Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
May 2019
M T W T F S S
     
 12345
6789101112
13141516171819
20212223242526
2728293031  

ରାଉରକେଲା ମହାନଗର ନିଗମ ଗଠନର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ

Date : February 16th, 2016
Share : | More

* ଅଢ଼େଇ ବର୍ଷ ହେଲା ନଗର ପାଳିକାରେ ନାହାଁନ୍ତି ନିର୍ବାଚିତ ପ୍ରତିନିଧି *
ରାଉରକେଲା: ଓଡ଼ିଶାର ସଂଖ୍ୟାଧିକ ପୌରପାଳିକା ଓ ବିଜ୍ଞାପିତ ପରିଷଦରେ ୨୦୦୮ରେ ନିର୍ବାଚିତ ହୋଇଥିବା ପ୍ରତିନିଧିମାନଙ୍କର କାର୍ଯ୍ୟକାଳ ସରିବା ପରେ ନୂତନ ପ୍ରତିନିଧିମାନଙ୍କ ପାଇଁ ନିର୍ବାଚନ ୨୦୧୩ ମସିହା ସେପ୍ଟେମ୍ବର-ଅକ୍ଟୋବର୍‌ ମାସରେ ହୋଇଥିଲା। ସେହି ସମୟରେ ସୁନ୍ଦରଗଡ଼ ଜିଲ୍ଲାର ୪ଟି ପୌରାଞ୍ଚଳ ମଧ୍ୟରୁ ରାଉରକେଲା ବ୍ୟତୀତ ଅନ୍ୟ ସବୁ ପୌରାଞ୍ଚଳ ପାଇଁ ନିର୍ବାଚନ ହୋଇ ବିଭିନ୍ନ ୱାର୍ଡରୁ ପ୍ରତିନିଧିମାନେ ନିର୍ବାଚିତ ହେବା ସହିତ ପୌରାଧ୍ୟକ୍ଷ ଓ ଉପାଧ୍ୟକ୍ଷ ମଧ୍ୟ ନିର୍ବାଚିତ ହୋଇଥିଲେ। ସେହି ସମୟରେ ରାଉରକେଲାକୁ ମହାନଗର ନିଗମ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଏଠାରେ ଥିବା ପୌରପାଳିକା ପାଇଁ ନିର୍ବାଚନ କରାଯାଇ ନଥିଲା। ପରେ ନଭେମ୍ବର ୨୦୧୩ ମସିହାରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ମୁତାବକ ରାଉରକେଲାକୁ ମହାନଗର ନିଗମରେ ପରିଣତ କରାଯିବା ନେଇ ଘୋଷଣା ହୋଇଥିଲା।ସେହି ସମୟରେ ଏହି ପ୍ରସ୍ତାବିତ ମହାନଗର ମଧ୍ୟରେ ରାଉରକେଲା ପୌରପାଳିକା ସମେତ ଅନ୍ୟ ୬ଟି ଗ୍ରାମ ପଞ୍ଚାୟତକୁ ସାମିଲ କରାଯିବା ବାବଦରେ ସୂଚନା ଦିଆଯାଇଥିଲା।

ପରବର୍ତ୍ତୀ ସମୟରେ ସୁନ୍ଦରଗଡ଼ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବଂ ଏହି ଜିଲ୍ଲା ସମ୍ବିଧାନର ୫ମ ଅନୁଚ୍ଛେଦ ମୁତାବକ ରହିଥିବାରୁ ମହାନଗର ନିଗମ ଗଠନ ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ୬ଟି ଗ୍ରାମ ପଞ୍ଚାୟତକୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ୨୦୧୪ ମସିହା ନଭେମ୍ବର ୧୪ ତାରିଖ ଦିନ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ମୁତାବକ ରାଉରକେଲା ମହାନଗର ନିଗମ ଗଠନ ପାଇଁ ପରିବର୍ତ୍ତିତ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତି ମୁତାବକ ପୂର୍ବରୁ ପ୍ରସ୍ତାବିତ ୬ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ କେବଳ ଜଗଦା ଓ ଝାଡ଼ତରଙ୍ଗ ଗ୍ରାମ ପଞ୍ଚାୟତ ମହାନଗର ନିଗମରେ ରହିବ ବୋଲି ସୂଚନା ଦିଆଯାଇଥିଲା। ପରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦୧୫ ମସିହା ମାର୍ଚ୍ଚ ୨୫ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ମୁତାବକ ରାଉରକେଲା ମହାନଗର ନିଗମର ମେୟର୍‌ ପଦବୀ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିବା ନେଇ ସୂଚନା ଦିଆଗଲା।

ଅପରପକ୍ଷରେ ଉପରୋକ୍ତ ଦୁଇଟି ଗ୍ରାମ ପଞ୍ଚାୟତକୁ ମହାନଗର ନିଗମରେ ସାମିଲ କରାଯାଇଥିବାକୁ ନେଇ ସମ୍ବିଧାନର ୫ମ ଅନୁଚ୍ଛେଦର ଉଲ୍ଲଙ୍ଘନ ହେଉଥିବା ଦର୍ଶାଇ ଓଡ଼ିଶା ଉଚ୍ଚନ୍ୟାୟାଳୟରେ ଏକ ମାମଲା ଦାୟର୍ ହୋଇଥିଲା। ଏହି ମାମଲାର ଶୁଣାଣି କରି ଉଚ୍ଚନ୍ୟାୟାଳୟ ପକ୍ଷରୁ ୨୦୧୫ ମସିହା ମାର୍ଚ୍ଚ ୨୭ ତାରିଖରେ ଦିଆଯାଇଥିବା ନିର୍ଦ୍ଦେଶ ମୁତାବକ ରାଉରକେଲା ମହାନଗର ନିଗମ ଗଠନ ପ୍ରକ୍ରିୟା ଉପରେ ସାମୟିକ ବା ଅନ୍ତରୀଣ ସ୍ଥଗିତାଦେଶ ଜାରି ହୋଇଥିଲା। ଏହି ଘଟଣାକୁ ଏହା ମଧ୍ୟରେ ୧୧ମାସ ବିତିଯାଇଥିଲେ ମଧ୍ୟ ଏହି ସାମୟିକ ସ୍ଥଗିତାଦେଶ କେବେ ଉଠିବ, ସେ ନେଇ କିଛି ସୂଚନା ନାହିଁ। ଏହି କ୍ରମରେ ରାଉରକେଲା ସହରାଞ୍ଚଳରେ ଇତି ମଧ୍ୟରେ ପ୍ରାୟ ଅଢ଼େଇ ବର୍ଷ ହେଲା କୌଣସି ନିର୍ବାଚିତ ଜନ ପ୍ରତିନିଧି ନାହାଁନ୍ତି। ଏହା ଫଳରେ ବିଭିନ୍ନ ପ୍ରକାରର ଉନ୍ନୟନ ଓ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସେହିପରି ରାଉରକେଲା ମହାନଗର ନିଗମ ରାଉରକେଲା ନିର୍ବାଚନ ମଣ୍ଡଳୀ ଅଧିନରେ ଥିଲା ସୁଦ୍ଧା ଏହି ନିର୍ବାଚନ ମଣ୍ଡଳୀର ନିର୍ବାଚିତ ବିଧାୟକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ମହାନଗର ନିଗମ ଗଠନ ପ୍ରକ୍ରି୍ୟାକୁ ତ୍ୱରାନ୍ୱିତ କରିବା ପାଇଁ କୌଣସି ପ୍ରକ୍ଷେପ ନେଉ ନଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ରାଉରକେଲା ନିର୍ବାଚନମନଣ୍ଡଳୀର ବିଧାୟକ ବିରୋଧୀ ଭାଜପା ଦଳର ହୋଇଥିବାରୁ ରାଉରକେଲା ମହାନଗର ନିଗମ ଗଠନ ପ୍ରକ୍ରିୟା ବାବଦରେ ରାଜ୍ୟରେ ଶାସନ କରୁଥିବା ବିଜୁ ଜନତା ଦଳର ନେତାମାନେ ଚୁପ୍‌ ରହିବା ଶ୍ରେୟ ମଣିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ଯୋଜନା ମୁତାବକ ପ୍ରଥମ ପର୍ଯ୍ୟାୟରେ ରାଉରକେଲା ସ୍ମାର୍ଟ ସିଟିଭାବେ ଘୋଷିତ ହୋଇଥିଲେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତାରେ ବାଦ୍‌ ପଡ଼ିଛି। ଗୋଟିଏ ପଟେ ରାଜ୍ୟର ଦୁଇଟି ସହର – ଭୁବନେଶ୍ୱର ଓ ରାଉରକେଲା ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟ ସିଟିଭାବେ ଘୋଷିତ ହୋଇଥିଲାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶାରୁ କେବଳ ଭୁବନେଶ୍ୱର ସ୍ଥାନ ପାଇଲା। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମର ଜନପ୍ରତିନିଧିମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଅନ୍ୟପକ୍ଷରେ ରାଉରକେଲା ମହାନଗର ନିଗମରେ ନିର୍ବାଚିତ ପ୍ରତିନିଧି ନଥିବାରୁ ସ୍ମାର୍ଟ ସିଟି ପାଇଁ ସମସ୍ତ କାର୍ଯ୍ୟ ପ୍ରଶାସନିକ ଅଧିକାରୀମାନଙ୍କ ଦ୍ୱାରା ହୋଇଥିଲା, ଯାହା ଦ୍ୱାରା ଏଥିରେ ସାଧାରଣଲୋକଙ୍କ ସମ୍ପୃକ୍ତି ଅପେକ୍ଷାକୃତ କମ୍‌ ରହିଲା। ଫଳରେ ରାଉରକେଲା ସ୍ମାର୍ଟ ସିଟି ଦୌଡ଼ର ଦ୍ୱିତୀୟ ପର୍ଯ୍ୟାୟରେ ପଛରେ ରହିଗଲା।

ଅନ୍ୟ ଏକ ପ୍ରସଙ୍ଗ ହେଉଛି, ରାଉରକେଲାରେ କମିଶନରେଟ୍‌ ପୋଲିସ୍‌ ବ୍ୟବସ୍ଥା। ଓଡ଼ିଶା ପୋଲିସ୍‌ର ସହରୀ ପୋଲିସ୍‌ ନିୟମାବଳୀ ବ୍ୟବସ୍ଥା ମୁତାବକ କୌଣସି ସହରରେ କମିଶନରେଟ୍‌ ପୋଲିସ୍‌ ବ୍ୟବସ୍ଥା ଆରମ୍ଭ ପାଇଁ ଏହି ସହର ମହାନଗର ନିଗମ ହେବା ଅନ୍ୟତମ ଆବଶ୍ୟକତା। ଏହି କ୍ରମରେ ରାଉରକେଲା ମହାନଗର ନିଗମ ଗଠନ ନେଇ ମାମଲା ନ୍ୟାୟାଳୟରେ ଥିବାରୁ ଏଠାରେ କମିଶନରେଟ୍‌ ପୋଲିସ୍‌ ବ୍ୟବସ୍ଥା ଆରମ୍ଭ ହେବାରେ ବିଳମ୍ବ ହେବାରେ ଲାଗିଛି।

ଉପରୋକ୍ତ ପ୍ରସଙ୍ଗଗୁଡ଼ିକ ବ୍ୟତୀତ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ହେବାକୁ ଥିବା ଅନେକ ଭିତ୍ତିଭୂମି ବିକାଶ କାର୍ଯ୍ୟ ନିର୍ବାଚିତ ପ୍ରତିନିଧି ନଥିବାରୁ ପଛେଇ ଯାଇଛି। କାରଣ ନିର୍ବାଚିତ ପ୍ରତିନିଧିମାନେ ବିଭିନ୍ନ ବିକାଶମୂଳକ କାର୍ଯ୍ୟବାବଦରେ ସକ୍ରିୟ ଭୂମିକା ଗ୍ରହଣ କରିଥାନ୍ତି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଯଥାଶୀଘ୍ର ରାଉରକେଲା ମହାନଗର ନିଗମ ଗଠନ ପ୍ରକ୍ରିୟା ଚୂଡ଼ାନ୍ତ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ସହିତ ଏଥିପାଇଁ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ଦଳମତ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉଦ୍ୟମ କରିବା ନିମନ୍ତେ ସାଧାରଣରେ ଦାବି ହେଉଛି।

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg