Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
December 2021
M T W T F S S
     
 12345
6789101112
13141516171819
20212223242526
2728293031  

ଜିଲ୍ଲାର ବିକାଶ ଓ ଉନ୍ନୟନରେ ରାଉରକେଲା ଉନ୍ନୟନ ବିଫଳ

Date : June 19th, 2012
Share : | More

ରାଉରକେଲା: ୧୯୯୫ ମସିହାରେ ରାଉରକେଲା ଆଞ୍ଚଳିକ ଉନ୍ନୟନ ସଂସ୍ଥାକୁ ପରିବର୍ତ୍ତନ କରି ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ(ଆର୍‌ଡ଼ିଏ)ରେ ପରିଣତ କରାଯାଇଥିଲା୤ ସେହି ସମୟରେ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାର ବିଶେଷ କରି ୪ଟି ପୌରାଞ୍ଚଳରେ ହେବାକୁ ଥିବା ବିଭିନ୍ନ ଉନ୍ନୟନ ପ୍ରକ୍ରିୟା ଏହା ମାଧ୍ୟମରେ ପରିଚାଳିତ ହେବ ବୋଲି ନିଷ୍ପତ୍ତି ହୋଇଥିଲା୤ ଏହା ମଧ୍ୟରୁ ବିଶେଷ କରି ଜିଲ୍ଲାର ବିଭିନ୍ନ ସହରାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ପାଇଁ ସୁଲଭ ବାସୋପଯୋଗୀ ଗୃହ ବା ପ୍ଲଟ୍‌ ଯୋଗାଇଦେବା ସହିତ ସହରାଞ୍ଚଳ ଅଧିବାସୀମାନଙ୍କର ସୁବିଧା ପାଇଁ ଅନ୍ୟାନ୍ୟ ବ୍ୟବସ୍ଥା କରିବା ମଧ୍ୟ ଆର୍‌ଡିଏର ଦାୟିତ୍ବ ବୋଲି ଉଲ୍ଲେଖ ରହିଥିଲା୤ ସେହିପରି ୧୯୯୫ ମସିହାରେ ଏହି ସଂସ୍ଥା ଗଠନ ହୋଇଥିଲାବେଳେ ଏହାର ଅଧ୍ୟକ୍ଷ ଭାବେ ରାଜ୍ୟ ନଗରଉନ୍ନୟନ ମନ୍ତ୍ରୀଙ୍କୁ ରଖାଯାଇଥିଲାବେଳେ ଉପାଧ୍ୟକ୍ଷ ଭାବେ ସୁନ୍ଦରଗଡ଼ ଜିଲ୍ଲାପାଳ ରହିଥିଲେ୤ କିନ୍ତୁ ଏହି ଧାରାରେ ପରିବର୍ତ୍ତନ ଘଟାଇ ୨୦୧୦ ନଭେମ୍ବର ମାସରେ ବଣାଇର ପୂର୍ବତନ ବିଧାୟକ ଦୟାନିଧି କିସାନଙ୍କୁ ଆର୍‌ଡିଏ ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଥିଲା୤ ଏହା ପରେ ଆଶା କରାଯାଉଥିଲା ଜଣେ ରାଜନୈତିକ ନେତା ଏହି ପଦବୀରେ ଅବସ୍ଥାପିତ ହେଲା ପରେ ଆର୍‌ଡ଼ିଏ ପରିଚାଳନାରେ ସୁଧାର ଆସିବ୤ କିନ୍ତୁ ଇତିମଧ୍ୟରେ ପ୍ରାୟ ୨୦ ମାସ ବିତିଯାଇଥିଲେ ସୁଦ୍ଧା ଆର୍‌ଡ଼ିଏ ପରିଚାଳନାରେ କୌଣସି ଆଖିଦୃଶିଆ ସୁଧାର ଆସିନାହିଁ୤

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ସଂସ୍ଥାରେ ପୂର୍ବରୁ ଥିବା ପ୍ଲାନିଂ ମେମ୍ବରଙ୍କ ବଦଳି ପ୍ରାୟ ୪ ମାସତଳୁ ଏଠାରୁ ଅନ୍ୟତ୍ର ହୋଇଯାଇଥିଲେ ସୁଦ୍ଧା ତାଙ୍କ ସ୍ଥାନରେ ଏଠାରେ କାହାକୁ ନିଯୁକ୍ତି ମିଳିନାହିଁ୤ ସେହିପରି ପୂର୍ବତନ ପ୍ଲାନିଂ ମେମ୍ବରଙ୍କ ନାମରେ ଅନେକ ଦୁର୍ନୀତି ଅଭିଯୋଗ ହୋଇଥିଲାବେଳେ ସେହି ମହାଶୟ ନିଜର ଗୃହ ନିର୍ମାଣରେ ସରକାରୀ ଜମି ଜବରଦଖଲ କରିଥିବା ନେଇ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଥିଲେ୤ ତେଣୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘର ଖଣ୍ଡିଏ ନିର୍ମାଣ ପାଇଁ ସରକାରୀ ବ୍ୟବସ୍ଥା ଅନୁଯାୟୀ ନକ୍‌ସା ଅନୁମୋଦନ କରିବା ପାଇଁ କି ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ସହଜେ ଅନୁମେୟ୤

ଏହା ବ୍ୟତୀତ ରାଉରକେଲା ତତ୍କାଳୀନ ବିଧାୟକ ତଥା ରାଜ୍ୟ ଶିଳ୍ପମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସମୟରେ ସମଗ୍ର ରାଜ୍ୟରେ ଏକ ନୂତନ କିର୍ତ୍ତୀମାନ ସ୍ଥାପନ କରି ନିର୍ମିତ ହୋଇଥିବା ରାଉରକେଲା ବସ୍‌ ଟର୍ମିନାସ୍‌ ଆର୍‌ଡ଼ିଏକୁ ହସ୍ତାନ୍ତର କରାଯାଇଥିଲା୤ ଏହା ଦ୍ବାରା ବସ୍‌ ଟର୍ମିନାସ୍‌ଟି ସଠିକ ଭାବେ ପରିଚାଳିତ ହେବା ସଙ୍ଗେ ସଙ୍ଗେ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ମଧ୍ୟ ସଠିକ ଭାବେ ଆର୍‌ଡ଼ିଏ କରିବ ବୋଲି ଆଶା ବ୍ୟକ୍ତ କରାଯାଇଥିଲା୤ କିନ୍ତୁ ଆଜିର ଦିନରେ ଏହି ବସ୍‌ ଟର୍ମିନାସ୍‌ ମଧ୍ୟରେ ଥରେ ପଶିଗଲେ କୌଣସି ଜଣେ ସାଧାରଣ ଯାତ୍ରୀ ସେଠାରୁ କିପରି ବାହାରିବ ତାହା ହିଁ ଚିନ୍ତା କରୁଛି୤ କାରଣ ଏଠାରେ ଯାତ୍ରୀମାନଙ୍କ ପାଇଁ ବିଶୁଦ୍ଧ ପାଣି ଟୋପାଏ ମିଳିବା ଏବେ ସ୍ବପ୍ନ ହୋଇଥିଲାବେଳେ ଏଠାରେ ଥିବା ଶୌଚାଳୟ ଏବେ ଆବର୍ଜନାରେ ପରିପୂର୍ଣ୍ଣ୤ ସେହିପରି ଟର୍ମିନସ୍‌ର ମୁଖ୍ୟ ସୌଧର ଛାତରୁ ବିଭିନ୍ନ ସ୍ଥାନରୁ ବିଭିନ୍ନ ସମୟରେ ସିମେଣ୍ଟ ଖଣ୍ଡ ଖସି ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି୤ ଏହା ବ୍ୟତୀତ ଏଠାରେ ରହୁଥିବା ଦୂରଗାମୀ ବସ୍‌ଗୁଡ଼ିକ ପାଇଁ ସେମିତି କୌଣସି ବ୍ୟବସ୍ଥା ନଥିଲାବେଳେ ପୂର୍ବରୁ ଆରମ୍ଭ ହୋଇଥିବା କେତେକ ସୁବିଧା ଏବେ ମିଳୁନାହିଁ୤ ବିଭିନ୍ନ ଦୂରସ୍ଥାନକୁ ଯିବାଆସିବା କରୁଥିବା ଯାତ୍ରୀମାନଙ୍କ ନିରାପତ୍ତା ବାବଦରେ କୌଣସି ଧ୍ୟାନ ଦିଆ ନଯିବା ସହିତ ଏହି ସ୍ଥାନ ଏବେ ଦଲାଲ ଓ ଠକମାନଙ୍କ ପେଣ୍ଠ ସ୍ଥଳିରେ ପରିଣତ ହୋଇଛି୤ ସେହିପରି ଟର୍ମିନାସ୍‌ର ପ୍ରବେଶ ଓ ପ୍ରସ୍ଥାନ ପଥ ରାସ୍ତାରେ କୁଢ଼କୁଢ଼ ଆବର୍ଜନା ସହିତ ଦୂଷିତପାଣିର ଧାର ସର୍ବଦା ବହୁଛି୤ ଏଠାରେ ଯାତ୍ରୀମାନଙ୍କ ସୁବିଧା ପାଇଁ ବ୍ୟବସ୍ଥା ବାବଦରେ ଆର୍‌ଡ଼ିଏ ଅଧ୍ୟକ୍ଷ ଶ୍ରୀ କିସାନ ଏକାଧିକ ବାର ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ତାହା କାର୍ଯ୍ୟରେ ପରିଣତ ହୋଇପାରିନାହିଁ୤

ସେହିପରି ରାଉରକେଲା ପୌରାଞ୍ଚଳର ବିଭିନ୍ନ ସ୍ଥାନ ଯଥା ଛେଣ୍ଡ, ବାସନ୍ତୀ କଲୋନୀ ଆଦି ଅଞ୍ଚଳରେ ଆର୍‌ଡିଏ ପକ୍ଷରୁ ନିର୍ମିତ ଦୋକାନଘର ଏବଂ ବଜାରଗୁଡ଼ିକରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଛି୤ ଏହାର ସମାଧାନ ଦିଗରେ ମଧ୍ୟ ଆର୍‌ଡିଏ କର୍ତ୍ତୃପକ୍ଷ ଉଦାସୀନ ବୋଲି ବାରମ୍ବାର ଅଭିଯୋଗ ହେଉଛି୤ ଅନ୍ୟପକ୍ଷରେ ଦିନକୁ ଦିନ ରାଉରକେଲା ଏବଂ ଆଖପାଖ ଅଞ୍ଚଳରେ ଲୋକସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରୁ ଏଠାରେ ଖଣ୍ଡିଏ ବାସୋପଯୋଗୀ ପ୍ଲଟ୍‌ ବା ଘରର ଆବଶ୍ୟକତା ଦିନକୁ ଦିନ ବୃଦ୍ଧି ପାଉଛି୤ ଏ ଦୃଷ୍ଟିରୁ ଆର୍‌ଡିଏ ପକ୍ଷରୁ ଏ ବାବଦରେ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ସମୟରେ ପ୍ରତିଶ୍ରୁତି ଦିଆଯାଉଥିଲେ ମଧ୍ୟ ତାହା ସଫଳ ହୋଇପାରିନାହିଁ୤ ଏହା ବ୍ୟତୀତ ସହରରେ ଥିବା ବିଭିନ୍ନ ସରକାରୀ ଜାଗାରେ ଜବରଦଖଲ ଦିନକୁ ଦିନ ବୃଦ୍ଧି ପାଉଥିଲାବେଳେ ଆର୍‌ଡିଏ କର୍ତ୍ତୃପକ୍ଷଙ୍କୁ ଗୃହ ନିର୍ମାଣ ପାଇଁ ଜମି ମିଳୁ ନଥିବା କହିବା କେତେଦୂର ସତ୍ୟ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି୤

ସେହିଭଳି ରାଉରକେଲା ପୌରପାଳିକା ବ୍ୟତୀତ ସୁନ୍ଦରଗଡ଼, ବୀରମିତ୍ରପୁର ଓ ରାଜଗାଙ୍ଗପୁର ପୌରପାଳିକାର ବିଭିନ୍ନ ବିକାଶ ମଧ୍ୟ ଆର୍‌ଡ଼ିଏ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହେଉଛି୤ ରାଉରକେଲାରେ ଥିବା ଏହି ସଂସ୍ଥାର କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀମାନେ କେବଳ ନିଜ ହାତଚିକ୍କଣରେ ମାତିଥିଲାବେଳେ ସାଧାରଣଲୋକଙ୍କ ପାଇଁ ସେମାନଙ୍କର ଦାୟିତ୍ବ ପ୍ରତି ସମ୍ପୂର୍ଣ୍ଣ ଅଣଦେଖା କରୁଥିବା ନେଇ ଅଭିଯୋଗ ହେଉଛି୤ କେବଳ ମାର ମାର ଭଣ୍ଡାରିଆକୁ ମାର ନୀତିରେ ଏହି ସଂସ୍ଥାରେ ଦୂର୍ବଳ ଉପରେ ଅତ୍ୟାଚାର କରାଯାଉଥିବା ନେଇ କେତେକ ବ୍ୟକ୍ତି ଅଭିଯୋଗ କରିଛନ୍ତି୤ ଏବାବଦରେ ଅଧ୍ୟକ୍ଷ ଶ୍ରୀ କିସାନ ଅବଗତ ଥିଲେ ମଧ୍ୟ ସବୁ ଜାଣି ଚୁପ୍‌ ରହୁଥିବା ନେଇ ଅଭିଯୋଗ ହେଉଛି୤

ଅନ୍ୟପକ୍ଷରେ ୨୦୦୫ ମସିହା ବେଳକୁ ଆର୍‌ଡ଼ିଏ ଏକ ଦେବାଳିଆ ସଂସ୍ଥାରେ ପରିଣତ ହୋଇଥିଲା ଏବଂ ପ୍ରାୟ ୩ କୋଟି ଟଙ୍କାର ଋଣ ଏହା ମୁଣ୍ଡରେ ରହିଥିଲା୤ ସେହି ସମୟରେ ତତ୍କାଳିନ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଓ ଆର୍‌ଡ଼ିଏ ସଚିବ କାର୍ତ୍ତିକେୟନ ପାଣ୍ଡିଆନ୍‌ ଏହାର ପୁନରୁଦ୍ଧାର ପାଇଁ ଅନେକ ପଦକ୍ଷେପ ଗ୍ରହଣ କରି ଏହାକୁ ଏକ ଲାଭଜନକ ସଂସ୍ଥାରେ ପରିଣତ କରିଥିଲେ୤ ପରବର୍ତ୍ତୀ ସମୟରେ ଏହାର ସର୍ବେସର୍ବା ସାଜିଥିବା ବ୍ୟକ୍ତିମାନେ ଏହାର ପରିଚାଳନା ଉପରେ ଆବଶ୍ୟକ ଧ୍ୟାନ ଦେବାରେ ହେଳା କରିବାରେ ଲାଗିଛନ୍ତି୤ ଏଭଳି ସ୍ଥିତିରେ ଆର୍‌ଡ଼ିଏର ପୁନରୁଦ୍ଧାର ପାଇଁ ତୁରନ୍ତ ପଦକ୍ଷେପ ନିଆ ନଗଲେ ଏହା ଏକ ଦେବାଳିଆ ସଂସ୍ଥାରେ ପରିଣତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି୤ ବିଶେଷ କରି ରାଉରକେଲା ବିଧାୟକ ତଥା ନଗର ଉନ୍ନୟନ ମନ୍ତ୍ରୀ ସାରଦ ନାୟକଙ୍କ ମନ୍ତ୍ରୀ ପଦ ଯିବା ପରେ ଏହି ସଂସ୍ଥା କିପରି ତାର ପୂର୍ବ ଗୌରବ ଫେରି ପାଇବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି୤

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg