ରାଉରକେଲା ସହରକୁ ପ୍ରବେଶ ପଥ ରାସ୍ତା ଅବସ୍ଥା ବେହାଲ୍: ସରକାରୀ ବିଭାଗଗୁଡ଼ିକ ପରସ୍ପର ଉପରେ ଦୋଷ ଲଦିବାରେ ବ୍ୟସ୍ତ
ରାଉରକେଲା: ୫୦ ଦଶକରେ ରାଉରକେଲାଠାରେ ଇସ୍ପାତ କାରଖାନା ସ୍ଥାପନା ପରେ କାଳକ୍ରମେ ଏହି ସହରରେ ଦେଶର ବିଭିନ୍ନ ଅଞ୍ଚଳର ଲୋକେ ଆସି ବସବାସ କରିବାକୁ ଆରମ୍ଭ କଲେ ତେଣୁ ଏହି ସହରର ଗୁରୁତ୍ବ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଜନସଂଖ୍ୟା ମଧ୍ୟ ବୃଦ୍ଧି ପାଇଲା ତେଣୁ ସ୍ବାଭାବିକ ଭାବେ ଅଧିକ ଏବଂ ପ୍ରଶସ୍ତ ରାସ୍ତାର ଆବଶ୍ୟକତା ଦେଖାଦେଲା ସେହି ସମୟରେ ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମା ସହିତ ସଂଯୋଗ କରୁଥିବା ରାସ୍ତାକୁ ୨୩ ନମ୍ବର ଜାତୀୟ ରାଜପଥ(ପରିବର୍ତ୍ତିତ ନମ୍ବର ୧୪୩) ରାଉରକେଲା ଦେଇ ବାରକୋଟରୁ ରାଞ୍ଚି ଯାଏ ଲମ୍ବିଥିଲା ଯାହା ଏବେ ମଧ୍ୟ ରହିଛି ଇସ୍ପାତ ସହରକୁ ପ୍ରବେଶ କରିବା ନିମନ୍ତେ ହକି ଛକ ଏବଂ ପାନପୋଷ ଛକ ଠାରେ ଏହି ରାଜପଥକୁ ଦୁଇଟି ମୁଖ୍ୟରାସ୍ତା ସଂଯୋଗ କରୁଛି ସହର ବାହାରୁ ଆସୁଥିବା ଏବଂ ବାହାରକୁ ଯାଉଥିବା କୌଣସି ବ୍ୟକ୍ତି ନିଶ୍ଚିତରୂପେ ଏହି ଦୁଇଟି ରାସ୍ତାକୁ ଗୋଟିଏ ବ୍ୟବହାର କରି ଯାତାୟତ କରିବା ପାଇଁ ବାଧ୍ୟ ଏହି ଦୁଇଟି ରାସ୍ତା ମଧ୍ୟରୁ ଅଧିକ ବ୍ୟବହୃତ ହେଉଥିବା ରାସ୍ତା ହେଉଛି ପାନପୋଷ ଠାରୁ ଉଦିତନଗର ପର୍ଯ୍ୟନ୍ତ ରାସ୍ତା ଏହା ବ୍ୟତୀତ ହକି ଛକଠାରୁ ହନୁମାନ ବାଟିକା ଦେଇ ରିଂ ରୋଡ୍ ଛକରେ ମିଶିଥିବା ରାସ୍ତାରେ ମଧ୍ୟ ଯାନବାହାନ ଚଳାଚଳ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ତେଣୁ ଏହାକୁ ଦୃଷ୍ଟିରେ ରଖି ୨୦୦୮ ମସିହାରେ ପ୍ରଥମେ ପାନପୋଷ ଛକଠାରୁ ଯାଇଥିବା ରାସ୍ତାକୁ ୪ ଲେନ୍ କରିବା ପାଇଁ ଯୋଜନା ହେଲା ଏବଂ ଏଥିପାଇଁ ଏକ ସଂସ୍ଥାକୁ ଠିକା ପ୍ରଦାନ କରାଗଲା ଏହି ରାସ୍ତାର ଆଇଟିଆଇ ଛକ ପର୍ଯ୍ୟନ୍ତ ଥିବା ରାସ୍ତା କାର୍ଯ୍ୟ ୨୦୧୦ ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଥିଲେ ସୁଦ୍ଧା ଅଦ୍ୟାବଧି ଏହା ସମ୍ଭବ ହୋଇପାରି ନାହିଁ
ଏଥିପାଇଁ ଗୋଟିଏ କାରଣ ଭାବେ ସରକାରୀ ମହାବିଦ୍ୟାଳୟ ସମ୍ମୁଖରେ ଥିବା ଦୁଇଟି ସ୍ଥାନରେ ରାସ୍ତା ତଳେ ପାଣିପାଇପ୍ ଯାଇଥିବାରୁ କିଛିମାସ ବ୍ୟବଧାନ ଅନ୍ତରରେ ଏହି ରାସ୍ତାର କିଛି ଅଂଶ ଦବି ଯାଉଛି ସେହିପରି ପାନପୋଷ ଛକ ନିକଟରେ ପାନପୋଷ ବସ୍ତି ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ସେହି ଏକା କାରଣରୁ ଅଧାପନ୍ତରିଆ ଅବସ୍ଥାରେ ରହିଛି ଏହି ରାସ୍ତା ତଳ ଦେଇ ବହୁ ବର୍ଷ ଆଗରୁ ପାଣିପାଇପ୍ ଯାଇଥିବାରୁ ରାସ୍ତା ନିର୍ମାଣ ସମୟରେ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ସହିତ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରିବାର ଆବଶ୍ୟକତା ରହିଥିଲା କିନ୍ତୁ ଏଥିପ୍ରତି ସରକାରୀ ଅଧିକାରିମାନେ ଗୁରୁତ୍ବ ପ୍ରଦାନ କରୁ ନଥିବାରୁ ରାସ୍ତାର ଉପରୋକ୍ତ ଅଂଶ ନିର୍ମାଣ ସମ୍ପୂର୍ଣ୍ଣ କେବେ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ସେହିଭଳି ପରବର୍ତ୍ତୀ ସମୟରେ ଏହି ରାସ୍ତାର ଆଇଟିଆଇ ଛକରୁ ଉଦିତନଗର ପର୍ଯ୍ୟନ୍ତ ରାସ୍ତାର ୪ ଲେନ୍ ପାଇଁ ଠିକା ଦିଆଯାଇ ତାହାର ଧାର୍ଯ୍ୟ ନିର୍ମାଣ ଅବଧି ସରିବାକୁ ବସିଥିଲେ ସୁଦ୍ଧା ଏହା ଅସମ୍ପୂର୍ଣ୍ଣ ରହିଛି ଏହି ରାସ୍ତାର ଏକ୍ସିସ ବ୍ୟାଙ୍କ୍ରୁ ନେଇ ମେ ଫେଆର୍ ହୋଟେଲ୍ ଛକ ପର୍ଯ୍ୟନ୍ତ ଥିବା ଅଂଶ ଏବେ ଅସମ୍ପୂର୍ଣ୍ଣ ରହିଛି ଏହାଫଳରେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଯାନବାହାନ ଚଳାଚଳ କରିବାରେ ଅନେକ ଅସୁବିଧା ହେଉଥିବା ସହ ରାସ୍ତାରେ ଉଡ଼ୁଥିବା ଧୁଳି ଯୋଗୁଁ ସମୟ ସମୟରେ ଦୁର୍ଘଟଣାମାନ ଘଟୁଛି ଏହା ବ୍ୟତୀତ ଏହି ରାସ୍ତାର ଦୁଇପାର୍ଶ୍ବରେ ବର୍ଷାଜଳ ନିଷ୍କାସନ ପାଇଁ ନିର୍ମିତ ହେଉଥିବା ନାଳ କାର୍ଯ୍ୟ ମଧ୍ୟ ଅସମ୍ପୂର୍ଣ୍ଣ ରହିଛି ଏହାଫଳରେ ନାଳ ନିର୍ମାଣ ହେଉଥିବା ଅଞ୍ଚଳରେ ଗମନାଗମନ ବାଧାପ୍ରାପ୍ତ ହେଉଛି ସେହିପରି ଏହି ରାସ୍ତାର ଦୁଇପାର୍ଶ୍ବରେ ଥିବା ପୁରାତନ ବୃକ୍ଷସବୁ କଟା ହୋଇଯିବା ଯୋଗୁଁ ଏହି ରାସ୍ତାରେ ପ୍ରବଳ ଖରା ସମୟରେ ଯାତାୟତ କରିବା ବିପଦଜନକ ହେବାର ଆଶଙ୍କା ରହିଛି ଏହା ବ୍ୟତୀତ ରାସ୍ତାର ଦୁଇପାର୍ଶ୍ବରେ ଯାନବାହାନ ରଖିବା (ପାର୍କିଂ) ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଆଗାମୀ ଦିନରେ ଏନେଇ ମଧ୍ୟ ସମସ୍ୟା ଜଟିଳ ହେବାର ସମ୍ଭାବନା ରହିଛି
ଅପର ପକ୍ଷରେ ୨୦୧୦ ମସିହାରୁ ହକି ଛକଠାରୁ ରିଂ ରୋଡ୍ ପର୍ଯ୍ୟନ୍ତ ରାସ୍ତାର ଦୋହରାକରଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ତାହା ମଧ୍ୟ ଅସମ୍ପୂର୍ଣ୍ଣ ରହିଛି ଏହି ରାସ୍ତାର ହନୁମାନ ବାଟିକା ସମ୍ମୁଖରେ କୌଣସି ପାର୍କିଂ ବ୍ୟବସ୍ଥା ନଥିବାରୁ ସମସ୍ୟା ସୃଷ୍ଟି ହେଉଛି ସେହିପରି ଏହି ରାସ୍ତାର ବଣିକ ସଂଘ କାର୍ଯ୍ୟାଳୟ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟ ସମ୍ମୁଖସ୍ଥ ଭାଗରେ ନିର୍ମିତ ରାସ୍ତା ବେଶ୍ କିଛି ମାସ ଧରି ଅଧାପନ୍ତରିଆ ହୋଇ ପଡ଼ିରହିଛି ଏହା ବ୍ୟତୀତ ଏହି ରାସ୍ତାର୍ ଆଉ କେତେକ ସ୍ଥାନରେ ବର୍ଷା ଜଳ ନିଷ୍କାସନ ପାଇଁ ନିର୍ମିତ ହେଉଥିବା ନାଳ ଅସମ୍ପୂର୍ଣ୍ଣ ରହିଛି ସେହିପରି ରିଂ ରୋଡ୍ ଛକରୁ ହନୁମାନ ବାଟିକା ପର୍ଯ୍ୟନ୍ତ ଖଣ୍ଡରେ ପୂର୍ବରୁ ଥିବା ଆର୍ଏସ୍ପିର ପାଚେରୀକୁ ରାସ୍ତା ନିର୍ମାଣ ପାଇଁ ଭାଙ୍ଗି ଦିଆଯାଇଥିଲାବେଳେ ତାହା ପୁନନିର୍ମିତ ହୋଇନାହିଁ ଏହାଦ୍ବାରା ରାସ୍ତାରେ ଯାତାୟତ ଅଧିକ ବିପଦସଙ୍କୁଳ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି ଏହି ରାସ୍ତାର ଅନେକ ସ୍ଥାନରେ ପିଚୁ ଉଠି ଯାଇଥିବାରୁ ଆସନ୍ତା ବର୍ଷା ଋତୁ ପୂର୍ବରୁ ଏହା ମରାମତି ନକଲେ ପରିସ୍ଥିତି ଜଟିଳ ହେବ ବୋଲି ଜଣାପଡ଼ିଛି ଏହା ବ୍ୟତୀତ ରାସ୍ତାର ଦୁଇମୁଣ୍ଡ ଯଥା ହକି ଛକ ଏବଂ ରିଂ ରୋଡ଼ ଛକ ନିକଟରେ ଆବଶ୍ୟକ ସମତୁଲ ହୋଇ ନଥିବାରୁ ଯାତାୟତରେ ସମସ୍ୟା ସୃଷ୍ଟି ହେଉଛି ସେହିଭଳି ହନୁମାନ ବାଟିକା ପାଚେରୀ ସରିବା ପରେ ଏସ୍ଟିଆଇ ଛକକୁ ସଂଯୋଗ କରୁଥିବା ଏହି ରାସ୍ତାର ଛକର ଅବସ୍ଥା ମଧ୍ୟ ଭଲ ନୁହେଁ ତେଣୁ ମୋଟ ଉପରେ ଦେଖିବାକୁ ଗଲେ ରାଉରକେଲା ସହରକୁ ପ୍ରବେଶ କରିବା ପାଇଁ ଦୁଇ ମୁଖ୍ୟ ରାସ୍ତାର ଦୋହରାକରଣ ଫଳରେ ଯାନବାହାନ ଚଳାଚଳରେ ସୁବିଧା ହେବାକୁ ଥିଲାବେଳେ ଏହା ଏବେ ଅଧିକ ସମସ୍ୟା ସୃଷ୍ଟି କରିଛି ଏବଂ ଏହି ସମସ୍ୟାର ସମାଧାନ କେବେ ହେବ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ
ସହରର ଅନ୍ୟତମ ପ୍ରମୁଖ ରାସ୍ତା ହେଉଛି ଏସ୍ଟିଆଇ ଛକରୁ ଉଦିତନଗର ପର୍ଯ୍ୟନ୍ତ ରାସ୍ତା ଏହି ରାସ୍ତାର ବାସନ୍ତୀ କଲୋନୀ ଛକ ନିକଟରେ ଫ୍ଲାଏ ଓଭର ପାଇଁ ନିର୍ମାଣ କାର୍ଯ୍ୟ ଏକ ବର୍ଷରୁ ଊର୍ଦ୍ଧ୍ବ ଧରି ଚାଲିଥିଲେ ମଧ୍ୟ ଏହା କେବେ ସମ୍ପୂର୍ଣ୍ଣ ହେବେ ତାହା ଜଣାନାହିଁ ଏହା ଫଳରେ ଉଦିତନଗରରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣମାନେ ବେଶ୍ ଅସୁବିଧାର ସମ୍ମୁଖୀନ ହେଉଥିଲାବେଳେ ଏହା ପାର୍ଶ୍ବରେ ଥିବା ଦୋକାନଗୁଡ଼ିକର ଅବସ୍ଥା ବେହାଲ୍ ରହିଛି ଦୀର୍ଘଦିନ ଧରି ରାସ୍ତାକାର୍ଯ୍ୟ ଚାଲୁଥିବାରୁ ଏହି ବ୍ୟସ୍ତବହୁଳ ରାସ୍ତାରେ ଯାତାୟତ ବ୍ୟବସ୍ଥା ବିଶେଷ ପ୍ରଭାବିତ ହୋଇଥିଲେ ସୁଦ୍ଧା ଏ ନେଇ ସ୍ଥାନୀୟ ପ୍ରଶାସନର କୌଣସି ଚିନ୍ତା ନଥିବା ଜଣାପଡ଼ିଛି
ସେହିଭଳି ଇସ୍ପାତ ସହର ଦେଇ ଯାଇଥିବା ଜାତୀୟ ରାଜପଥର ହକି ଛକରୁ ପାନପୋଷ ଛକ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥାକୁ ଅନ୍ୟ ଏକ ଉଦାହରଣ ଭାବେ ନିଆଯାଇପାରେ ଏହି ରାଜପଥର ଦୁଇପାର୍ଶ୍ବକୁ ପ୍ରଶସ୍ତ କରିବା ସହିତ ଦୁଇପାର୍ଶ୍ବରେ ଜଳ ନିଷ୍କାସନ ନିମନ୍ତେ ନାଳ ନିର୍ମାଣ କାର୍ଯ୍ୟ ବେଶ୍ କିଛିମାସ ଧରି ଚାଲିଛି ଏହା ଫଳରେ ରାସ୍ତାରେ ବଡ଼ବଡ଼ ଯାନବାହାନ ଚଳାଚଳ ସମୟରେ ଅନେକ ସମସ୍ୟା ସୃଷ୍ଟି ହେବା ସହ ଅସମ୍ପୂର୍ଣ୍ଣ ବା ନିର୍ମାଣାଧିନ ରାସ୍ତାରେ ଅନେକ ସମୟରେ ଭିଡ଼ ଜମୁଛି ସେହିପରି ପାନପୋଷ ଛକରୁ ଟିସିଆଇ ଛକ ପର୍ଯ୍ୟନ୍ତ ଯାଇଥିବା ଜାତୀୟ ରାଜପଥ ବିଶେଷ କରି ଏହି ଖଣ୍ଡରେ ଥିବା ବ୍ରାହ୍ମଣୀ ସେତୁ ଦୁର୍ବଳ ଥିବାରୁ ଅନେକ ସମୟରେ ଏହି ରାସ୍ତାରେ ଭିଡ଼ ଲାଗି ରହିବା ଫଳରେ ଯାତାୟତ ବ୍ୟବସ୍ଥା ପ୍ରଭାବିତ ହେବା ସହିତ ସାଧାରଣ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି
ତେଣୁ ମୋଟାମୋଟି ଭାବେ ଦେଖିବାକୁ ଗଲେ ରାଉରକେଲା ସହରକୁ ପ୍ରବେଶ କରିବା ନିମନ୍ତେ ଥିବା ରାସ୍ତା ସମୁହର ଅବସ୍ଥା ସମ୍ପ୍ରତି ଚିନ୍ତାଜନକ ଭାବେ ରହିଛି ଏଭଳି ସ୍ଥିତିରେ ଆଗାମୀ ବର୍ଷା ଋତୁ ପୂର୍ବରୁ ଏହି ସମସ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନହୋଇପାରିଲେ ପରିସ୍ଥିତି ଅଧିକ ଖରାପ ହେବା ସଙ୍ଗେ ସଙ୍ଗେ ସାଧାରଣ ଯାତାୟତ ବ୍ୟବସ୍ଥା ଅଧିକ ପ୍ରଭାବିତ ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି ଗୋଟିଏ ପଟେ ୨୦୦୮ ମସିହାରୁ ରାଉରକେଲା ପୌରପାଳିକାର ଶାସନ କ୍ଷମତା ଶାସକ ଦଳ ହାତରେ ଥିଲାବେଳେ ପ୍ରାୟ ୧୦ ମାସ ଧରି ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଦାୟିତ୍ବ ସମ୍ଭାଳିଛନ୍ତି ରାଉରକେଲାର ବିଧାୟକ ତେଣୁ ସ୍ବାଭାବିକ ଭାବେ ସହରର ମୁଖ୍ୟ ରାସ୍ତାର ଏଭଳି ସ୍ଥିତିକୁ ସୁଧାରିବା ନିମନ୍ତେ ପୌରପାଳିକା ଏବଂ ମନ୍ତ୍ରୀଙ୍କର ଗୁରୁଦାୟିତ୍ବ ରହିଛି ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଏବଂ ପୌରପାଳିକା ପରସ୍ପର ମଧ୍ୟରେ ସମନ୍ବୟ ଏବଂ ସହଯୋଗ ରକ୍ଷା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବି ହେଉଛି
muncipal corporation is the only solution