Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
November 2019
M T W T F S S
     
 123
45678910
11121314151617
18192021222324
252627282930  

ରାଉରକେଲା ମହାନଗର ନିଗମ ଗଠନ କାର୍ଯ୍ୟକାରୀ ପାଇଁ ରାଜନୈତିକ ଇଚ୍ଛାଶକ୍ତି ଅଭାବ

Date : August 6th, 2015
Share : | More

* ନିର୍ବାଚିତ ଜନ ପ୍ରତିନିଧି ନ ଥିବାରୁ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ *
ରାଉରକେଲା: ଅନେକ ଆନ୍ଦୋଳନ, ବିକ୍ଷୋଭ ଓ ଦାବି ଆଦି ପରେ ରାଜ୍ୟ ସରକାର ୨୦୧୩ ମସିହା ନଭେମ୍ବର ୧୫ ତାରିଖ ଦିନ ରାଉରକେଲାକୁ ମହାନଗର ନିଗମ ଗଠନ କରାଯିବା ପାଇଁ ପ୍ରାଥମିକ ବିଜ୍ଞପ୍ତି ପ୍ରକାଶ କଲେ। ପରେ ଏ ନେଇ ଆପତ୍ତି ଅଭିଯୋଗ ଶୁଣାଣି ହେଲା। ଶେଷରେ ୨୦୧୪ ମସିହା ନଭେମ୍ବର ୧୪ ତାରିଖ ଦିନ ରାଉରକେଲା ମହାନଗର ନିଗମ ଗଠନ ନେଇ ଚୁଡ଼ାନ୍ତ ବିଜ୍ଞପ୍ତି ପ୍ରକାଶିତ ହେଲା। ଏହି ବିଜ୍ଞପ୍ତି ମୁତାବକ ମୋଟ ୪୦ଟି ୱାର୍ଡକୁ ନେଇ ମହାନଗର ନିଗମ ଗଠନ ହେବ ବୋଲି ସମୟରେ ସୂଚନା ଦିଆଗଲା। ପରବର୍ତ୍ତୀ ସମୟରେ ବିଭିନ୍ନ ୱାର୍ଡ ଗଠନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହା ପରେ ଜଗଦା ଓ ଝିର୍‌ପାଣି ପଞ୍ଚାୟତରେ ଗ୍ରାମସଭାର ଅନୁମୋଦନ ବିନା ଏହି ଅଞ୍ଚଳକୁ ମହାନଗର ନିଗମରେ ସାମିଲ କରାଯାଇଥିବାରୁ ଏହି ଦୁଇ ପଞ୍ଚାୟତର କିଛି ଅଧିବାସୀ ରାଜ୍ୟ ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରିଥିଲେ। ମାମଲାର ପ୍ରାରମ୍ଭିକ ଶୁଣାଣୀ କରି ମହାନଗର ନିଗମ ଗଠନ ପ୍ରକ୍ରିୟା ଉପରେ ନ୍ୟାୟାଳୟ ପକ୍ଷରୁ ସ୍ଥଗିତାଦେଶ ଦିଆଯାଇଥିଲା। ଏହା ମଧ୍ୟରେ ୪ମାସ ବିତିଯାଇଥିଲେ ମଧ୍ୟ ଏହି ମାମଲାରେ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଫଳରେ ରାଉରକେଲା ମହାନଗର ନିଗମ ଗଠନ ପ୍ରକ୍ରିୟା ଆରମ୍ଭ ହୋଇପାରୁନାହିଁ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ପୂର୍ବରୁ ଥିବା ନିର୍ବାଚିତ ରାଉରକେଲା ପୌରପାଳିକା ପୌର ପରିଷଦର କାର୍ଯ୍ୟକାଳ ଅକ୍ଟୋବର୍‌ ୨୦୧୩ ମସିହାରେ ସରିଯାଇଥିଲେ ମଧ୍ୟ ମହାନଗର ଗଠନ ହେବା ପ୍ରସ୍ତାବ ଯୋଗୁଁ ଏହି ପୌର ପରିଷଦ ପାଇଁ ନିର୍ବାଚନ ହୋଇ ନାହିଁ। ଏହା ଯୋଗୁଁ ପ୍ରାୟ ଦୁଇବର୍ଷ ହେଲା ରାଉରକେଲା ସହରର ବିକାଶ ନିମନ୍ତେ କୌଣସି ନିର୍ବାଚିତ ପରିଷଦ ନଥିବାରୁ ସହରର ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସେହିଭଳି ମହାନଗର ନିଗମ ଗଠନ ପ୍ରକ୍ରିୟାକୁ ବିରୋଧ କରୁଥିବା ଲୋକମାନଙ୍କୁ ଉକ୍ତ ଦୁଇଟି ଗ୍ରାମପଞ୍ଚାୟତର ନିର୍ବାଚିତ ଜନ ପ୍ରତିନିଧିମାନେ ମହାନଗର ନିଗମ ଗଠନ ଓ ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ହେବାକୁ ଥିବା ବିକାଶ ବ୍ୟବସ୍ଥା ବାବଦରେ ବୁଝାଇବାରେ ବିଫଳ ହୋଇଛନ୍ତି। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, ରାଉରକେଲା ମହାନଗର ନିଗମ ଗଠନ ପ୍ରକ୍ରିୟା ପାଇଁ ରାଉରକେଲା ଓ ରଘୁନାଥପାଲ୍ଲୀର ନିର୍ବାଚିତ ବିଧାୟକ ଦ୍ୱୟଙ୍କ ଇଚ୍ଛାଶକ୍ତିର ଅଭାବ। ଗୋଟିଏ ପଟେ କେନ୍ଦ୍ରରେ ଶାସନ କରୁଥିବା ଭାଜପା ଦଳର ଜଣେ ବରିଷ୍ଠ ନେତା ହେଉଛନ୍ତି ରାଉରକେଲାର ବିଧାୟକ ଦିଲ୍ଲୀପ ରାୟ। ଅନ୍ୟପଟେ ପ୍ରସ୍ତାବିତ ମହାନଗର ନିଗମର କିଛି ଅଞ୍ଚଳର ପ୍ରତିନିଧିତ୍ୱ କରୁଛନ୍ତି ରାଜ୍ୟରେ ଶାସନ କରୁଥିବା ବିଜୁ ଜନତା ଦଳର ବିଧାୟକ ସୁବ୍ରତ ତରାଇ। କିନ୍ତୁ ମହାନଗର ନିଗମ ଗଠନକୁ ବିରୋଧ କରୁଥିବା ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି ରାଉରକେଲାଠାରୁ ଯଥେଷ୍ଟ ଦୂରରେ ଥିବା ବୀରମିତ୍ରପୁରର ବିଧାୟକ ଜର୍ଜ ତିର୍କୀ, ଯିଏ କି ଜଣେ ସ୍ୱାଧିନ ପ୍ରାର୍ଥୀ ବା ଅପେକ୍ଷାକୃତ ଅନାମଧେୟ ରାଜନୈତିକ ଦଳ ସମତା କ୍ରାନ୍ତି ଦଳର ଏକମାତ୍ର ବିଧାୟକ।

ଏଭଳି ସ୍ଥିତିରେ ରାଉରକେଲା ଓ ରଘୁନାଥପାଲ୍ଲୀ ବିଧାନସଭା କ୍ଷେତ୍ରର ବିଧାୟକ ଦ୍ୱୟ ରାଉରକେଲା ମହାନଗର ନିଗମ ଗଠନ ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରିବା ପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଏହା ସହିତ ଉକ୍ତ ପ୍ରସଙ୍ଗରେ ରାଜ୍ୟ ଉଚ୍ଚନ୍ୟାୟାଳୟରେ ଥିବା ମାମଲାର ତ୍ୱରିତ ରାୟ ପ୍ରକାଶ ପାଇଁ ରାଜ୍ୟ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। କାରଣ ଏହା ଯୋଗୁଁ ରାଉରକେଲା ମହାନଗର ନିଗମ ଗଠନ ପ୍ରକ୍ରିୟା ଦିନକୁ ଦିନ ଗଡ଼ିଚାଲିବା ଫଳରେ ରାଉରକେଲାର ବିକାଶ ବାଧାପ୍ରାପ୍ତ ହେବାରେ ଲାଗିଛି। ଉଦାହରଣସ୍ୱରୂପ ମହାନଗର ନିଗମ ଗଠନ ବିଳମ୍ବ ଯୋଗୁଁ ଏଠାରେ ପ୍ରସ୍ତାବିତ କମିଶନରେଟ୍‌ ପୋଲିସ ବ୍ୟବସ୍ଥା ସହିତ ସମନ୍ୱିତ ଉନ୍ନୟନ ଯୋଜନା ଆଦି ପ୍ରକ୍ରିୟାରେ ବିଳମ୍ବ ହେଉଛି।

Recently Published :
 

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg