Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
March 2019
M T W T F S S
     
 123
45678910
11121314151617
18192021222324
25262728293031

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଧୁନିକୀକୃତ ଏବଂ ସମ୍ପ୍ରସାରିତ ଆର୍‌ଏସ୍‌ପି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ

Date : April 1st, 2015
Share : | More

ଆଇଜିଏଚ୍‌ ମେଡିକାଲ୍‌ କଲେଜ୍‌ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ୍‌ ହେବ – ପ୍ରଧାନମନ୍ତ୍ରୀ
ରାଉରକେଲା: ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀ ହେବାପରେ ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ଅବସରରେ ଆଧୁନିକୀକୃତ ଏବଂ ସମ୍ପ୍ରସାରିତ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି)କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହା ଫଳରେ ରାଉରକେଲା ଇସ୍ପାତ କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୨ନିୟୁତ ଟନ୍‌ରୁ ୪.୫ ନିୟୁତ ଟନ୍‌ରେ ପହଞ୍ଚିଛି। ଏହାସହିତ ୧୨ହଜାର କୋଟି ଟଙ୍କା ବ୍ୟୟରେ ହୋଇଥିବା ସମ୍ପ୍ରସାରିତ ଆର୍‌ଏସ୍‌ପିର ବିଭିନ୍ନ ନୂତନ ବିଭାଗଗୁଡ଼ିକୁ ସେ ବୁଲି ଦେଖିଥିଲେ। ପରେ ସ୍ଥାନୀୟ ବିମାନକ୍ଷେତ୍ର ନିକଟରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ ଗତବର୍ଷ ଅପ୍ରେଲ୍‌ ୪ତାରିଖରେ ନିର୍ବାଚନୀ ସଭାରେ ଦେଇଥିବା ପ୍ରତିଶ୍ରୁତିକୁ ମନେପକାଇଥିଲେ। ସେହି ପ୍ରତିଶ୍ରୁତି ମୁତାବକ ସେଲ୍‌ ଅଧିନସ୍ଥ ସ୍ଥାନୀୟ ଇସ୍ପାତ ଜେନେରାଲ୍‌ ହସ୍ପିଟାଲ୍‌କୁ ଏକ ମେଡିକାଲ୍‌ କଲେଜ୍‌ ତଥା ସୁପର ସ୍ପେଶିଆଲିଟି ହସ୍ପିଟାଲ୍‌ରେ ପରିଣତ କରାଯିବ ବୋଲି ସୂଚନା ଦେଇଥିଲେ। ସେହିପରି ଶିଳ୍ପ ନଗରୀ ରାଉରକେଲା ସହିତ ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ ହୋଇଥିବା ୧୪୩ନଂ ଜାତୀୟ ରାଜପଥ ଉପରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଖୁବ୍‌ଶୀଘ୍ର ନିର୍ମାଣ ହେବ ବୋଲି ସୂଚନା ଦେଇଥିଲେ। ଏହି ଅବସରରେ ରାଉରକେଲା ସହରକୁ ଏକ କ୍ଷୁଦ୍ର ଭାରତ ବୋଲି କହି ଏଠାରେ ଦେଶର ପ୍ରାୟ ସମସ୍ତ ଅଞ୍ଚଳର ଲୋକେ ବସବାସ କରୁଥିବାରୁ ଏହି ସହର ସମଗ୍ର ଦେଶରେ ଏକ ପ୍ରମୁଖ ସ୍ଥାନ ହାସଲ କରିଛି ବୋଲି କହିଥିଲେ। ରାଉରକେଲା ଇସ୍ପାତ କାରଖାନାର ଶ୍ରମିକମାନେ ଉତ୍ପାଦନ କରୁଥିବା ଇସ୍ପାତ ଆଜି ଦେଶର ପ୍ରତିରକ୍ଷା କ୍ଷେତ୍ରରେ ବିଶେଷ କରି ଟ୍ୟାଙ୍କ ଓ ଯୁଧ୍ୟ ଜାହାଜ ନିର୍ମାଣ କ୍ଷେତ୍ରରେ ବ୍ୟବହାର ହେବା ଗୌରବ ବିଷୟ। ଭାରତକୁ ଏକ ଶକ୍ତିଶାଳୀ ଦେଶ ତଥା ଇସ୍ପାତ ଭଳି ଦୃଢ କରିବା ପାଇଁ ରାଉରକେଲାର ମାଟିର ଯୋଗଦାନକୁ, ସେ ସ୍ମରଣ କରି ଏଠିକାର ଅଧିବାସୀମାନଙ୍କୁ ସାଧୁବାଦ ଜଣାଇଥିଲେ। ଆଜି ଓଡ଼ିଶା ପ୍ରତିଷ୍ଠା ଦିବସ ଅବସରରେ ନୂତନ ଓଡ଼ିଶା ନିର୍ମାଣର ବିନ୍ଧାଣୀମାନଙ୍କ ସହିତ ଆଧୁନିକ ଓଡ଼ିଶାର ନିର୍ମାତା ବିଜୁ ପଟ୍ଟନାୟକଙ୍କୁ ଏହି ଅବସରରେ ଶ୍ରୀ ମୋଦି ସ୍ମରଣ କରିବା ସହିତ ସେମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ତାଙ୍କ ନେତୃତ୍ୱରେ ପରିଚାଳିତ ସରକାର ବିଗତ ୧୦ମାସ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରହିଥିବା ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟରତ ରହିଛି। ଏହି କ୍ରମରେ ତାଙ୍କ ସରକାର ଆସିବା ପରେ ଓଡ଼ିଶାକୁ ଦିଆଯାଇଥିବା ଅଧିକ କେନ୍ଦ୍ରୀୟ ଅନୁଦାନ ଫଳରେ ଓଡ଼ିଶାର ବିକାଶ ଦିଗରେ ଅଧିକ ସୁଯୋଗ ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ତାଙ୍କ ସରକାରଙ୍କ ଦ୍ୱାରା ଜନଜାତିର ଲୋକମାନଙ୍କ ପାଇଁ କରାଯାଉଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ବାବଦରେ କହିଥିଲେ। ଓଡ଼ିଶାର ପ୍ରଗତିରେ ରାଉରକେଲା ତଥା ରାଉରକେଲା ଇସ୍ପାତ କାରଖାନାର ଏକ ପ୍ରମୁଖ ଭୂମିକା ରହିଛି ଏବଂ ରାଜ୍ୟର ଶିଳ୍ପ କ୍ଷେତ୍ରରେ ଆର୍‌ଏସ୍‌ପି ଏକ ମାଇଲଖୁଣ୍ଟ ବୋଲି। ଆଜିଭଳି ଏକ ପବିତ୍ର ଦିନରେ ପ୍ରଧାନମନ୍ତ୍ରୀ ରାଉରକେଲାକୁ ଗସ୍ତ କରି ସମ୍ପ୍ରସାରିତ ଆର୍‌ଏସ୍‌ପିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇ ଏକ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସୁସମ୍ପର୍କ ରହିବା ଆବଶ୍ୟକ ବୋଲି କହିଥିଲେ। ଏଥିରେ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଯୋଗଦେଇ, ଏକ ଆକଳନ ମୁତାବକ ୨୦୨୫ ସୁଦ୍ଧା ସେଲ୍‌ର ଉତ୍ପାଦନରେ ଆଖିଦୃଶିଆ ବୃଦ୍ଧି ସହିତ ଦେଶରେ ବାର୍ଷିକ ୩୦୦ ନିୟୁତ ଟନ୍‌ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ବିଷୟରେ କହିଥିଲେ। ଏଥିପାଇଁ ତାଙ୍କ ବିଭାଗ ପକ୍ଷରୁ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଗବେଷଣା ବିଶେଷ କରି କମ୍‌ ଖର୍ଚ୍ଚରେ ଉନ୍ନତମାନର ଇସ୍ପାତ ଉତ୍ପାଦନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି ବୋଲି କହିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ସ୍ୱାଗତ ଭାଷଣ ଦେଇଥିଲାବେଳେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ୨୦୧୦-୨୦୧୧ ବର୍ଷ ପାଇଁ ଟାଟା ଷ୍ଟିଲ୍‌, ୨୦୧୧-୨୦୧୨ ବର୍ଷ ପାଇଁ ଭିଲାଇ ଇସ୍ପାତ କାରଖାନା ଓ ୨୦୧୨-୨୦୧୩ ବର୍ଷ ପାଇଁ ବିଜୟନଗର ସ୍ଥିତ ଜିନ୍ଦଲ୍‌ ଷ୍ଟିଲ୍‌କୁ ସ୍ୱତନ୍ତ୍ର ଟ୍ରଫି ଦେଇ ପ୍ରଧାନମନ୍ତ୍ରୀ ପୁରସ୍କୃତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ରାଜ୍ୟପାଳ ଏସ୍‌.ସି.ଜମିର୍‌, କେନ୍ଦ୍ର ଇସ୍ପାତ ଓ ଖଣି ରାଜ୍ୟ ମନ୍ତ୍ରୀ ବିଷ୍ଣୁ ଦେଓ ସାଇ, ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ୍‌, ସୁନ୍ଦରଗଡ଼ ଜିଲ୍ଲାର ରାଜ୍ୟସଭା ସାଂସଦ ଦିଲ୍ଲୀପ ତିର୍କୀ, ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଓ ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ, କେନ୍ଦ୍ର ଇସ୍ପାତ ସଚିବ ଓ ସେଲ୍‌ର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଗସ୍ତକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ୍‌ ସମେତ କେନ୍ଦ୍ରୀୟ ସୁରକ୍ଷା ବଳ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ସଭାରେ ରାଉରକେଲା ତଥା ଆଖପାଖ ଅଞ୍ଚଳରୁ ହଜାର ହଜାର ଲୋକ ଯୋଗଦେଇଥିଲାବେଳେ ସଭାକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା।

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg