Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
October 2021
M T W T F S S
     
 123
45678910
11121314151617
18192021222324
25262728293031

ରାଉରକେଲାଠାରେ ରାଜ୍ୟସ୍ତରୀୟ ମୂର୍ତ୍ତିକା ଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ

Date : March 11th, 2016
Share : | More

ରାଉରକେଲା: ସ୍ଥାନୀୟ ଭଞ୍ଜଭବନ ନିକଟସ୍ଥ ପ୍ରଦର୍ଶନୀ ପଡ଼ିଆଠାରେ ରାଜ୍ୟସ୍ତରୀୟ ମୂର୍ତ୍ତିକା ଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି। ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ରନାଥ ମିଶ୍ର ମୁଖ୍ୟଅତିଥିଭାବେ ଯୋଗଦେଇ ଏହି ମେଳାକୁ ଉଦ୍‌ଘାଟନ କରିଥିଲେ। ରାଉରକେଲା ସ୍ଥିତ ଆଞ୍ଚଳିକ ଶିଳ୍ପ କେନ୍ଦ୍ର ପକ୍ଷରୁ ଆୟୋଜିତ ତଥା ରାଜ୍ୟ ହସ୍ତକର୍ମ ନିର୍ଦ୍ଦେଶାଳୟ ଦ୍ୱାରା ପ୍ରାୟୋଜିତ ଏହି ପ୍ରଦର୍ଶନୀ ଓ ବିକ୍ରୟ ମେଳାରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ମୂର୍ତ୍ତିକା ଶିଳ୍ପୀମାନେ ଭିନ୍ନ ଭିନ୍ନ ପ୍ରକାରର ମାଟି ନିର୍ମିତ ସାମଗ୍ରୀର ପସରା ମେଲାଇଛନ୍ତି। ବିଶେଷ କରି ମାଟିରେ ନିର୍ମିତ ତଥା ବିଭିନ୍ନ ରଙ୍ଗରେ ସଜ୍ଜିତ ଫୁଲଦାନୀ ସାଙ୍ଗକୁ ମାଟିରେ ନିର୍ମିତ ବିଭିନ୍ନ ପ୍ରକାରର ବାସନ ସାମଗ୍ରୀ ଓ ଦୀପ ବେଶ୍‌ ଆକର୍ଷଣୀୟ ହୋଇଛି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଚାଲିବ। ଏହି ପ୍ରଦର୍ଶନୀରେ ମୂର୍ତ୍ତିକା କାରିଗରମାନେ ସେମାନେ ତିଆରି କରିଥିବା ସାମଗ୍ରୀଗୁଡ଼ିକର ପ୍ରଦର୍ଶନ ଓ ବିକ୍ରୟ କରିବା ସହିତ କିଛି ସାମଗ୍ରୀ ଏଠାରେ ମଧ୍ୟ ତିଆରି କରୁଛନ୍ତି। ଯାହା ଫଳରେ ଏହିସବୁ ସାମଗ୍ରୀଗୁଡ଼ିକ କିପରି ତିଆରି ହେଉଛି, ସେ ବାବଦରେ ମଧ୍ୟ ସୂଚନା ମିଳି ପାରୁଛି। ରାଉରକେଲା ସ୍ଥିତ ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ଭାରପ୍ରାପ୍ତ ମହା ପ୍ରବନ୍ଧକ ସୁଶିଲ କୁମାର ମହାନ୍ତିଙ୍କ ସୂଚନା ମୁତାବକ ୨୦୧୫ ବର୍ଷରେ ହୋଇଥିବା ଏହି ପ୍ରଦର୍ଶନୀରେ ୧୮ଲକ୍ଷ ଟଙ୍କାର ବିକ୍ରୟ ହୋଇଥିଲାବେଳେ ଚଳିତ ବର୍ଷ ଏହା ବୃଦ୍ଧି ପାଇବ ବୋଲି ଲକ୍ଷ ରହିଛି।

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg