Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2018
M T W T F S S
« Jul    
 1234
567891011
12131415161718
19202122232425
2627282930  

ଓଡ଼ିଶୀ ନୃତ୍ୟାଙ୍ଗନା କସ୍ତୁରୀଙ୍କ ନୃତ୍ୟରେ ବିମୋହିତ ଦର୍ଶକ

Date : April 2nd, 2014
Share : | More

ରାଉରକେଲା: ଗତକାଲି ଓଡ଼ିଶା ଦିବସ ଅବସରରେ ଇସ୍ପାତ ସହରର ବିଭିନ୍ନ ସ୍ଥାନରେ ଏକାଧିକ କାର୍ଯ୍ୟକ୍ରମ ମଧ୍ୟରେ ସ୍ଥାନୀୟ ସିଭିକ୍‌ ସେଣ୍ଟର୍‌ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଥିଲା ନିଆରା୤ ଏହି କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ଥିଲେ ନୂଆଦିଲ୍ଲୀରୁ ଆସିଥିବା ‘ସଂକଳ୍ପ’ ଅନୁଷ୍ଠାନର ସାଂସ୍କୃତିକ ବିଭାଗ ନିର୍ଦ୍ଦେଶିକା ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ କସ୍ତୁରୀ ପଟ୍ଟନାୟକ୤ ପ୍ରଥମେ ଶ୍ରୀମତୀ ପଟ୍ଟନାୟକ ଓ ତାଙ୍କ ସାଥୀ କଳାକାରମାନଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିଲା ମଙ୍ଗଳାଚରଣ୤ ଆଧ୍ୟାତ୍ମିକ ଚିନ୍ତା ଓ ଚେତନା ମଧ୍ୟରେ ନୃତ୍ୟ ଦ୍ବାରା ଭଗବାନଙ୍କୁ ଆବାହନ ଉଦ୍ଦେଶ୍ୟରେ ଏହି ନୃତ୍ୟ ବେଶ୍‌ ଆକର୍ଷଣୀୟ ହୋଇଥିଲା୤ ପରେ ଏକକ ଅଭିନୟ ମାଧ୍ୟମରେ ଶ୍ରୀମତୀ ପଟ୍ଟନୟକ ଶ୍ରୀକୃଷ୍ଣ ଲୀଳା ଉପରେ ପରିବେଷଣ କରିଥିଲେ ନୃତ୍ୟାଭିନୟ୤ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟରେ ଶ୍ରୀମତୀ ପଟ୍ଟନାୟକ ଓ ତାଙ୍କ ସାଥୀଙ୍କ ଦ୍ବାରା ପ୍ରଦର୍ଶିତ ସମବେତ ଅଭିନୟ ମାଧ୍ୟମରେ ଧାରାଶ୍ରାବଣର ଆଗମନ ଓ ମୂଷଳ ଧାରରେ ବର୍ଷୁଥିବା ବର୍ଷାର ଅବତାରଣା ବେଶ୍‌ ଚମତ୍କାର ହୋଇଥିଲା୤

ନୃତ୍ୟ କାର୍ଯ୍ୟକ୍ରମର ଚତୁର୍ଥ ସୋପାନରେ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତବାଦ୍ୟ ମୂର୍ଚ୍ଛନାର ତାଳେ ତାଳେ ନୂତନ ଢାଞ୍ଚାରେ ଶ୍ରୀମତୀ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ତାଙ୍କ ସାଥୀମାନଙ୍କ ଦ୍ବାରା ପରିବେଷିତ ନୃତ୍ୟରେ ଦର୍ଶକ ବିମୋହିତ ହୋଇଥିଲେ୤ କାର୍ଯ୍ୟକ୍ରମର ଶେଷ ସୋପାନରେ ଶ୍ରୀମତୀ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ‘ସଙ୍କଳ୍ପ’ ଅନୁଷ୍ଠାନର କଳାକାରମାନଙ୍କ ଦ୍ବାରା ପରିବେଷିତ ହୋଇଥିଲା ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ନୃତ୍ୟ ‘ଡାଲ୍‌ଖାଈ’୤

ଉକ୍ତ କାର୍ଯ୍ୟକ୍ରମ ଆରମ୍ଭରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ଆର୍‌ଏସ୍‌ପି ମୁଖ୍ୟ କାର୍ଯ୍ୟନିର୍ବାହୀ ଗୌରୀ ଶଙ୍କର ପ୍ରସାଦଙ୍କ ଦ୍ବାରା କସ୍ତୁରୀ ପଟ୍ଟନାୟକଙ୍କ ସମେତ ଇସ୍ପାତ ସହରର ୪ଜଣ ବିଶିଷ୍ଟ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା୤ ସେମାନେ ହେଉଛନ୍ତି ନିକଟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିବା ବିଶିଷ୍ଟ ନାଟ୍ୟଶିଳ୍ପୀ ଚିନ୍ତାମଣି ଜେନା ଓ ବିଧୁଭୂଷଣ ନନ୍ଦଙ୍କ ସମେତ ବିଶିଷ୍ଟ କଣ୍ଠଶିଳ୍ପୀ ଆଶାଲତା ଷଡ଼ଙ୍ଗୀ ଏବଂ ଜାତୀୟ ବିଦ୍ୟାଳୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତାରେ ପୁରସ୍କାର ପାଇଥିବା ସିଦ୍ଧାର୍ଥ ରାୟ୤ ଉକ୍ତ କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ବିଶିଷ୍ଟ କଣ୍ଠଶିଳ୍ପୀ ବୀଣାପାଣି ରଥଙ୍କ ଦ୍ବାରା ଓଡ଼ିଶୀ ସଙ୍ଗୀତ ଗାୟନ୤

ମୋଟ ଉପରେ ଦେଖିବାକୁ ଗଲେ ଇସ୍ପାତ କାରଖାନା ପକ୍ଷରୁ ଆୟୋଜିତ ଓଡ଼ିଶା ଦିବସ ପାଳନ ଅବସରରେ ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟ ପରିବେଷଣରେ ଉପସ୍ଥିତ ଦର୍ଶକ ବିମୋହିତ ହୋଇଥିଲେ୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg