Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ରାଉରକେଲା ବିମାନ କ୍ଷେତ୍ର ନିୟମିତ ବିମାନ ବନ୍ଦରରେ ପରିଣତ ହେବ କେବେ ?

Date : August 4th, 2015
Share : | More

ରାଉରକେଲା: ଓଡ଼ିଶାରେ ବର୍ତ୍ତମାନ ଏକାଧିକ ବିମାନ କ୍ଷେତ୍ର ରହିଥିଲାବେଳେ ତାହା ମଧ୍ୟରୁ ଭୁବନେଶ୍ୱର ସ୍ଥିତ ବିଜୁପଟ୍ଟନାୟକ ବିମାନ ବନ୍ଦର ହେଉଛି ଏକମାତ୍ର ସବୁଦିନିଆ ବିମାନ ବନ୍ଦର। ଏହାପରେ ସମଗ୍ର ରାଜ୍ୟରେ ବ୍ୟବହୃତ ଅବସ୍ଥାରେ ଥିବା ଦ୍ୱିତୀୟ ବିମାନ କ୍ଷେତ୍ର ହେଉଛି ରାଉରକେଲା। ସମ୍ପ୍ରତି ଏହି ବିମାନ କ୍ଷେତ୍ର ଘରୋଇ ଲାଇସେନ୍ସ ଅଧିନରେ ରହିଛି ଏବଂ ଏହାର ପରିଚାଳନା ତଥା ଦେଖାରେଖା ସେଲ୍‌ ଅଧିନସ୍ଥ ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ହେଉଛି। ବେଶ୍‌ କିଛିବର୍ଷ ହେଲା ଏହି ବିମାନ କ୍ଷେତ୍ର ମାଧ୍ୟମରେ ଏକାଧିକ ଘରୋଇ ଓ ସରକାରୀ ବିମାନ ଚଳାଚଳ କରୁଛି। କିନ୍ତୁ ସମସ୍ତ ସୁବିଧା ସୁଯୋଗ ଥାଇ ସୁଦ୍ଧା ଏହି ବିମାନ କ୍ଷେତ୍ରକୁ ଏକ ସବୁଦିନିଆ ବିମାନ କ୍ଷେତ୍ରରେ ପରିଣତ କରାଯାଇପାରିନାହିଁ। ଚଳିତ ବର୍ଷ ମଇମାସରେ ସେଲ୍‌- ଆର୍‌ଏସପିକୁ ପ୍ରଦତ୍ତ ଘରୋଇ ଲାଇସେନ୍ସ ଅବଧି ସମାପ୍ତ ପରେ ଏହା ପୁନର୍ବାର ୨ବର୍ଷ ପାଇଁ ନବୀକୃତ ହୋଇସାରିଛି। ଏହି ଲାଇସେନ୍ସ ନବୀକରଣ ପୂର୍ବରୁ ଏହି ବିମାନକ୍ଷେତ୍ରକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧିନକୁ ଅଣାଯିବା ପାଇଁ କୌଣସି ନିର୍ଦ୍ଦେଶନାମା ନ ଆସିବାରୁ ସେଲ୍‌ କର୍ତ୍ତୃପକ୍ଷ ଲାଇସେନ୍ସର ନବୀକରଣ ପ୍ରକ୍ରିୟା କରିଛନ୍ତି ବୋଲି ଆର୍‌ଏସ୍‌ପିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତରୁ ପ୍ରକାଶ।

ଚଳିତ ବର୍ଷ ଏବଂ ୨୦୧୪ ମସିହାରେ ଏକାଧିକ ଥର ଏହି ବିମାନ କ୍ଷେତ୍ରକୁ ଏକ ସବୁଦିନିଆ ବିମାନ କ୍ଷେତ୍ରରେ ପରିଣତ କରିବା ପାଇଁ ବିଭିନ୍ନ ସମୟରେ କେନ୍ଦ୍ର ବେସାମରିକ ବିମାନ ମନ୍ତ୍ରଣାଳୟର ଅଧିକାରୀମାନେ ପରିଦର୍ଶନ କରିସାରିଛନ୍ତି। ଚଳିତ ବର୍ଷ ଅପ୍ରେଲ୍‌ ୧ ତାରିଖରେ ରାଉରକେଲାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ସମୟରେ ଏହି ବିମାନ କ୍ଷେତ୍ରକୁ ସବୁଦିନିଆ ବିମାନ କ୍ଷେତ୍ରରେ ପରିଣତ ପାଇଁ ଘୋଷଣା ହେବ ବୋଲି ସ୍ଥାନୀୟ ଭାଜପା ବିଧାୟକ ତଥା ନେତାମାନେ ଆଶାବାଦୀ ଥିଲେ ମଧ୍ୟ ତାହା ନିରାଶାରେ ପରିଣତ ହୋଇଥିଲା। ରାଉରକେଲାର ଭାଜପା ବିଧାୟକ ଦିଲ୍ଲୀପ ରାୟ ଓ ସୁନ୍ଦରଗଡ଼ ଜିଲ୍ଲାର ଲୋକସଭା ସଦସ୍ୟ ତଥା କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ରାଉରକେଲା ବିମାନ କ୍ଷେତ୍ରକୁ ସବୁଦିନିଆ ବିମାନ କ୍ଷେତ୍ରରେ ପରିଣତ ପାଇଁ ପଦକ୍ଷେପ ନେଉଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ହୋଇଛି। ଏତେସବୁ ସତ୍ତ୍ୱେ ଏକଦା ଅବ୍ୟବହୃତ ହୋଇ ପଡ଼ିରହିଥିବା ସୁନ୍ଦରଗଡ଼ ଜିଲ୍ଲା ସଦର ମହକୁମାଠାରୁ ଅଳ୍ପ ଦୂରରେ ଅବସ୍ଥିତ ଝାରସୁଗୁଡ଼ା ବିମାନ କ୍ଷେତ୍ରର ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ସହଯୋଗ ମଧ୍ୟ ଦେଉଛନ୍ତି। କିନ୍ତୁ ସମସ୍ତ ସୁବିଧା ସହିତ ବ୍ୟବହୃତ ଅବସ୍ଥାରେ ଥିବା ରାଉରକେଲା ବିମାନ କ୍ଷେତ୍ରର ବିକାଶ ସହିତ ଏହାକୁ ସବୁଦିନିଆ ବିମାନ କ୍ଷେତ୍ରରେ ପରିଣତ କରିବା ପାଇଁ ଆଜିଯାଏ କୌଣସି ପଦକ୍ଷେପ ନିଆଯାଇନାହିଁ। ସମ୍ପ୍ରତି ସୁନ୍ଦରଗଡ଼ ଜିଲ୍ଲାରୁ ୨ଜଣ ରାଜ୍ୟରେ ଶାସନ କରୁଥିବା ବିଜୁ ଜନତା ଦଳର ବିଧାୟକ ଥିଲେ ମଧ୍ୟ ଏ ନେଇ କୌଣସି ଦିନ ବିବୃତି ବା ପଦକ୍ଷେପ ନେଇ ନାହାଁନ୍ତି।

ଇତିମଧ୍ୟରେ ରାଉରକେଲା ଇସ୍ପାତ କାରଖାନା ସମ୍ପ୍ରସାରିତ ହେବା ସହିତ ଏଠାରେ ଥିବା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ଅନେକ କ୍ଷେତ୍ରରେ ଅଗ୍ରଗତି କରୁଛି। ଏହା ବ୍ୟତୀତ ରାଉରକେଲା ଏବଂ ଆଖପାଖ ଅଞ୍ଚଳରେ ଏକାଧିକ ଶିକ୍ଷାନୁଷ୍ଠାନ ଓ ଶିଳ୍ପ ସଂସ୍ଥା ରହିଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ କୋଲ୍‌କାତା ବିମାନ ବନ୍ଦର ସହିତ ଯୋଡ଼ି ଏହି ବିମାନ କ୍ଷେତ୍ର ମାଧ୍ୟମରେ ବିମାନ ଚଳାଚଳ କରାଯିବାରେ ବିଶେଷ କିଛି ଅସୁବିଧା ନାହିଁ। ଏହା ସହିତ ଏଠାରୁ ଅଳ୍ପ ଦୂରରେ ଅବସ୍ଥିତ ରାୟପୁର ଓ ରାଞ୍ଚି ବିମାନ ବନ୍ଦର ସହିତ ବୁବନେଶ୍ୱର ଓ କୋଲ୍‌କାତା ବିମାନ ବନ୍ଦରକୁ ସଂଯୋଗ କରି ବିମାନ ଚଳାଚଳ ବ୍ୟବସ୍ଥା ହେଲେ ଏହା ବ୍ୟବସାୟିକ ଦୃଷ୍ଟିକୋଣରୁ ଲାଭଦାୟକ ହୋଇପାରିବ। କିନ୍ତୁ ଏ ବାବଦରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି। ସେହିପରି ଏ ବାବଦରେ ସୁନ୍ଦରଗଡ଼ ଜିଲ୍ଲାର ନିର୍ବାଚିତ ଲୋକ ପ୍ରତିନିଧିମାନେ ଆବଶ୍ୟକ ସ୍ୱର ଉତ୍ତୋଳନ କରିନାହାଁନ୍ତି। କିଛିମାସ ତଳେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ରାଉରକେଲାଠାରେ ବିମାନ ଇନ୍ଧନ ଭରିବା କାର୍ଯ୍ୟ ପାଇଁ ବ୍ୟବସ୍ଥା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେ ନେଇ କୌଣସି ପ୍ରକ୍ରିୟା ଆଜିଯାଏ ଏଠାରେ ହୋଇନାହିଁ।

ଏଭଳି ସ୍ଥିତିରେ ରାଉରକେଲାଠାରୁ ଅଳ୍ପ ଦୂରରେ ଅବସ୍ଥିତ ଝାରସୁଗୁଡ଼ା ବିମାନ କ୍ଷେତ୍ରକୁ ସବୁଦିନିଆ ବିମାନ କ୍ଷେତ୍ରରେ ପରିଣତ ପାଇଁ ନିଆଯାଇଥିବା ପଦକ୍ଷେପ ପରି ରାଉରକେଲା ବିମାନ କ୍ଷେତ୍ରକୁ ମଧ୍ୟ ସବୁଦିନିଆ ବିମାନ କ୍ଷେତ୍ରରେ ପରିଣତ ପାଇଁ ଦଳ ମତ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଏହା ହୋଇପାରିଲେ ସମସ୍ତ ସୁବିଧା ଓ ସୁଯୋଗ ଥିବା ରାଉରକେଲା ବିମାନ କ୍ଷେତ୍ର ଦେଶର ଅନ୍ୟ ବିମାନ କ୍ଷେତ୍ର ସହିତ ଯାତ୍ରୀ ପରିବହନ ପାଇଁ ଯୋଡ଼ା ଯିବାରେ କୌଣସି ସମସ୍ୟା ରହନ୍ତା ନାହିଁ। ଯାହାଫଳରେ ରାଜ୍ୟର ଦ୍ୱିତୀୟ ବିମାନ କ୍ଷେତ୍ର ଭାବେ ରାଉରକେଲାର ପରିଚିତ ସୃଷ୍ଟି ହେବା ସହିତ ଏହି ଅଞ୍ଚଳର ବିକାଶ ଓ ଉନ୍ନୟନ ମଧ୍ୟ ବଢିପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg