିର୍ବାହୀ ନିର୍ଦ୍ଦେଶକ ଏମ୍‌. କେ. ଦାଶ, କେନ୍ଦ୍ର ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗର ବରିଷ୍ଠ ଅଧିକାରୀ ପି.କେ. ଗୁପ୍ତା, ଏନ୍‌ଏସ୍‌ଆଇସିର ଉପ ମହାପ୍ରବନ୍ଧକ ପି.କେ. ନାୟକ, ଓଏଏସ୍‌ଏମ୍‌ଇର ରାଜ୍ୟ ମହାସଚିବ ଗୌରୀ ଶଙ୍କର ଦାସ ଓ ଅଧ୍ୟକ୍ଷ ମନୋଜ କୁମାର ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହି ଉଦ୍‌ବୋଧନ ଦେଇଥିଲେ।

ଏହି ଅବସରରେ ‘ବିକ୍ରେତା ବିକାଶ କାର୍ଯ୍ୟକ୍ରମ’ (ଭେଣ୍ଡର୍‌ ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମ୍‌) ଶୀର୍ଷକ ଏକ ଜାତୀୟସ୍ତରର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ଶିଳ୍ପ ସଂସ୍ଥାର ପ୍ରତିନିଧି ଓ ଶିଳ୍ପୋଦ୍ୟୋଗୀ ଯୋଗଦେଇ ଆଲୋଚନା ବିଷୟ ଉପରେ ମତାମତର ଆଦାନ ପ୍ରଦାନ କରିଥିଲେ। ପ୍ରଥମଥର ପାଇଁ ରାଉରକେଲା ସହରରେ ଆୟୋଜିତ ଏହିପରି ଏକ କାର୍ଯ୍ୟକ୍ରମ ମାଧ୍ୟମରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଉଦ୍ୟୋଗ ସହିତ ଜଡ଼ିତ ବିଭିନ୍ନ ବର୍ଗର ପ୍ରତିନିଧି ଶିଳ୍ପ ସମ୍ପର୍କୀତ ବିଭିନ୍ନ ବିଷୟରେ ମତର ଆଦାନ ପ୍ରଦାନ କରିଥିଲେ।

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg