Please Sign Petition → SAIL Medical College at Rourkela & Upgrading IGH to Super Speciality Hospital
 
Upcoming Events
 

Do you think Hemanand Biswal can bring ESIC MC&H to RKL ?
View Results
ARCHIVE
December 2021
M T W T F S S
     
 12345
6789101112
13141516171819
20212223242526
2728293031  

ରାଉରକେଲାର ରେଳବାଇ ସମସ୍ୟା ନେଇ ସମସ୍ତେ କାନ୍ଦୁଛନ୍ତି: ଫଳ ଶୂନ

Date : May 22nd, 2013
Share : | More

ରାଉରକେଲା: ୧୮୯୧ ମସିହାରେ ରାଉରକେଲା ଦେଇ ସେତେବେଳେ ଦେଶର ଏକ ପ୍ରମୁଖ ରେଳପଥ ଭାବେ ପରିଗଣିତ ବେଙ୍ଗଲ-ନାଗପୁର ରେଳପଥ ଆରମ୍ଭ ହୋଇଥିଲା୤ ଇତିମଧ୍ୟରେ ୧୨୨ ବର୍ଷ ବିତିଯାଇଥିଲେ ସୁଦ୍ଧା ଏହି ରେଳପଥ ମଧ୍ୟରେ ଥିବା ରାଉରକେଲା ଏବଂ ଆଖପାଖ ଅଞ୍ଚଳରେ ଆବଶ୍ୟକ ରେଳ ସୁବିଧା ଉପଲବ୍ଧ ହୋଇପାରିନାହିଁ୤ ସବୁଠାରୁ ବଡ଼ କଥା ହେଉଛି ୧୮୯୧ ମସିହାରେ ଏକ କ୍ଷୁଦ୍ର ଅଞ୍ଚଳ ଭାବେ ପରିଗଣିତ ରାଉରକେଲା ଓ ଆଖପାଖ ସ୍ଥାନ ଏବେ ଯଥେଷ୍ଟ ବୃଦ୍ଧି ପାଇ ମହାନଗର ନିଗମ ହେବା ଅପେକ୍ଷାରେ ରହିଛି୤ ଏହା ସତ୍ତ୍ବେ ମଧ୍ୟ ଏହି ଅଞ୍ଚଳରେ ରେଳ ବିକାଶ ପାଇଁ ହେଉଥିବା ବିଭିନ୍ନ ଦାବି କେବଳ ଦାବିରେ ହିଁ ରହିଯାଇଛି୤ ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ରାଉରକେଲା ସମେତ ଆଖପାଖ ଅଞ୍ଚଳରୁ ଦକ୍ଷିଣପୂର୍ବ ରେଳବାଇ କରୁଥିବା ମୋଟ ଆୟର ଏକ ସିଂହ ଭାଗ ନେଉଥିଲେ ମଧ୍ୟ ଜିଲ୍ଲା ସଦର ମହକୁମାକୁ ଅଦ୍ୟାବଧି ରେଳ ଲାଇନ୍‌ ଯିବା ସମ୍ଭବ ହୋଇ ନାହିଁ୤

ସେହିପରି ପ୍ରାୟ ୧୦୦ ବର୍ଷ ତଳେ ବିଧିବଦ୍ଧ ଭାବେ ଏକ ଷ୍ଟେସନର୍‌ ମାନ୍ୟତା ପାଇଥିବା ରାଉରକେଲା ଷ୍ଟେସନର ବିକାଶରେ ମୁଖ୍ୟ ବାଧକ ସଂକୀର୍ଣ୍ଣ ରାଜନୀତି ବୋଲି ଆଲୋଚନା ହେଉଛି୤ କାରଣ ଦିନକୁ ଦିନ ଏଠାରେ କ୍ରମ ବର୍ଦ୍ଧମାନ ଯାତ୍ରୀ ସମସ୍ୟାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଥିବା ମୁଖ୍ୟ ପ୍ରବେଶ ଦ୍ବାରର ଅପର ପାର୍ଶ୍ବରେ ଦ୍ବିତୀୟ ପ୍ରବେଶ ଦ୍ବାର ଆରମ୍ଭ କାର୍ଯ୍ୟ କିଛିବର୍ଷ ହେଲା ଆଗେଇ ପାରୁନାହିଁ୤ ଏହା ପଛରେ ଜବରଦଖଲ ହିଁ ମୁଖ୍ୟ ସମସ୍ୟା ବୋଲି କୁହାଯାଉଥିଲାବେଳେ ଏନେଇ ରାଜ୍ୟରେ ଶାସନ କରୁଥିବା ଦଳ ଓ କେନ୍ଦ୍ରରେ ଶାସନ କରୁଥିବା ଦଳ ପରସ୍ପରକୁ ଦୋଷ ଦେବାରେ ବ୍ୟସ୍ତ ରହିଛନ୍ତି୤ ସମ୍ପ୍ରତି ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲୋକସଭା ସାଂସଦଙ୍କ ସମେତ ଦୁଇଜଣ ରାଜ୍ୟ ସଭା ସାଂସଦ ଥିଲାବେଳେ ମୋଟ ୭ଜଣ ବିଧାୟକ ରହିଛନ୍ତି୤ କିନ୍ତୁ ଭିନ୍ନ ଭିନ୍ନ ଦଳକୁ ପ୍ରତିନିଧିତ୍ବ କରୁଥିବା ଏହି ଲୋକ ପ୍ରତିନିଧିମାନେ ଜିଲ୍ଲାର ରେଳ ସମସ୍ୟା ଓ ଏହାର ସମାଧାନ ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଇ ନାହାଁନ୍ତି୤ ସେହିପରି ରାଉରକେଲା ସହର ଏକ କ୍ଷୁଦ୍ର ଭାରତର ସହର ହୋଇଥିଲାବେଳେ ଏଠାରେ ବିଭିନ୍ନ ରାଜ୍ୟର ଲୋକେ ବସବାସ କରୁଛନ୍ତି୤ କିନ୍ତୁ ଏଠାରୁ କେବଳ ମୁମ୍ବାଇ ରୁଟ୍‌ ବ୍ୟତୀତ ଉତ୍ତର ଭାରତ ଓ ଅନ୍ୟାନ୍ୟ ବଡ଼ବଡ଼ ସହରକୁ ଯାତାୟତ କରିବା ପାଇଁ ଆବଶ୍ୟକ ରେଳ ସୁବିଧା ନାହିଁ୤ ସବୁଠାରୁ ମହତ୍ବପୂର୍ଣ୍ଣ କଥା ହେଉଛି ରାଉରକେଲା ଠାରୁ ଅଳ୍ପ ଦୂରରେ ଥିବା ଏବଂ ଏହି ସହରଠାରୁ ଅପେକକ୍ଷାକୃତ ଛୋଟ ଥିବା ଝାରସୁଗୁଡ଼ା ଏବଂ ସମ୍ବଲପୁର ଦେଇ ଅଧିକ ରେଳ ଚଳାଚଳ କରୁଛି୤ ଏହା ସତ୍ତ୍ବେ ମଧ୍ୟ ରାଉରକେଲାରୁ ଦେଶର ରାଜଧାନୀ ନୂଆଦିଲ୍ଲୀ ବା ଅନ୍ୟ ବଡ଼ବଡ଼ ସହର ପାଇଁ ସିଧାସଳଖ ରେଳ ସୁବିଧା ନାହିଁ୤ ଏ ବାବଦରେ ବିଭିନ୍ନ ସମୟରେ ଦାବି, ବିକ୍ଷୋଭ ସହିତ ସ୍ମାରକପତ୍ର ଦିଆଯାଉଥିଲେ ସୁଦ୍ଧା ମିଳିତ ଲଢେଇ ନହେଉଥିବାରୁ ଫଳ ଶୂନ୤

ଦିନକୁ ଦିନ ରାଉରକେଲା ଷ୍ଟେସନରେ ଅଧିକରୁ ଅଧିକ ଯାତ୍ରୀ ପରିବହନ ହେଉଥିଲେ ସୁଦ୍ଧା ଷ୍ଟେସନ୍‌ ମଧ୍ୟରେ ଏକ ଭୋଜନାଳୟ ସହିତ ଅନ୍ୟାନ୍ୟ ଅନେକ ସୁବିଧା ଉପଲବ୍ଧ ନାହିଁ୤ ଏଠାରେ ଥିବା ଯାତ୍ରୀ ସୂଚନା ଓ ସହାୟତା କେନ୍ଦ୍ରରେ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳୁଛି୤ ସେହିଭଳି ଏଠାରେ ଅଗ୍ରୀମ ରେଳ ଟିକେଟ୍‌ କାଟିବା ପାଇଁ ହାରାହାରି ଭାବେ ପ୍ରତିଦିନ ଏକ ହଜାର ହାରରେ ମାସକୁ ପ୍ରାୟ ୩୦ହଜାର ଆବେଦନ ପତ୍ର ଆସୁଥିଲେ ମଧ୍ୟ ଅନେକ ସମୟରେ ଏଠାରେ ଅଗ୍ରୀମ ଟିକେଟ୍‌ କାଟିବା ପାଇଁ ଆବଶ୍ୟକ ଫର୍ମ ମିଳୁନାହିଁ୤ ଏ ବାବଦରେ ସ୍ଥାନୀୟ ଷ୍ଟେସନ ପ୍ରବନ୍ଧକ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ ବିଶେଷ କିଛି ପରିବର୍ତ୍ତନ ହେଉ ନାହିଁ୤

ଏପରି ସ୍ଥଳେ ଗତ ମାର୍ଚ୍ଚମାସ ୩୦ ତାରିଖ ଦିନ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ସୁବ୍ରତ ତରାଇଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା୤ ଏଥିରେ ସ୍ଥାନୀୟ ବିଧାୟକଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ବରିଷ୍ଠ ସରକାରୀ ପଦାଧିକାରୀଙ୍କ ସମେତ ରେଳବାଇ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ୤ ବୈଠକରେ ଖୋଦ୍‌ ପରିବହନ ମନ୍ତ୍ରୀ ରେଳବାଇ ଅବହେଳା ବାବଦରେ ବର୍ଷିବା ସହିତ ଏବାବଦରେ ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରା ନଗଲେ ଶାସକ ବିଜୁ ଜନତା ଦଳ ପକ୍ଷରୁ ବ୍ୟାପକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କୁହାଯାଇଥିଲା୤ ଇତିମଧ୍ୟରେ ଏହି ଘଟଣାକୁ ୫୦ ଦିନ ବିତିଯାଇଥିଲେ ସୁଦ୍ଧା କେଉଁ ଅଜଣା କାରଣରୁ ଶାସକ ଦଳ ଚୁପ୍‌ ରହିଛି ତାହା ସେମାନଙ୍କୁ ହିଁ ଜଣାଥିବ୤ ଅନ୍ୟପକ୍ଷରେ ବିଭିନ୍ନ ରେଳ ସମସ୍ୟା ବାବଦରେ ଅନ୍ୟ ରାଜନୈତିକ ଦଳଗୁଡ଼ିକ ମଧ୍ୟ ଅଲଗା ଅଲଗା ଦାବି ଓ ବିକ୍ଷୋଭ କରୁଥିଲେ ସୁଦ୍ଧା ମିଳିତ ଭାବେ ଏହି ଦାବି ଉପସ୍ଥାପନ କରି ହକ୍‌ ହାସଲ କରିବା ଦିଗରେ ଚେଷ୍ଟିତ ହେଉ ନାହାଁନ୍ତି୤

ଏପରି ସ୍ଥଳେ ଗୋଟିଏ ପଟେ କେତେକ ଉନ୍ନୟନ କାର୍ଯ୍ୟ ପାଇଁ ରେଳବାଇ ପକ୍ଷରୁ ଅର୍ଥ ମଞ୍ଜୁର ହୋଇଥିଲେ ସୁଦ୍ଧା ସ୍ଥାନୀୟ ପ୍ରଶାସନର ଅସହଯୋଗ ଓ ରାଜନୈତିକ ନେତାଙ୍କ ହସ୍ତକ୍ଷେପ ଯୋଗୁଁ ତାହା ହୋଇପାରୁନାହିଁ୤ ସେହିପରି ଆଉ କେତେକ ଦାବି ଯଥା ସମସ୍ତ ସୁବିଧା ଥାଇ ସୁଦ୍ଧା ରାଉରକେଲାକୁ ଏକ ରେଳ ଡିଭିଜନ୍‌ରେ ପରିଣତ କରିବା ସହିତ ରାଜ୍ୟର ଉପକୂଳ ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶା ଦେଇ ଭଦ୍ରକ, ବାଲେଶ୍ବର ସହିତ ବ୍ରହ୍ମପୁର ଆଦି ସ୍ଥାନକୁ ସିଧାସଳଖ ରେଳ ଚଳାଚଳ ପାଇଁ ଦାବି ଅଣଦେଖା ହୋଇ ରହିଛି୤

ଉକ୍ତ ସମସ୍ତ ଦାବିଗୁଡ଼ିକ ବାବଦରେ ରେଳବାଇ ଉପରେ ଆବଶ୍ୟକ ଚାପ ପ୍ରୟୋଗ କରିବାରେ ସୁନ୍ଦରଗଡ଼ ଜିଲ୍ଲାର ନିର୍ବାଚିତ ଲୋକ ପ୍ରତିନିଧିମାନେ ବିଫଳ ହୋଇଛନ୍ତି୤ ଏପରି ସ୍ଥିତିରେ ବିଭିନ୍ନ ସାମାଜିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ମିଳିତ ଭାବେ ଏକ ମଞ୍ଚ ବା କ୍ରିୟାନୁଷ୍ଠାନ କମିଟି ଗଠନ କରି ରାଉରକେଲାର ରେଳ ସମସ୍ୟା ବାବଦରେ ଆନ୍ଦୋଳନ ମାଧ୍ୟମରେ ଦାବି ଉପସ୍ଥାପନ କରିବା ନିମନ୍ତେ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି୤ ଏହି ଆନ୍ଦୋଳନ ବ୍ୟାପକ ହୋଇପାରିଲେ ରାଜନୈତିକ ଦଳ ମଧ୍ୟ ଏଥିରେ ସାମିଲ ହେବା ସହ ଦାବି ପୂରଣ ପାଇଁ ଆବଶ୍ୟକ ଚାପ ପ୍ରୟୋଗ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି୤

Recently Published :
 

3 Responses

  1. Satyajeet Sahoo says:

    Rourkela ke sath bht injustice ho raha hai.
    Jaago Rourkela ke residents.kuch karo is cosmopolition city keliye.
    Kab tak sote rahoge!!!!:@

  2. Dillip says:

    sabu swarthapara

  3. alok says:

    The new BBSR-NZM may run via Rourkela

Leave a Reply

What Readers Say ?
  • he forgot about railway divison :)
    situn | More
  • Hi , i would like to thank all top management that at least people are thinking about development of Rourkela. ...
    Tapan | More
  • In addition to above, Rourkela Govt College shall be converted to a University and all non-technical colleges in and around ...
    B das | More
  • it is requested to all party members are raise their voice favour of rourkela .
    mihir kumar | More
  • kana pain rkl ra develope kara jaunahin athi mantri aau sansada manankara antarika ichha nahin jaha heu achi sabu bhubaneswar ...
    rajesh sahoo | More
Back to Top
POWERED AT
Join us at
  • facebook
  • twitter
  • Myspace
  • Digg