Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
Total Votes: 2477 Started: October 1, 2010 Back to Vote Screen
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ରାଉରକେଲାରେ ଓଡ଼ିଶା ଫ୍ରେସ୍‌ର ପ୍ରଥମ ବିକ୍ରୟ କେନ୍ଦ୍ର ଉଦ୍‌ଘାଟିତ

Date : August 26th, 2015
Share : | More

ରାଉରକେଲା: ରାଜ୍ୟ ଉଦ୍ୟାନକୃଷି ବିଭାଗ ଓ ଓଡ଼ିଶା ଫ୍ରେସ୍‌ ଆଗ୍ରୋ ଏକ୍ସପୋର୍ଟସ୍‌ (ଓଏଫ୍‌ଏଇ) ଲିମିଟେଡ୍‌ର ମିଳିତ ସହଯୋଗରେ ଆଜି ରାଉରକେଲାଠାରେ ‘ଓଡ଼ିଶା ଫ୍ରେସ୍‌’ ବିକ୍ରୟ କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ସ୍ଥାନୀୟ ଛେଣ୍ଡ କଲୋନୀର ଭିଏସ୍‌ଏସ୍‌ ମାର୍କେଟ୍‌ ପରିସରରେ ଆରମ୍ଭ ହୋଇଥିବା ଏହି ବିକ୍ରୟ କେନ୍ଦ୍ରକୁ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଉନ୍ମୋଚନ କରିବା ସହିତ ଏହା ମାଧ୍ୟମରେ ଉଭୟ ଗ୍ରାହକ ଏବଂ କୃଷକ ଲାଭବାନ ହେବେ ବୋଲି କହିଥିଲେ। ଏହି ଅବସରରେ ପାନପୋଷ ଉପଖଣ୍ଡ ଉଦ୍ୟାନକୃଷି ସହକାରୀ ନିର୍ଦ୍ଦେଶକ ସାରଦା ପ୍ରସାଦ ନାୟକ ଉପସ୍ଥିତ ରହି ଏହି କେନ୍ଦ୍ର ମାଧ୍ୟମରେ ପାନପୋଷ ଉପଖଣ୍ଡର ନୁଆଗାଁ ବ୍ଲକ୍‌ର ପ୍ରାୟ ୨୭୦୦ ଚାଷୀଙ୍କୁ ପଞ୍ଜିକୃତ କରାଯାଇଛି ବୋଲି କହିଥିଲେ। ଏହି ଚାଷୀମାନଙ୍କ ମାଧ୍ୟମରେ ସଂଗୃହୀତ ପନିପରିବା ଓ ଫଳ ସୁଲଭ ମୂଲ୍ୟରେ ଗ୍ରାହକମାନଙ୍କୁ ଓଡ଼ିଶା ଫ୍ରେସ୍‌ ମାଧ୍ୟମରେ ବିକ୍ରୟ କରାଯିବ। ଏହା ଫଳରେ ଉଭୟ ଚାଷୀ ଓ ଗ୍ରାହକ ସୁବିଧା ପାଇବା ସହିତ ସୁନ୍ଦରଗଡ଼ ଜିଲ୍ଲାର ପନିପରିବା ପାଇଁ ପ୍ରସିଦ୍ଧ ନୁଆଗାଁ ବ୍ଲକ୍‌ର ଚାଷୀମାନଙ୍କର ଅଭାବି ବିକ୍ରୟ ସମସ୍ୟା ରହିବ ନାହିଁ ବୋଲି ଶ୍ରୀ ନାୟକ କହିଥିଲେ। ଓଏଫ୍‌ଏଇର ପରିଚାଳନା ନିର୍ଦ୍ଦେଶକ ଦିଲ୍ଲୀପ ରଥଙ୍କ ସୂଚନା ମୁତାବକ ଓଡ଼ିଶା ଫ୍ରେସ୍‌ର ଶୀତତାପ ନିୟନ୍ତ୍ରିତ ବିକ୍ରୟ କେନ୍ଦ୍ର ମାଧ୍ୟମରେ ଗ୍ରାହକମାନେ ସୁଲଭ ମୂଲ୍ୟରେ ସଜ ପନିପରିବା ସହିତ ଫଳ ଆଦି ଉପଲବ୍ଧ ହେବ। ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ରାଉରକେଲା ମହାନଗର ଅଞ୍ଚଳରେ ମୋଟ ୧୭ଟି ଏହିପରି ବିକ୍ରୟ କେନ୍ଦ୍ର ଖୋଲାଯିବାର ଯୋଜନା ରହିଛି ବୋଲି କହିଥିଲେ।

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg