Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
December 2021
M T W T F S S
     
 12345
6789101112
13141516171819
20212223242526
2728293031  

ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବେଦବ୍ୟାସ ଅବହେଳିତ: ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ନିଦାବିଷ୍ଣୁ

Date : December 11th, 2012
Share : | More

ରାଉରକେଲା: ପଶ୍ଚିମ ଓଡ଼ିଶାର ଏକ ପ୍ରସିଦ୍ଧ ଶୈବପିଠ ଭାବେ ସୁନ୍ଦରଗଡ଼ ଜିଲ୍ଲାର ବେଦବ୍ୟାସ ପ୍ରସିଦ୍ଧ୤ ଏହି ପୀଠରେ ସୃଷ୍ଟି ହୋଇଥିବା ସଙ୍ଗମ ସ୍ଥଳରୁ ଆମ ରାଜ୍ୟର ଦ୍ବିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀର ସୃଷ୍ଟି୤ ତେଣୁ ଏହି କ୍ଷେତ୍ର ଓଡ଼ିଶାରେ ବିଖ୍ୟାତ ହୋଇଥିବା ସହିତ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡ ରାଜ୍ୟର ଶ୍ରଦ୍ଧାଳୁମାନେ ବର୍ଷର ବିଭିନ୍ନ ସମୟରେ ଏହିସ୍ଥାନକୁ ବହୁଳ ସଂଖ୍ୟାରେ ଦର୍ଶନ କରିବାକୁ ଆସିଥାନ୍ତି୤ ଏହା ବ୍ୟତୀତ ଶିବରାତ୍ରି ସମୟରେ ଏହି ସ୍ଥାନରେ ଅନୁଷ୍ଠିତ ହେଉଥିବା ମେଳା ସହିତ ଏଠାରେ ଥିବା ବାଲୁଙ୍କେଶ୍ବର ଓ ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ପ୍ରବଳ ଭିଡ଼ ହୋଇଥାଏ୤

ଏହା ବ୍ୟତୀତ କାର୍ତ୍ତିକ ପୂର୍ଣ୍ଣିମା, ଶ୍ରାବଣ ମେଳା, ମକରସଂକ୍ରାନ୍ତି, ବୈଶାଖ ପୂର୍ଣ୍ଣିମା, ସରସ୍ବତୀ ପୂଜା, ହନୁମାନ ଜୟନ୍ତୀ, ରାମନବମୀ ଆଦି ପର୍ବପର୍ବାଣୀ ସମୟରେ ମଧ୍ୟ ଏଠାରେ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିଥାନ୍ତି୤ ଏତେସବୁ ସତ୍ତ୍ବେ ଏଭଳି ଏକ ଶୈବପୀଠ ସମ୍ପ୍ରତି ଅବହେଳିତ ଅବସ୍ଥାରେ ରହିଛି୤ ବେଶ୍‌ କିଛିବର୍ଷ ହେଲା ଏହି ପୀଠଟି ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିଲେ ହେଁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ୤ ସେହିପରି ଏଠାରେ ଥିବା ଅନ୍ୟତମ ଆକର୍ଷଣର କେନ୍ଦ୍ର ଦେବୀ ସରସ୍ବତୀ ମନ୍ଦିର ଏବଂ ଦୀର୍ଘ ୨୨ ବର୍ଷ ଧରି ଅନୁଷ୍ଠିତ ହେଉଥିବା ଅଖଣ୍ଡ ନାମ ସଂକୀର୍ତ୍ତନ ବାବଦରେ ଆବଶ୍ୟକ ପ୍ରଚାର ଓ ପ୍ରସାର ହେଉନାହିଁ୤ ଏହା ବ୍ୟତୀତ ଏହି ସ୍ଥାନଟି ହେଉଛି ଭାରତର ଏପରି ଏକ ସଙ୍ଗମସ୍ଥଳ ଯେଉଁଠାରୁ ଏକ ନୂତନ ନଦୀର ସୃଷ୍ଟି ହୋଇଛି୤ ସେହିପରି ଏଠାରେ ରହିଛି ହଜାର ହଜାର ବର୍ଷ ତଳର ବ୍ୟାସଗୁମ୍ଫା, ଯେଉଁଠାରେ ମହାଭାରତ ଯୁଗରେ ମହର୍ଷି ବ୍ୟାସଦେବ ମହାଭାରତ ରଚନା କରିଥିଲେ ବୋଲି ଜନସୃତି ରହିଛି୤

ଏହାସହିତ ଏଠାରେ ରାମ ମନ୍ଦିର, ହନୁମାନ ମନ୍ଦିର ଓ ସରସ୍ବତୀ କୁଣ୍ଡ ଆଦି ନିର୍ମିତ ହୋଇଛି୤ ସେହିଭଳି ଏଠାରେ ଥିବା ବ୍ରାହ୍ମଣୀ ନଦୀର ଉତ୍ପତ୍ତି ଓ ସଙ୍ଗମ ସ୍ଥଳୀରେ ସ୍ନାନ କରି ମହାଦେବଙ୍କ ନିକଟରେ ପୂଜାର୍ଚ୍ଚନା କଲେ ମନୋବାଞ୍ଛିତ ଫଳ ମିଳିଥାଏ ବୋଲି ଶ୍ରଦ୍ଧାଳୁମାନଙ୍କର ବିଶ୍ବାସ ରହିଛି୤ ଶ୍ରାବଣ ମାସରେ ହଜାର ହଜାର କାଉଡ଼ିଆ ଏହି ସ୍ଥାନରୁ ଜଳ ନେଇ ବିଭିନ୍ନ ଶୈବପୀଠକୁ ଯାଇଥାନ୍ତି୤ ସେହିଭଳି ଏହି ସ୍ଥାନରେ ରହିଛି ଗୁରୁକୁଳ ବୈଦିକ ଆଶ୍ରମ ଏବଂ ବେଦବ୍ୟାସ ଗୋଶାଳା୤

ଏତେ ସବୁ ଦର୍ଶନୀୟ ସ୍ଥାନ ଥିବା ଏହି ପୀଠର ଦେଖାରେଖା ଓ ପରିଚାଳନା ପାଇଁ ଏଠାରେ ରହିଛି ଏକ ଟ୍ରଷ୍ଟ ବୋର୍ଡ଼୤ ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ଅଧୀନରେ ଥିବା ଏହି ଟ୍ରଷ୍ଟବୋର୍ଡ଼ ମାଧ୍ୟମରେ ହିଁ ଏଠାରେ ଥିବା ଦେବାଳୟଗୁଡ଼ିକର ପୂଜାର୍ଚ୍ଚନା ଓ ପରିଚାଳନା ହୋଇଥାଏ୤ ଏହି ଟ୍ରଷ୍ଟବୋର୍ଡ଼ରେ ଥିବା ସଦସ୍ୟମାନେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ପରିବର୍ତ୍ତନ କରିବାର ବ୍ୟବସ୍ଥା ଥିଲାବେଳେ ଗତ ବର୍ଷ ନଭେମ୍ବର ମାସରୁ ଏହି ଟ୍ରଷ୍ଟବୋର୍ଡ଼ର ସଦସ୍ୟମାନଙ୍କର କାର୍ଯ୍ୟକାଳ ସମାପ୍ତ ହୋଇଛି୤ ଏହା ସତ୍ତ୍ବେ ମଧ୍ୟ ଏହି ଟ୍ରଷ୍ଟବୋର୍ଡ଼ର ପୁନର୍ଗଠନ ହୋଇପାରିନାହିଁ୤ ଯାହା ଫଳରେ ଅନେକ ସମସ୍ୟା ମଧ୍ୟରେ ଗତି କରୁଥିବା ଏହି ପୀଠର ଉନ୍ନତି ପାଇଁ ଆଖିଦୃଶିଆ ପଦକ୍ଷେପ ନେବା ସମ୍ଭବ ହୋଇନାହିଁ୤ ସେହିପରି ଏହି ପୀଠର ମହିମା ଏବଂ ଏଠାରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ବାବଦରେ କୌଣସି ପୁସ୍ତକ ବା ପ୍ରଚାରପତ୍ର ଏପର୍ଯ୍ୟନ୍ତ ପ୍ରକାଶିତ ହୋଇପାରିନାହିଁ୤

ଅପରପକ୍ଷେ ଏହି କ୍ଷେତ୍ରକୁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ବାରା ଏକ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦିଆଯାଇଥିଲେ ମଧ୍ୟ ସେ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇନାହିଁ୤ ତେଣୁ ଏହି ପୀଠକୁ ଆସୁଥିବା ଶ୍ରଦ୍ଧାଳୁମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ଏହାର ସମାଧାନ ହେଉନାହିଁ୤ ସେହିପରି ୧୪୩ ନମ୍ବର ଜାତୀୟ ରାଜପଥରର ବେଦବ୍ୟାସ ଛକଠାରୁ ପ୍ରାୟ ୨ କି.ମି. ଦୂର ଏହି ପୀଠକୁ ପହଞ୍ଚିବା ପାଇଁ କୌଣସି ସବୁଦିନିଆ ଯାନବାହାନ ଚଳାଚଳ ବ୍ୟବସ୍ଥା ନାହିଁ୤ ସେହିଭଳି ପ୍ରାକୃତିକ ଶୋଭାରେ ପରିପୂର୍ଣ୍ଣ ଏବଂ ଧାର୍ମିକ ସ୍ଥଳ ଭାବେ ପରିଗଣିତ ଏହି କ୍ଷେତ୍ରରେ ରହିବା ପାଇଁ ଚାହୁଁଥିବା ପର୍ଯ୍ୟଟକମାନଙ୍କ ପାଇଁ ଏଠାରେ କୌଣସି ସୁବିଧା ମଧ୍ୟ ନାହିଁ୤

ତେଣୁ ଏ ବାବଦରେ ଜିଲ୍ଲା ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି୤ ଏହା ହୋଇପାରିଲେ ଇସ୍ପାତ ସହର ରାଉରକେଲାଠାରୁ ଅନତି ଦୂରରେ ଥିବା ଏହି ପୀଠକୁ ଅଧିକରୁ ଅଧିକ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକ ଆସିବା ସହିତ ଏଠାରେ ଥିବା ସ୍ଥାନୀୟ ବାସିନ୍ଦାମାନଙ୍କର ଅର୍ଥନୈତିକ ବିକାଶ ମଧ୍ୟ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଇଛି୤

Recently Published :
 

1 Response

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg