Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
Total Votes: 2477 Started: October 1, 2010 Back to Vote Screen
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ଗ୍ରାମୀଣ ଉତ୍ପାଦ ପ୍ରଦର୍ଶନୀ ଓ ବିକ୍ରୟ ‘ପଲ୍ଲିଶ୍ରୀ ମେଳା’ ଉଦ୍‌ଘାଟିତ

Date : October 14th, 2015
Share : | More

ରାଉରକେଲା : ୧୩ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ଭଞ୍ଜଭବନ ନିକଟସ୍ଥ ପ୍ରଦର୍ଶନୀ ପଡ଼ିଆରେ ଜାତୀୟସ୍ତରର ଗ୍ରାମୀଣ ଉତ୍ପାଦର ପ୍ରଦର୍ଶନୀ ଓ ବିକ୍ରୟ ‘ପଲ୍ଲିଶ୍ରୀ ମେଳା’ ଉଦ୍‌ଘାଟିତ ହୋଇଯାଇଛି। ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇଙ୍କ ଦ୍ୱାରା ଉଦ୍‌ଘାଟିତ ଏହି ମେଳାରେ ମୋଟ ୧୮୦ଟି ଷ୍ଟଲ୍‌ରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ ଓ ପଞ୍ଜାବ ସମେତ ୧୦ଟି ରାଜ୍ୟର ବିଭିନ୍ନ ଗ୍ରାମୀଣ ଏବଂ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶନୀ ଓ ବିକ୍ରୟ ଆରମ୍ଭ ହୋଇଛି। ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଓ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ସହିତ ରାଜ୍ୟ ଜୀବିକା ମିଶନ ଏବଂ ଓର୍‌ମାସ୍‌ ଦ୍ୱାରା ମିଳିତଭାବେ ଆୟୋଜିତ ହେଉଥିବା ଏହି ମେଳା ଚଳିତ ମାସ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ସୂଚନା ମୁତାବକ ଉକ୍ତ ମେଳାରେ ବିଭିନ୍ନ ପ୍ରକାରର ବାଉଁଶ ଓ କାଠ ନିର୍ମିତ ସାମଗ୍ରୀ, କନ୍ଧମାଳର ହଳଦୀ ଓ ବିଭିନ୍ନ ଜିଲ୍ଲାର ଜଙ୍ଗଲଜାତ ଦ୍ରବ୍ୟ ଓ ଚେରମୂଳି ସହିତ ବାହାର ରାଜ୍ୟର ଗାଲିଚା, ହସ୍ତତନ୍ତ ଆଦି ଉତ୍ପାଦଗୁଡ଼ିକ ଗ୍ରାହକମାନଙ୍କ ପାଇଁ ପ୍ରମୁଖ ଆକର୍ଷଣ ହୋଇଛି। ବିଶେଷ କରି ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ମୃତ୍ତିକା ଶିଳ୍ପ, ବାଉଁଶ ଓ କାଠିରେ ନିର୍ମିତ ସାମଗ୍ରୀ, କନ୍ଧମାଳର ହଳଦୀ ସହିତ ମହାରାଷ୍ଟ୍ରରୁ ଅସିଥିବା ସ୍ୱଳ୍ପମୂଲ୍ୟର ଖାଦ୍ୟସାମଗ୍ରୀ ଆଦି ପ୍ରଥମ ଦିନରୁ ଗ୍ରାହକମାନଙ୍କୁ ଆକର୍ଷିତ କରୁଥିବା ଦେଖିବାକୁ ମିଳିଛି।

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg