Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ରାଜ୍ୟ ପୁଲିସ୍‌ ମହାନିର୍ଦ୍ଦେଶକ ସଞ୍ଜୀବ ମାରିକ୍‌ଙ୍କ ପ୍ରଥମ ରାଉରକେଲା ଗସ୍ତ

Date : June 20th, 2015
Share : | More

* ରାଉରକେଲାରେ କମିଶନରେଟ୍‌ ପୋଲିସ୍‌ ସ୍ଥାପନା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ *
ରାଉରକେଲା: ରାଜ୍ୟ ପୁଲିସ୍‌ ମହାନିର୍ଦ୍ଦେଶକ ସଞ୍ଜୀବ ମାରିକ୍‌ ଆଜି ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ରାଉରକେଲା ପୋଲିସ୍‌ ମୁଖ୍ୟାଳୟଠାରେ ପଶ୍ଚିମାଞ୍ଚଳ ପୋଲିସ୍‌ ରେଞ୍ଜ୍‌ର ସୁନ୍ଦରଗଡ଼, କେଉଁଝର ଏବଂ ରାଉରକେଲା ଜିଲ୍ଲା ପୋଲିସ୍‌ର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି। ବିଶେଷକରି ମାଓବାଦୀ କାର୍ଯ୍ୟକଳାପ ସହ ପିଏଲ୍‌ଏଫ୍‌ଆଇ ଓ ପାହାଡ଼ି ଚିତା ଆଦି ଅପରାଧି ସଙ୍ଗଠନର ପ୍ରଭାବ, ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଆଦି ଉପରେ ପୋଲିସ୍‌ର କାର୍ଯ୍ୟାନୁଷ୍ଠାନ ତଥା ଉପରୋକ୍ତ ତିନିଟି ପୋଲିସ୍‌ ଜିଲ୍ଲାର ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ଶ୍ରୀ ମାରିକ୍‌ ବିଶଦଭାବେ ଆଲୋଚନା କରିଥିଲେ।
* ମାଓବାଦୀ ଗତିବିଧି ଓ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା *
ସମୀକ୍ଷା ବୈଠକ ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁନ୍ଦରଗଡ଼ ଏବଂ କେଉଁଝର ଜିଲ୍ଲାରେ ପୋଲିସ୍‌ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଫଳରେ ମାଓବାଦୀ କାର୍ଯ୍ୟକଳାପ ଅନେକ ପରିମାଣରେ ହ୍ରାସ ପାଇଛି ବୋଲି ସେ ସୂଚନା ଦେଇଥିଲେ। ସେହିପରି ରାଉରକେଲା ସହରର ଟ୍ରାଫିକ୍‌ ସମସ୍ୟାର ସମାଧାନ ଓ ଏଠାରେ ଅଧିକ ସଂଖ୍ୟକ ଟ୍ରାଫିକ୍‌ ପୋଲିସ୍‌ ମୁତୟନ କରାଯିବା ବ୍ୟବସ୍ଥା ହେଉଛି। ଏହା ସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସିସିଟିଏନ୍‌ଏସ୍‌ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବାକୁ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ମାରିକ୍‌ କହିଥିଲେ। ଏହି ଅବସରରେ ପଶ୍ଚିମାଞ୍ଚଳ ପୋଲିସ୍‌ ରେଞ୍ଜ୍‌ର ବିଭିନ୍ନ ଥାନାମାନଙ୍କରେ ପଡ଼ିରହିଥିବା ମାମଲାଗୁଡ଼ିକର ତ୍ୱରିତ ତଦନ୍ତ ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ସେହିପରି ରାଉରକେଲାରେ ପୂର୍ବରୁ ଘୋଷଣା ହୋଇଥିବା ପୋଲିସ୍‌ କମିଶନରେଟ୍‌ ବ୍ୟବସ୍ଥାର କାର୍ଯ୍ୟକାରୀତା ନେଇ କରାଯାଇଥିବା ପ୍ରଶ୍ନର ଉତ୍ତରରେ, ଆମେ ଏଥିପାଇଁ ପ୍ରସ୍ତୁତ ଅଛୁ, କେବଳ କିଛି ବୈଧାନିକ ବ୍ୟବସ୍ଥା ଯଥା ମହାନଗର ନିଗମର ସମ୍ପୂର୍ଣ୍ଣ କାର୍ଯ୍ୟକାରୀତା ହେବାପରେ ଯଥାଶୀଘ୍ର ଏଠାରେ କମିଶନରେଟ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ମାରିକ୍‌ କହିଥିଲେ। ୨୦୦୪ ମସିହାରେ ଓଡ଼ିଶାରେ ମୋଟ ପୋଲିସ୍‌ କର୍ମଚାରୀଙ୍କ ସଂଖ୍ୟା ୪୦ହଜାର ଥିଲାବେଳେ ସମ୍ପ୍ରତି ତାହା ୬୫ହଜାରରେ ପହଞ୍ଚିଥିବାରୁ ଓଡ଼ିଶାରେ ପୋଲିସ୍‌ ବ୍ୟବସ୍ଥା ଅପେକ୍ଷାକୃତ ଭଲ ଅବସ୍ଥାରେ ଅଛି ବୋଲି ଶ୍ରୀ ମାରିକ୍‌ କହିଥିଲେ।

ଉକ୍ତ ବୈଠକରେ ରାଜ୍ୟ ପୋଲିସ୍‌ ବିଭାଗର ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସୁନୀଲ ରାୟ, ପଶ୍ଚିମାଞ୍ଚଳ ଆଇଜି ରାଧାକୃଷ୍ଣ ଶର୍ମା, ସୁନ୍ଦରଗଡ଼ ଏସ୍‌ପି ଆର୍‌.ପ୍ରକାଶ, କେଉଁଝର ଏସ୍‌ପି କବିତା ଜଲାନ୍‌, ରାଉରକେଲା ଏସ୍‌ପି ଅନିରୁଦ୍ଧ ସିଂହଙ୍କ ସମେତ ସ୍ଥାନୀୟ ରେଳବାଇ ଏସ୍‌ପି ଓ ସ୍ଥାନୀୟ ୪ର୍ଥ ବାଟାଲିଅନ୍‌ର ଦୁର୍ଗପତି ପ୍ରମୁଖ ଉପସ୍ଥିତ ଥିଲେ। ପରେ ଅପରାହ୍ନରେ ଶ୍ରୀ ମାରିକ୍‌ ସମ୍ବଲପୁର ଅଭିମୁଖେ ଗସ୍ତ କରିଥିଲେ। ଶ୍ରୀ ମାରିକ୍‌ ପୋଲିସ୍‌ ମହାନିର୍ଦ୍ଦେଶକ ହେବା ପରେ ଏହା ତାଙ୍କର ପ୍ରଥମ ରାଉରକେଲା ଗସ୍ତ ଥିବାରୁ ଆଜି ପୋଲିସ୍‌ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ବେଶ୍‌ ଚଳଚଞ୍ଚଳ ଥିଲେ।

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg