Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
October 2019
M T W T F S S
     
 123456
78910111213
14151617181920
21222324252627
28293031  

ଜାତୀୟସ୍ତରର ଗ୍ରାମୀଣ ଉତ୍ପାଦ ପ୍ରଦର୍ଶନୀ ଓ ବିକ୍ରୟ ‘ପଲ୍ଲିଶ୍ରୀ ମେଳା’ ୧୩ରୁ

Date : October 10th, 2015
Share : | More

ରାଉରକେଲା : ପ୍ରତିବର୍ଷ ପରି ଚଳିତ ବର୍ଷ ଶାରଦୀୟ ପାର୍ବଣ ପୂର୍ବରୁ ରାଉରକେଲା ସହରରେ ପଲ୍ଲୀଶ୍ରୀ ମେଳା ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଆଜି ଏ ବାବଦରେ ସ୍ଥାନୀୟ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତି, ଓଡ଼ିଶା ଗ୍ରାମୀଣ ଉନ୍ନୟନ ବିପଣନ ସମିତି (ଓର୍‌ମାସ)ର ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ସୌରଭମୟ ଦାସ ଉପସ୍ଥିତ ରହି ମେଳା ଆୟୋଜନ ବାବଦରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏହି ବିବରଣୀ ମୁତାବକ ଏଥର ମେଳାରେ ମୋଟ ୧୮୦ଟି ଷ୍ଟଲ୍‌ରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ ଓ ପଞ୍ଜାବ ସମେତ ୧୦ଟି ରାଜ୍ୟର ବିଭିନ୍ନ ଗ୍ରାମୀଣ ଏବଂ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶନୀ ଓ ବିକ୍ରୟ ହେବ। ସେହିପରି ଆମ ରାଜ୍ୟର ସମସ୍ତ ଜିଲ୍ଲାର ବିଭିନ୍ନ ଗ୍ରାମୀଣ ଉତ୍ପାଦ ସହିତ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ଓ ହସ୍ତତନ୍ତ ଏହି ମେଳାରେ ଉପଲବ୍ଧ ହେବ। ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଓ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ସହିତ ରାଜ୍ୟ ଜୀବିକା ମିଶନ ଏବଂ ଓର୍‌ମାସ୍‌ ଦ୍ୱାରା ମିଳିତଭାବେ ଆୟୋଜିତ ହେଉଥିବା ଏହି ମେଳା ଚଳିତ ମାସ ୧୯ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଭଞ୍ଜଭବନ ନିକଟସ୍ଥ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ। ମେଳାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଜିଲ୍ଲାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଓ ଗୋଷ୍ଠୀ ପକ୍ଷରୁ ପ୍ରତିଦିନ ମେଳା ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ସୂଚନା ମୁତାବକ ଉକ୍ତ ମେଳାରେ ବିଭିନ୍ନ ପ୍ରକାରର ବାଉଁଶ ଓ କାଠ ନିର୍ମିତ ସାମଗ୍ରୀ, କନ୍ଧମାଳର ହଳଦୀ ଓ ବିଭିନ୍ନ ଜିଲ୍ଲାର ଜଙ୍ଗଲଜାତ ଦ୍ରବ୍ୟ ଓ ଚେରମୂଳି ସହିତ ବାହାର ରାଜ୍ୟର ଗାଲିଚା, ହସ୍ତତନ୍ତ ଆଦି ଉତ୍ପାଦଗୁଡ଼ିକ ଗ୍ରାହକମାନଙ୍କ ପାଇଁ ପ୍ରମୁଖ ଆକର୍ଷଣ ହେବ ବୋଲି ଜଣାପଡ଼ିଛି।

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg