Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
March 2019
M T W T F S S
     
 123
45678910
11121314151617
18192021222324
25262728293031

ରାଜ୍ୟସ୍ତରୀୟ ମହିଳା ହକି ପ୍ରତିଯୋଗିତା ଉଦ୍‌ଘାଟିତ:ଉଦ୍‌ଘାଟନୀ ଖେଳରେ ରାଉରକେଲା ବିଜୟୀ

Date : April 21st, 2014
Share : | More

ରାଉରକେଲା: ଆଜି ସ୍ଥାନୀୟ ପାନପୋଷ କ୍ରୀଡ଼ା ଛାତ୍ରାବାସ ସ୍ଥିତ ଆଷ୍ଟ୍ରୋଟର୍ଫ ପଡ଼ିଆରେ ହକି ଓଡ଼ିଶା ଓ ସୁନ୍ଦରଗଡ଼ ଜିଲ୍ଲା ହକି ସଂଘ ଆନୁକୂଲ୍ୟରେ ତୃତୀୟ ରାଜ୍ୟସ୍ତରୀୟ ମହିଳା ହକି ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଛି୤ ଏହି ଅବସରରେ ଅନୁଷ୍ଠିତ ଉଦ୍‌ଘାଟନୀ ଖେଳ ରାଉରକେଲା ଦଳ ଓ କିଟ୍‌ ବିଶ୍ବବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା୤ ଏହି ସଂଘର୍ଷପୂର୍ଣ୍ଣ ଖେଳର ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ପରସ୍ପରକୁ ୩ଟି ଲେଖାଏ ଗୋଲ୍‌ ଦେବାରୁ ଫଳାଫଳ ଅମିମାଂଶିତ ରହିଥିଲା୤ ପରେ ସୁଟ୍‌ଆଉଟ୍‌ ମାଧ୍ୟମରେ ହୋଇଥିବା ନିର୍ଣ୍ଣାୟକ ଫଳାଫଳରେ ରାଉରକେଲା ଦଳ କିଟ୍‌ ଦଳକୁ ୬-୫ ଗୋଲ୍‌ ବ୍ୟବଧାନରେ ହରାଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି୤ ଆଜିର ଖେଳରେ କିଟ୍‌ ଦଳର ସସ୍ମିତା ମୁଣ୍ଡା(୯) ୨୦ ଓ ୩୨ ମିନିଟ୍‌ରେ ଗୋଟିଏ ଲେଖା ଗୋଲ୍‌ ଦେଇଥିଲାବେଳେ ୫୮ ମିନିଟ୍‌ରେ ସୁକା ଶାନ୍ତି ଟିଗ୍ଗା ଗୋଟିଏ ଗୋଲ୍‌ ଦେଇଥିଲେ୤ ସେହିପରି ରାଉରକେଲା ଦଳ ପକ୍ଷରୁ ନମିତା ଟପ୍ପୋ(୭) ଖେଳର ୨୨ ଓ ୪୭ ମିନିଟ୍‌ରେ ଗୋଟିଏ ଲେଖା ଗୋଲ୍‌ ଦେଇଥିଲାବେଳେ ସୁକାନ୍ତି ଲାକ୍ରା ୫୧ ମିନିଟ୍‌ରେ ଗୋଟିଏ ଗୋଲ୍‌ ଦେଇଥିଲେ୤

ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ନକ୍‌-ଆଉଟ୍‌ ପଦ୍ଧତିରେ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ମୋଟ ୮ଟି ଜିଲ୍ଲାର ଦଳ ଅଂଶଗ୍ରହଣ କରିଛନ୍ତି୤ ଏମାନେ ହେଉଛନ୍ତି ରାଉରକେଲା, ସୁନ୍ଦରଗଡ଼, ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର, କଟକ, ଗଞ୍ଜାମ ଓ ଭୁବନେଶ୍ବରର କିଟ୍‌ ବିଶ୍ବବିଦ୍ୟାଳୟର ମହିଳା ହକି ଦଳ୤

ଆଜିର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ପାନପୋଷ ଉପଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ଯୋଗଦେଇଥିଲାବେଳେ ଏଥିରେ ହକି ଓଡ଼ିଶାର ସାଧାରଣ ସମ୍ପାଦକ ପ୍ରତାପ ଶତପଥୀ, ସୁନ୍ଦରଗଡ଼ ଜିଲ୍ଲା ହକି ସଂଘର ସମ୍ପାଦକ ଅକ୍ଷୟ ଚୌଧୁରୀ, ଉପସଭାପତି ଭିକ୍ଟର କୁଜୁର ଏବଂ ପାନପୋଷ କ୍ରୀଡ଼ା ଛାତ୍ରାବାସର ଭାରପ୍ରାପ୍ତ ଅଧିକାରୀ ଅମୂଲ୍ୟାନନ୍ଦ ବିହାରୀ ପ୍ରମୁଖ ଉପସ୍ଥିତ ଥିଲେ୤ ଆଜିର ଖେଳକୁ ପାନପୋଷ କ୍ରୀଡ଼ା ଛାତ୍ରାବାସର ବରିଷ୍ଠ ପ୍ରଶିକ୍ଷକ କାଳୁଚରଣ ଚୌଧୁରୀଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg